• About Us
  • Contact Us
Sunday, July 12, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

୩୯ ନୂଆ ଔଷଧର ଖୁଚୁରା ମୂଲ୍ୟଧାର୍ଯ୍ୟ, ରୋଗୀଙ୍କ ଲାଗି ଶସ୍ତା ହେଲା

by Voice of Victims
July 12, 2026
in ଆଞ୍ଚଳିକ ଖବର, ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
୩୯ ନୂଆ ଔଷଧର ଖୁଚୁରା ମୂଲ୍ୟଧାର୍ଯ୍ୟ, ରୋଗୀଙ୍କ ଲାଗି ଶସ୍ତା ହେଲା

ନୂଆଦିଲ୍ଲୀ: ନ୍ୟାସନାଲ ଫାର୍ମାସ୍ୟୁଟିକଲ ପ୍ରାଇସିଂ ଅଥରିଟି (ଏନପିପିଏ) ୩୯ ନୂଆ ଔଷଧ ଫର୍ମୂଲେସନର ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଏହି ସବୁ ଔଷଧରେ ଉଚ୍ଚରକ୍ତଚାପ, ଡାୟବେଟିଜ୍, ଏଚଆଇଭି, ହୃଦରୋଗ ଓ ଆଖି ସଂକ୍ରମଣ ଭଳି ରୋଗ ଚିକିତ୍ସାରେ ଉପଯୋଗ ହେଉଥିବା ଔଷଧ ରହିଛି। ଡ୍ରଗସ୍ (ପ୍ରାଇସ କଣ୍ଚ୍ରୋଲ) ଅର୍ଡର ୨୦୧୩ ଅନୁସାରେ ଧାର୍ଯ୍ୟ କରାଯାଇଥିବା ଏହି ମୂଲ୍ୟ ଯୋଗୁ ରୋଗୀଙ୍କୁ ଔଷଧ ନିର୍ଦ୍ଧାରିତ ଓ ସୁଲଭ ମୂଲ୍ୟରେ ମିଳି ପାରିବ। ତେବେ ଏନପିପିଏ ସ୍ପଷ୍ଟ କରିଛନ୍ତି ଯେ ଏହା ଔଷଧର ଦର ହ୍ରାସ ନିଷ୍ପତ୍ତି ନୁହେଁ, ବରଂ ଅଧିକତମ ଖୁଚୁରା ମୂଲ୍ୟ ନିର୍ଦ୍ଧାରଣ କରିବାର ପ୍ରକ୍ରିୟା।

ଏନପିପିଏ ଅନୁସାରେ ଉଚ୍ଚ ରକ୍ତଚାପ ଚିକିତ୍ସାରେ ଉପଯୋଗ ହେଉଥିବା ଏମ୍ଲୋଡିପିନ, ବିସୋପ୍ରୋଲୋଲ ଓ ଟେଲିମିସାରଟନ ମିଳିତ ଟାବଲେଟ୍ ମୂଲ୍ୟ ପ୍ରତି ଟାବଲେଟ୍ ୧୪ଟଙ୍କା ୭୪ ପଇସା ନିର୍ଦ୍ଧାରିତ ହୋଇଛି। ସେହିପରି ଚକ୍ଷୁ ସର୍ଜରି ପରେ ଉପଯୋଗ ହେଉଥିବା ବ୍ୟାକ୍ଟେରିୟାଲ ସଂକ୍ରମଣରେ ବ୍ୟବହୃତ ହେଉଥିବା ନେପାଫେନାକ ଓ ମୋକ୍ସିଫ୍ଲୋକ୍ସସିନ ଆଇଡ୍ରପ ପ୍ରତି ମିଲି ୬୮ଟଙ୍କା ୬୪ ପଇସା ନିର୍ଦ୍ଧାରିତ ହୋଇଥିବା ବେଳେ ହୃଦଘାତ ଓ ଷ୍ଟ୍ରୋକ୍ ରିସ୍କକୁ ହ୍ରାସ କରୁଥିବା କ୍ଲୋପିଡେଗ୍ନେଲ, ଆସ୍ପିରିନ ଓ ଏଟୋରଭାଷ୍ଟେଟିନ ପ୍ରତି କ୍ୟାପସୁଲ ମୂଲ୍ୟ ୬ଟଙ୍କା ୩୭ ପଇସା ଧାର୍ଯ୍ୟ ହୋଇଛି।

ଅଥରିଟି ସବୁ ଔଷଧ ବିକ୍ରେତା ଓ ଡିଲରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ନିର୍ମାତାଙ୍କ ଠାରୁ ପାଉଥିବା ମୂଲ୍ୟ ସୂଚୀ ଓ ଆବଶ୍ୟକ ହେଲେ ସପ୍ଲିମିଣ୍ଟାରୀ ମୂଲ୍ୟ ସୂଚୀ ଏପରି ସ୍ଥାନରେ ପ୍ରଦର୍ଶିତ କରନ୍ତୁ ଯେଉଁଠି ଗ୍ରାହକ ଏହାକୁ ସହଜରେ ଦେଖି ପାରିବେ। ଏହା ସହିତ ଚେତାବନୀ ଦିଆଯାଇଛି ଯେ ଯଦି କୌଣସି ନିର୍ମାତା ଅଥବା ମାର୍କେଟିଂ କମ୍ପାନୀ ନିର୍ଦ୍ଧାରିତ ଦରରୁ ଅଧିକ ଅସୁଲ କରୁଥାନ୍ତି ତେବେ ସେମାନଙ୍କୁ ଡିପିସିଓ ୨୦୧୩ ଓ ଆବଶ୍ୟକ ବସ୍ତୁ ଅଧିନିୟମ ୧୯୫୫ ଅନୁସାରେ ଅସୁଲ କରାଯାଇଥିବା ଅତିରିକ୍ତ ରାଶି ସୁଧ ସମେତ ଜମା କରିବାକୁ ପଡିବ।

Post Views: 14
Share198Tweet124Send
Voice of Victims

Voice of Victims

Recent Posts

  • ୩୯ ନୂଆ ଔଷଧର ଖୁଚୁରା ମୂଲ୍ୟଧାର୍ଯ୍ୟ, ରୋଗୀଙ୍କ ଲାଗି ଶସ୍ତା ହେଲା
  • କଟକରେ ବିଜେଡି ନେତାଙ୍କ ମେଳି, ଏକାଠି ହେଲେ ବରିଷ୍ଠ ନେତା
  • ପଛକୁ ପଛ ୨ ଲଘୁଚାପ; IMD କଲା ସତର୍କ
  • ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା
  • ବାଲେଶ୍ୱର ଟ୍ରାଜେଡିକୁ ପୂରିଲା ବର୍ଷେ, ନ୍ୟାୟ ଅପେକ୍ଷାରେ ଏଫଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In