• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି

by Voice of Victims
July 8, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ସାରା ରାଜ୍ୟରେ ସକ୍ରିୟ ହେଲା ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଭୀଷଣ ବର୍ଷା କମିଛି। ମଙ୍ଗଳବାର କାଁ ଭାଁ କିଛି ସ୍ଥାନରେ ଅଳ୍ପ ପରିମାଣର ବର୍ଷା ହୋଇଛି। କିନ୍ତୁ ଆସନ୍ତା ୧୧ ତାରିଖ ଯାଏ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ। ଉପରମୁଣ୍ଡରେ ବର୍ଷା ଲଗାତର କମିବାରୁ ବିଭିନ୍ନ ନଦୀର ଜଳସ୍ତର ବି ଖସିଛି। କେବଳ ନରାଜଠାରେ ମହାନଦୀକୁ ଛାଡ଼ି ଦେଲେ ସବୁ ନଦୀର ଜଳସ୍ତର ଖସୁଛି।ଓଡ଼ିଶା ଉପର ଦେଇ ଅତିକ୍ରମ କରିଥିବା ଅବପାତ ଏବେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି।

ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇଯିବ। ବୁଧବାର କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ। ୯ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୦ ଓ ୧୧ ତାରିଖରେ ବି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି।

ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୬୦.୮ ମିମି ବର୍ଷା ହୋଇଛି। ସମ୍ବଲପୁରରେ ୫୮.୮, ବରଗଡ଼ରେ ୫୨.୪, ସୁନ୍ଦରଗଡ଼ରେ ୫୦.୬, ନୂଆପଡ଼ାରେ ୪୭ ଓ ଦେବଗଡ଼ରେ ୩୦.୨ ମିମି ବର୍ଷା ହୋଇଛି । ମହାନଦୀର ନରାଜଠାରେ ଜଳସ୍ତର ବଢୁଛି। ଏଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୨୪.୬୫ ମିଟର ରହିଛି। ଆସନ୍ତା ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ।

ଉପରମୁଣ୍ଡରୁ ପାଣି ଆସିଲେ ମହାନଦୀ ଓ ଶାଖା ନଦୀରେ ପାଣି ସାମାନ୍ୟ ବଢ଼ିପାରେ। କିନ୍ତୁ ବିଶେଷ ପ୍ରଭାବ ପଡ଼ିବନି।ବର୍ଷା କମିବା ପରେ ବୈତରଣୀ ନଦୀର ଜଳସ୍ତର ବି ଖସିଛି। ସୋମବାର ଆଖୁଆପଦାଠାରେ ଜଳସ୍ତର ବଢ଼ିବା ସହ ସତର୍କ ସଙ୍କେତ ସ୍ତର ପାର କରିଥିଲା। କିନ୍ତୁ ଆଜି ଜଳସ୍ତର ଖସିଛି। ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ସତର୍କ ସଙ୍କେତଠାରୁ ବହୁ ତଳେ ରହିଛି।

Post Views: 8
Share197Tweet123Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In