• About Us
  • Contact Us
Monday, November 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ମୁମ୍ବାଇରେ ରକେଟ୍ ବାଣ ଫୁଟାଇବା ଉପରେ କଟକଣା, ନଭେମ୍ବର ୨୫ ଯାଏଁ ଲାଗୁ

by Voice of Victims
November 9, 2026
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ମୁମ୍ବାଇରେ ରକେଟ୍ ବାଣ ଫୁଟାଇବା ଉପରେ କଟକଣା, ନଭେମ୍ବର ୨୫ ଯାଏଁ ଲାଗୁ

ମୁମ୍ବାଇ : ମହାରାଷ୍ଟ୍ରର ମୁମ୍ବାଇରେ ବାଣ ଫୁଟାଇବାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି ବୃହତମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (BMC) । ଏଣିକି ସହରରେ ରକେଟ୍ ଏବଂ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ୨୦୨୬ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । BMC କମିଶନର ପ୍ରାଜକ୍ତା ଲଭଙ୍ଗାରେ-ବର୍ମା ଏହି ନିଷେଧାଦେଶ ଜାରି କରିଛନ୍ତି । ନଭେମ୍ବର ୯ ତାରିଖରୁ ଏହା ତୁରନ୍ତ ଲାଗୁ ହୋଇଛି ।

ଖବର ମୁତାବକ, ଜାରି ହୋଇଥିବା ନିଷେଧାଦେଶ ମୁମ୍ବାଇ ମହାନଗର ନିଗମ ସୀମା ମଧ୍ୟରେ ଥିବା ଉଭୟ ସର୍ବସାଧାରଣ ଓ ବ୍ୟକ୍ତିଗତ ସ୍ଥାନରେ ଲାଗୁ ହେବ । ଏଥିରେ ଆବାସିକ କୋଠାର ଛାତ, ବାଲକୋନି, ଅଗଣା, ପାର୍କିଂ ସ୍ଥାନ, ବସ୍ତି ଅଞ୍ଚଳ ସମେତ ଅନ୍ୟ ସମସ୍ତ ପରିସର ସାମିଲ ରହିଛି । ଘରର ଛାତ କିମ୍ବା ବାଲକୋନିରେ ମଧ୍ୟ ରକେଟ୍ ଓ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ ।

ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ହଠାତ୍ ବୃଦ୍ଧି ପାଇବା ପରେ BMC ଏହି ପଦକ୍ଷେପ ନେଇଛି । ନଭେମ୍ବର ୮ ତାରିଖରେ ମୁମ୍ବାଇ ଅଗ୍ନିଶମ ବିଭାଗକୁ ଅଗ୍ନିକାଣ୍ଡ ସମ୍ପର୍କିତ ମୋଟ ୧୪୨ଟି କଲ୍ ଆସିଥିଲା । ସେଥିମଧ୍ୟରୁ ୧୩୭ଟି ଘଟଣା ବାଣ ଫୁଟାଇବା ସହ ଜଡ଼ିତ ଥିବା ଜଣାପଡ଼ିଛି । ରକେଟ୍ ଓ ଆକାଶକୁ ଉଡ଼ୁଥିବା ବାଣର ଜଳନ୍ତା ଅବଶେଷ କୋଠାର ଛାତ, ବାଲକୋନି, ଝରକା ଓ ଦହନଶୀଳ ସାମଗ୍ରୀ ଉପରେ ପଡ଼ି ନିଆଁ ଲାଗିବାର ଆଶଙ୍କା ରହିଛି ।

ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟ ୨୦୦୫ର ଧାରା ୪୧(A), ୨୬(୨), ୩୦ ଓ ୩୪(M) ଅନୁସାରେ BMC ଏହି ଆଦେଶ ଜାରି କରିଛି । ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବା ଦାୟିତ୍ୱ ପୋଲିସର ଜୋନାଲ ଡେପୁଟି କମିଶନର, BMCର ବିଭାଗୀୟ ଆସିଷ୍ଟାଣ୍ଟ କମିଶନର ଏବଂ ଅଗ୍ନିଶମ ବିଭାଗକୁ ଦିଆଯାଇଛି ।

Post Views: 9
Share197Tweet123Send
Voice of Victims

Voice of Victims

Recent Posts

  • ମୁମ୍ବାଇରେ ରକେଟ୍ ବାଣ ଫୁଟାଇବା ଉପରେ କଟକଣା, ନଭେମ୍ବର ୨୫ ଯାଏଁ ଲାଗୁ
  • ଚୀନ୍ ମହିଳାଙ୍କ ସହ ସମ୍ପର୍କକୁ ନେଇ ବିବାଦରେ Nvidia CEO, ପତ୍ନୀଙ୍କୁ ଧୋକା ଦେଇଥିବା ସ୍ୱୀକାର କଲେ ଜେନସନ୍ ହୁଆଙ୍ଗ !
  • ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଓଲଟିଲା ଯାତ୍ରୀବାହୀ ବସ୍, ୩ ମୃତ ଓ ୪୫ ଆହତ
  • ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପରିବାର ଉପରେ ଆକ୍ରମଣ, ୩ ଗୁରୁତର
  • ଆଗାମୀ ପୌର ନିର୍ବାଚନରେ SEBC ଓ OBCଙ୍କ ପାଇଁ ରହିପାରେ ସଂରକ୍ଷଣ: କୃଷ୍ଣଚନ୍ଦ୍ର ମହାପାତ୍ର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In