• About Us
  • Contact Us
Friday, July 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା

by Voice of Victims
July 10, 2026
in ଦେଶ ବିଦେଶ, ମୁଖ୍ୟ ଖବର
ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା

ନ୍ୟୁୟର୍କ: ଚଳିତ ଫିଫା ବିଶ୍ବକପ୍‌ର ରାଉଣ୍ଡ ଅଫ୍‌ ୧୬ରୁ ପର୍ତ୍ତୁଗାଲ୍‌ ଦଳ ବିଦାୟ ନେବା ପରେ ୪୧ ବର୍ଷ ବୟସ୍କ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ରୋନାଲ୍‌ଡୋ ଦଳ ପ୍ରତି ଆନୁଗତ୍ୟ ଦେଖାଇବା ସହ ଆନ୍ତର୍ଜାତିକ ଅବସର ନେଇ ଚୁପ୍ ରହିଛନ୍ତି। ସ୍ପେନ୍‌ ବିପକ୍ଷରେ ବିଶ୍ବକପ୍‌ର ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ ପୂର୍ବରୁ ରୋନାଲ୍‌ଡୋ ଘୋଷଣା କରିଥିଲେ ଯେ ଏହା ତାଙ୍କର ଅନ୍ତିମ ବିଶ୍ବକପ୍‌। ଉକ୍ତ ମ୍ୟାଚ୍‌ର ଶେଷ ଆଡ଼କୁ ମିକେଲ ମେରିନୋଙ୍କ ଏକମାତ୍ର ଗୋଲ୍‌୍‌ରେ ଜିତି ସ୍ପେନ୍‌ କ୍ବାର୍ଟରରେ ପ୍ରବେଶ କରିଥିବା ବେଳେ ପର୍ତ୍ତୁଗାଲ ବିଦାୟ ନେଇଥିଲା।

ଏହି ମ୍ୟାଚ୍‌ରେ ପର୍ତ୍ତୁଗାଲ୍‌ ଭଲ ପ୍ରଦର୍ଶନ କରିଥିବା ବେଳେ ରୋନାଲ୍‌ଡୋ ନିଜେ ଓ ବ୍ରୁନୋ ଫର୍ଣ୍ଣାଣ୍ଡେଜ୍‌ ସହଜ ଗୋଲ୍‌୍‌ ଦେବାର ସୁଯୋଗ ହରାଇଥିଲେ। ଫଳରେ ଫୁଟ୍‌ବଲ ଦୁନିଆର ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ ବିଶ୍ବକପ୍‌ରେ ରୋନାଲ୍‌ଡୋଙ୍କ ଯାତ୍ରା ସମାପ୍ତ ହୋଇ ଯାଇଥିଲା। ପରେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୃଷ୍ଠାରେ ରୋନାଲ୍‌ଡୋ ଲେଖିଥିଲେ- ସର୍ବଦା ପର୍ତ୍ତୁଗାଲ। ୨୦୦୬ ବିଶ୍ବକପ୍‌ରେ ରୋନାଲ୍‌ଡୋ ପଦାର୍ପଣ କରିଥିବା ବେଳେ ପର୍ତ୍ତୁଗାଲ ୪ର୍ଥ ସ୍ଥାନ ହାସଲ କରିଥିଲା। ୨୦୧୦ରେ ପର୍ତ୍ତୁଗାଲ ପ୍ରିକ୍ବାର୍ଟରରୁ ବିଦାୟ ନେଇଥିବା ବେଳେ ୨୦୧୪ରେ ଗ୍ରୁପ୍ ପର୍ଯ୍ୟାୟରୁ, ୨୦୧୮ରେ ପ୍ରିକ୍ବାର୍ଟଫାଇନାଲରୁ ଏବଂ ୨୦୨୨ରେ କ୍ବାର୍ଟରଫାଇନାଲରୁ ପର୍ତ୍ତୁଗାଲ ବିଦାୟ ନେଇଥିଲା। ୬ଟି ବିଶ୍ବକପ୍‌ ଖେଳି ରୋନାଲ୍‌ଡୋ ବିଶ୍ବରେ ୨ୟ ସର୍ବାଧିକ ୨୭ଟି ମ୍ୟାଚ୍‌ ଖେଳି ପର୍ତ୍ତୁଗାଲ ପାଇଁ ସର୍ବାଧିକ ୧୧ଟି ଗୋଲ୍‌୍‌ ଦେଇଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ରୋନାଲ୍‌ଡୋ ୬ଟି ବିଶ୍ବକପ୍‌ରେ ଗୋଲ୍‌ ସ୍କୋର୍‌ କରିଛନ୍ତି।

Post Views: 64
Share197Tweet123Send
Voice of Victims

Voice of Victims

Recent Posts

  • ବହୁ ବର୍ଷ ପରେ ବନ୍ଦ୍ କୋଠରୀରୁ ଉଦ୍ଧାର ହେଲା ଦୁଇ ଜୀଵନ
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରାର ପଞ୍ଚମ କିସ୍ତି, ନୂଆ ହିତାଧିକାରୀଙ୍କୁ ମିଳିବ ଏକକାଳୀନ କିସ୍ତି
  • ଆସୁଛି ଆଉ ଏକ ଲଘୁଚାପ ; ପୁଣି ବର୍ଷିବ
  • ରୋନାଲ୍‌ଡୋଙ୍କ ଅବସର ନେଇ ଚର୍ଚ୍ଚା
  • ଚେକ୍ ବାଉନ୍ସ ମାମଲା: ପୁଣି ଜେଲକୁ ଯିବେ ରାଜପାଲ ଯାଦବ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In