ଭକ୍ତି ଓ ପରମ୍ପରା ର ଏକ ସଙ୍ଗମ ପର୍ବ ହେଉଛି ରାସ ପୂର୍ଣ୍ଣିମା । ଏହି ପୂର୍ଣ୍ୟ ତିଥିରେ ପ୍ରଭୁ ଶ୍ରୀ କୃଷ୍ଣ, ମା ରାଧାରାଣୀ ଏବଂ ଅନ୍ୟ ଗୋପିମାନଙ୍କ ସହ ରାସଲୀଳା ପରିବର୍ଣିତ ହୋଇଥାଏ । କାର୍ତ୍ତିକ ମାସର ପଞ୍ଚୁକର ଶେଷ ଦିନକୁ ରାସ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ ।
ଉଦୟନଗର ଗ୍ରାମରେ ଗତ ପାଞ୍ଚ ଦିନ ଧରି ଶ୍ରୀ ଅନନ୍ତ ଗୋପାଳଙ୍କ ନିକଟରେ ରାସ ପୂର୍ଣ୍ଣିମା ଆୟୋଜିତ ହୋଇଅଛି । ସମସ୍ତ ଗ୍ରାମବାସୀଙ୍କ ତତ୍ତ୍ଵାବଧାନରେ ଏହି ପୂର୍ଣ୍ୟ କାର୍ଯ୍ୟକ୍ରମଟି ବିଗତ ୫୦ ବର୍ଷ ରୁ ଅଧିକ ବର୍ଷ ହେଲା ପାଳିତ ହୋଇଆସୁଅଛି । ଏଠାରେ ପଞ୍ଚୁକ ୫ ଦିନ ଧରି ନାମକୀର୍ତ୍ତନ ସହ ଭୋଜି ଭାତ ର ମଧ୍ୟ୍ୟ ଆୟୋଜନ କରାଯାଇଥିଲା ।
