ରାଉରକେଲା: ରାଉରକେଲାରେ ସ୍ଥାନାନ୍ତର କରାଯାଉଛି ଦୁର୍ଘଟଣାଗ୍ରସ୍ତ ବିମାନ ଯନ୍ତ୍ରାଂଶ । ରାଉରକେଲା ଜଲଦାରୁ ଭୁବନେଶ୍ବର ଆସିବ ଦୁର୍ଘଟଣାଗ୍ରସ୍ତ ବିମାନ ଯନ୍ତ୍ରାଂଶ । ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ବିମାନର ଯନ୍ତ୍ରାଂଶ ସ୍ଥାନାନ୍ତର କରିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ୩ ଦିନ ଧରି ସ୍ଵତନ୍ତ୍ର ବୈଷୟିକ ଟିମ୍ ପକ୍ଷରୁ ବିମାନର ପ୍ରତ୍ୟେକ ଯନ୍ତ୍ରାଂଶକୁ ସାବଧାନ ସହକାରେ ଖୋଲାଯାଇଥିଲା ।
କ୍ରେନ ମାଧ୍ୟମରେ ଟ୍ରେଲରରେ ସମସ୍ତ ଯନ୍ତ୍ରାଂଶକୁ ରଖାଯାଉଛି । ଏହି ଯନ୍ତ୍ରାଂଶ ଭୁବନେଶ୍ବର ପହଞ୍ଚିବା ପରେ ବିମାନ କମ୍ପାନୀକୁ ପଠାଯିବ । ଗତ ୧୦ ତାରିଖରେ ଭୁବନେଶ୍ୱରରୁ ରାଉରକେଲା ଆସୁଥିବା ବେଳେ ବିମାନ ଇଞ୍ଜିନରେ ତ୍ରୁଟି ଦେଖାଦେଇଥିଲା । ଫଳରେ ରାଉରକେଲା ଜଲଦା ନିକଟସ୍ଥ ପଡ଼ିଆରେ ଫୋର୍ସ ଲ୍ୟାଣ୍ଡିଂ କରାଇଥିଲେ ପାଇଲଟ ।
