କଟକ, ପତଞ୍ଜଳି ଯୋଗପୀଠ ପକ୍ଷରୁ ବିଦ୍ୟାଧରପୁର ଅଲେଖ ମହିମା ଆଶ୍ରମ ଯୋଗ କେନ୍ଦ୍ର ଠାରେ ଯୋଗ ଶିକ୍ଷକ ସତ୍ୟ ରଞ୍ଜନ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଓଡିଶାର ସାଂସ୍କୃତିକ ପର୍ବ ରଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ପୃଷ୍ଟି, ସୌରଭ ସାହୁ, ଲକ୍ଷ୍ମଣ କରଣ, ବିଜୟ ବେହେରା, କବିତା କରଣ, ମମତା ସାହୁ, ଝରଣା ଦାସ, କଳ୍ପଲତା ଷଡ଼ଙ୍ଗୀ, ରୁବି ସାହୁ, ପାର୍ବତୀ ବିଶ୍ଵାଳ, ମୀନାକ୍ଷୀ କର, ପୁଷ୍ପଲତା ଦାସ, ଆଲୋକଲକ୍ଷ୍ମୀ ମହାପାତ୍ର, କସ୍ତୁରୀ ପଣ୍ଡା, ହର୍ଷମଣି ମହାରଣା ଓ ରୋଜାଲିନ୍ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ହୁଳହୁଳି, ପୁଚିଖେଳ ଓ ରଜଦୋଳି ଗୀତ ଗାନ ସହ ଦୋଳି ଖେଳ ଅନୁଷ୍ଠିତ ହୋଇଥିଲା।
