କଟକ (ଭିଓଭି): ରୋଟାରୀ କ୍ଲବ୍ ଅଫ୍ କଟକ କ୍ୟାଣ୍ଟନମେଣ୍ଟ ପକ୍ଷରୁ ନୀଳକଣ୍ଠପୁର ଗ୍ରାମ ଜଗତସିଂହପୁରଠାରେ ଆଦର୍ଶ ବୃଦ୍ଧାଶ୍ରମରେ ଏକ ସେବା କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ସେଠାରେ ରହୁଥିବା ଲୋକମାନଙ୍କ ପାଇଁ ଦୈନନ୍ଦିନ ଆବଶ୍ୟକତା ଜିନିଷ, ତେଜରାତି, ଖାଦ୍ୟ ସାମଗ୍ରୀ, ମଶାରି ଇତ୍ୟାଦି କ୍ଲବ ତରଫରୁ ପ୍ରଦାନ କରିଛନ୍ତି। ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ ପାଇଁ ରନ୍ଧାଖାଦ୍ୟ ବଣ୍ଟନ ମଧ୍ୟ କରିଥିଲେ। କ୍ଲବ ସଭାପତି ଶୁଭ୍ରା ମହାନ୍ତିଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ଏହି ସେବା କାର୍ଯ୍ୟକ୍ରମରେ କ୍ଳବ ସଚିବ ପ୍ରଭାତ ମିଶ୍ର, ସେବା ପ୍ରକଳ୍ପ ଅଧ୍ୟକ୍ଷ ବିଶ୍ୱଜିତ୍ ସେନାପତି, କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ଲେଙ୍କା, ରୋଟାରୀ କ୍ଳବର୍ ଅନ୍ୟ ସଭ୍ୟମାନେ ଯଥା ଅନଙ୍ଗ ନାୟକ, ସୁରେନ୍ଦ୍ର ପାତ୍ର, ସୟଦ ହାସ୍ମି, ବିଦ୍ୟାସାଗର ଦାଶ, ଟୁନା ପ୍ରଧାନ, ବରୁଣ ସେନାପତି, ଅଂଶୁମାନ ନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ।
