ରଜ ପର୍ବ ଓଡିଶାର ଲୋକ ପର୍ବ ଭାବରେ ବେଶ୍ ପରିଚିତ । ଏହା ସାରା ଓଡ଼ିଶା ରେ ଖୁବ୍ ଧୁମ୍ ଧାମ ରେ ପାଳନ କରାଯାଏ। ଚଳିତ ବର୍ଷ ବଡ଼ଚଣା ବ୍ଲକ ଅନ୍ତର୍ଗତ ଡଗରପଡା ଗ୍ରାମରେ ରଜମହୋତ୍ସବ ବେଶ୍ ଆଡମ୍ୱର ସହ ପାଳନ କରାଯାଇଛି । ଗ୍ରାମର ବିଦ୍ୟାଳୟ ନିକଟରେ ଥିବା ପଡ଼ିଆରେ ମହୋତ୍ସବଟି ଆୟୋଜନ କରାଯାଇଥିଲା । ରଜ ତିନିଦିନ ଧରି ଝିଅ ମାନେ ନୂଆ ଡ୍ରେସ ପିନ୍ଧି, ରଜ ପାନ ସହ ଦୋଳି ଖେଳିବାର ବେଶ୍ ଆନନ୍ଦ ନେଇଥିଲେ ।
ଶେଷ ରଜ ଦିନ ଭୋଜି ସହ ବିଭିନ୍ନ ପ୍ରକାର ନାଚ ଗୀତ, ଖେଳ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଝିଅ ମାନଙ୍କ ପାଇଁ ପୁଚି ଖେଳ, ଦୌଡ଼ି ଡିଆଁ, ମୁରୁଜ ଅଙ୍କା, ମ୍ୟୁଜିକ ଚେୟାର ଓ କୁନି କୁନି ପିଲା ମାନଙ୍କ ପାଇଁ ମଧ୍ୟ ଗଣିତ କଷା, ସ୍ଲୋ ସାଇକେଲ ରେସିଂ ର ଆୟୋଜନ କରାଯାଇଥିଲା । ବେଶି ମଜାଦାର ଥିଲା ଗ୍ରାମର ସ୍ତ୍ରୀ ଲୋକ ମାନଙ୍କର ପ୍ରତିଯୋଗିତା ଯେପରିକି ବେସର ବଟା, ରୁଟି ତିଆରି, ଝୋଟି ଚିତା ଇତ୍ୟାଦି । ପ୍ରତିଯୋଗିତା ଶେଷରେ ପୁରସ୍କାର ବିତରଣ ର ମଧ୍ୟ ଆୟୋଜନ କରାଯାଇଥିଲା।
