ସତ୍ୟବାଦୀ (ଭିଓଭି): ୭୬ତମ ସାଧାରଣତନ୍ତ୍ର ଦିବସ ସାରାଦେଶରେ ମହାସମାରୋହରେ ପାଳିତ ହୋଇଅଛି। ଏହି ଅବସରରେ ସାକ୍ଷୀଗୋପାଳ ପତଞ୍ଜଳୀ ଯୋଗ ସମିତିର ସଭ୍ୟ ସଭ୍ୟା ମାନଙ୍କ ଦ୍ଵାରା ସାନକାଞ୍ଜିଆ ନିକଟସ୍ଥ ରୁଦ୍ରାଣୀ ଏଜେନ୍ସି ପରିସରରେ ପାଳିତ ହୋଇଯାଇଅଛି। ବିଶିଷ୍ଟ ଯୋଗଶିକ୍ଷକ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ମିଶ୍ର, ବିଶିଷ୍ଟ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ଯୋଗ ସମିତିର ସଭାପତି ଶ୍ରୀଯୁକ୍ତ ପ୍ରହଲ୍ଲାଦ ଘଟୁଆରୀ, ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର ତଥା ଯୋଗ ପରିବାରର ସଦସ୍ୟମାନେ ଯୋଗଦେଇ ସମ୍ବିଧାନ ଦିବସର ମହତ୍ଵ ଓ ଆଜିର ସମୟରେ ଏହାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ।

ସେହିପରି ଲୋକକଳା ଗ୍ରାମ ସାରଙ୍ଗ ଯୋଡ଼ି ର ପ୍ରମୁଖ କଳା ଅନୁଷ୍ଠାନ ମା କ୍ଷେତ୍ରପାଳୀ ମୃଦଙ୍ଗ ବାଦ୍ୟ ନୃତ୍ୟ ପରିଷଦ ଓ କୈଳାସ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦର ଆଖଡ଼ା ପ୍ରାଙ୍ଗଣରେ ୭୬ତମ ସାଧାରଣତନ୍ତ୍ର ଦିବସ, ଅନୁଷ୍ଠାନର ସଦସ୍ୟ କଳାକାରମାନଙ୍କ ଉପସ୍ଥିତି ରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ସଂପାଦକ ବିଶିଷ୍ଟ ମୃଦଙ୍ଗ ବାଦ୍ୟ ଗୁରୁ ଶ୍ରୀ ରମେଶ ଚନ୍ଦ୍ର ପଲେଇ ପତକା ଉତ୍ତୋଳନ କରିଥିଲେ, ଏଥିସହିତ ଜାତୀୟ ସଂଗୀତ ଗାନ କରାଯାଇଥିଲା।
