• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପ୍ରଦାନ କରାଗଲା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର

by Voice of Victims
January 19, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଓଡ଼ିଶା ବିଜ୍ଞାନ ଏକାଡେମୀ ତରଫରୁ ପ୍ରଦାନ କରାଗଲା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର

ଭୁବନେଶ୍ବର: ରାଜ୍ୟ ସରକାର ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ରାଜ୍ୟରେ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଖ୍ୟାତିସଂପନ୍ନ ଆଇଆଇଟି, ଏମସ୍‌, ନାଇଜର, ଆଇଜର, ଧାନ ଗବେଷଣା କେନ୍ଦ୍ର, ଧାତୁ ଓ ଖଣିଜ ଦ୍ରବ୍ୟ ପ୍ରତିଷ୍ଠାନ, ଜୀବବିଜ୍ଞାନ ପ୍ରତିଷ୍ଠାନ ଓ ଆର୍‌ଏମ୍‌ଆର୍‌ସି ପରି ସଂସ୍ଥାଗୁଡ଼ିକ କାର୍ଯ୍ୟ କରୁଥିବାବେଳେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଓର୍‌ସାକ୍‌ ସମେତ ରାଜ୍ୟ ବିଜ୍ଞାନ ଓ କାରିଗରୀ ପରିଷଦ କାର୍ଯ୍ୟ କରୁଛି। ଆମ ଜୀବନଧାରାରେ ବିଜ୍ଞାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଏବଂ ବିକାଶ ପ୍ରକ୍ରିୟାରେ ଏହାର ଅବଦାନ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଲ୍ଲେଖ କରିଛନ୍ତି। ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ବିଭାଗ ଅଧିନସ୍ଥ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୧ ଏବଂ ୨୦୨୨ ମସିହା ପାଇଁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ବର୍ଦ୍ଧିତ ଓ ପୁରସ୍କୃତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏକାଡେମୀର କାର୍ଯ୍ୟକଳାପକୁ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ଯୋଜନା ଓ ସଂଯୋଜନ ଏବଂ ସାଧାରଣ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ର ଅରୁମୁଗମ୍‌ କହିଥିଲେ ଯେ ବିଜ୍ଞାନର ଜୟଯାତ୍ରା ଅବ୍ୟାହତ ରହିଛି। ରୋବୋଟିକ୍ସ, ପ୍ରତିଷେଧକ ଟିକା ଉତ୍ପାଦନ ଏବଂ କୃତି୍ରମ ବୁଦ୍ଧିମତ୍ତା ପରି ଅଭିନବ ଅବଦାନଗୁଡ଼ିକୁ ମିଶାଇ ଗବେଷଣା କ୍ଷେତ୍ରରେ ନୂତନ ଦିଗଗୁଡ଼ିକ ଉନ୍ମୋଚିତ ହେବାରେ ଲାଗିଛି। ଓଡ଼ିଶାରେ ବିଜ୍ଞାନ ଏକାଡେମୀ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ବିଜ୍ଞାନ କେନ୍ଦ୍ର, ପ୍ଲାନେଟୋରିୟମ୍‌ ଓ ବାୟୋଟେକ୍‌ନୋଲୋଜି ପାର୍କ ଇତ୍ୟାଦି ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦେବାରେ ବିଭାଗ ଗୁରୁତ୍ୱ ଦେଇଛି। ଏକାଡେମୀ ପକ୍ଷରୁ ପ୍ରକାଶିତ ପତି୍ରକାର ବ୍ରେଲି ସଂସ୍କରଣ ପ୍ରକାଶ ପାଉଛି ବୋଲି ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ପୌରୋହିତ୍ୟ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କୁ ୨୦୨୧ ମସିହା ଓ ପ୍ରଫେସର ବିଦୁ୍ୟତ୍‌ କୁମାର ଦାସଙ୍କୁ ୨୦୨୨ ମସିହା ପାଇଁ ବୈଜ୍ଞାନିକ ଉତ୍କର୍ଷ ନିମନ୍ତେ ‘ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ଦୁଇ ଲକ୍ଷ ଟଙ୍କା, ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଅନୁରୂପ ଭାବରେ ୨୦୨୧ ମସିହା ପାଇଁ ଡ. ସୁବାସିନୀ ଲେଙ୍କା, ଡ. ନିଖିଳାନନ୍ଦ ପାଣିଗ୍ରାହୀ, ପ୍ରଫେସର ଗଣପତି ପଣ୍ଡା, ଡ. ଧୀରେନ୍ଦ୍ର କୁମାର ଦାସ, ଡ. ରାମଚନ୍ଦ୍ର ମହାନ୍ତି ଏବଂ ୨୦୨୨ ମସିହା ପାଇଁ ଡ. ସୁବୋଧ କୁମାର ସାହୁ, ଡ. ବିଜୟକେତନ ପଟ୍ଟନାୟକ, ପ୍ରଫେସର ଶିବ ପ୍ରସାଦ ଅଧିକାରୀ, ପ୍ରପେସର ସତ୍ୟବାନ ଜେନା ଓ ଡ. ମନୋରଞ୍ଜନ କରଙ୍କୁ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୧ ମସିହା ପାଇଁ ପ୍ରଫେସର ହୃଦୟନାଥ ଥାଟୋଇ, ଡ. ବିକାଶ କୁମାର ଜେନା, ଡ. ଅଶୋକ କୁମାର ସାହୁ ଓ ପ୍ରଫେସର ଡ. ନାରାୟଣ ପ୍ରସାଦ ପାଢ଼ୀ ଏବଂ ୨୦୨୨ ମସିହା ପାଇଁ ପ୍ରଫେସର ରମେଶ ଚନ୍ଦ୍ର ପାତ୍ର, ଡ. ଭାଗ୍ୟଧର ଭୋଇ ଓ ପ୍ରଫେସର ଦେବୀପ୍ରସନ୍ନ କାନୁନ୍‌ଗୋଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଛି। ପ୍ରାପକମାନଙ୍କୁ ପ୍ରତ୍ୟେକ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ପଦକ, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଛି। ‘ଓଡ଼ିଶା ଯୁବ ବୈଜ୍ଞାନିକ ପୁରସ୍କାର’ ବର୍ଗରେ ୨୦୨୧ ମସିହା ପାଇଁ ଡ. ବାସୁଦେବ କର, ଡ. ସ୍ୱାଗତିକା ଦାଶ, ଡ. ବିଷ୍ଣୁପ୍ରସାଦ ବିଶ୍ୱାଳ ଏବଂ ୨୦୨୨ ମସିହା ପାଇଁ ଡ. ସୌମ୍ୟରଞ୍ଜନ ଜେନା, ଡ. ଉତ୍ତମ କୁମାର ପାଣିଗ୍ରାହୀ, ଡ. ସୌମ୍ୟ ପ୍ରକାଶ ଦାଶ ଓ ଡ. ରେଖା ବିଶ୍ୱାଳଙ୍କୁ ଉଲ୍ଲେଖନୀୟ ଗବେଷଣା ପାଇଁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ୨୦୨୧ ମସିହା ପାଇଁ ଶ୍ରୀ ଅରୁଣ କୁମାର ପାତ୍ର ଓ ଡ. ଅସିତ୍‌ କୁମାର ସ୍ୱାଇଁ ଏବଂ ୨୦୨୨ ମସିହା ପାଇଁ ଶ୍ରୀ କାର୍ତ୍ତିକ ସ୍ୱାଇଁ ଓ ଡ. ଶୁଭେନ୍ଦୁ ପଟ୍ଟନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର’ରେ ସମ୍ବର୍ଦ୍ଧିତ କରାଯିବା ସହ ପ୍ରତ୍ୟେକଙ୍କୁ ପଚିଶ ହଜାର ଟଙ୍କା, ମାନପତ୍ର, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଶେଷରେ ଏକାଡେମୀର ସଂପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Post Views: 113
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In