• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

by Voice of Victims
August 2, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ନରସିଂହପୁର କ୍ଲଷ୍ଟରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ

ରଣପୁର, ୦୨/୦୮ : ଗଣଶିକ୍ଷା ବିଭାଗ ଓଡ଼ିଶା ର ନିର୍ଦ୍ଦେଶ ଅନୁଯାୟୀ ଆଜି ସାରା ରାଜ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଦ୍ଵିତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ ଜିଲ୍ଲା ରଣପୁର ବ୍ଲକର ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ହଂସରା ପ୍ରାଥମିକ ବିଦ୍ୟାଳୟରେ ଏହି ବୈଠକ ଆୟୋଜିତ ହୋଇଥିଲା ।

ଏହି ବୈଠକ ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ନେତୃତ୍ୱରେ ଓ ହଂସରା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀ ଦେଇ ଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ବୈଠକର ଶୁଭାରମ୍ଭ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଧୂପ-ଦୀପ ଦେଇ ହୋଇଥିଲା | ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରସିଂହପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋଦାବରୀ ନାୟକ ଏବଂ ମୁଖ୍ୟ ବକ୍ତା ଭାବେ ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନୀଳାଦ୍ରି ବିହାରୀ ସୁବୁଦ୍ଧି ଯୋଗ ଦେଇ ଉଦ୍‌ଘାଟନ କରିଥିଲେ | ବରିଷ୍ଠ ଶିକ୍ଷକ ଭ୍ରମରବର ତାଡ଼ ଶ୍ଳୋକ ଗାନ କରିଥିଲେ । କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା ସ୍ୱାଗତ ଭାଷଣ ଦେଇ ପରିଚୟ ପ୍ରଦାନ ପର୍ବ ଆରମ୍ଭ କରିଥିଲେ । ବୈଠକରେ ଅଂଶଗ୍ରହଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଖାତା, ପେନ ଓ ତାଲିମ ସମ୍ବନ୍ଧୀୟ ଶିକ୍ଷା ସାମଗ୍ରୀ ବଣ୍ଟନ କରାଯାଇଥିଲା । ଅତିଥି ଙ୍କୁ କ୍ଲଷ୍ଟର ତରଫରୁ ଉପହାର ପ୍ରଦାନ କରାଯାଇ ସ୍ବାଗତ କରାଯାଇଥିଲା |

ଏହି ବୈଠକରେ ଅଗଷ୍ଟ ମାସର ଶିକ୍ଷା କ୍ୟାଲେଣ୍ଡର, ଶିଶୁ ବାଟିକା ଭାଷାଗତ ବିକାଶ, ବୌଦ୍ଧିକ ବିକାଶ, ଶାରୀରିକ ବିକାଶ, ନୈତିକ ବିକାଶ, ଅଗଷ୍ଟ ମାସ ବିଦ୍ୟା ପ୍ରବେଶ କାର୍ଯ୍ୟସୂଚୀ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ର ଭାଷା ଓ ଗଣିତ, ବହୁ ଶ୍ରେଣୀ ନମୁନା ପାଠ ଟୀକା ଓ ଶିକ୍ଷକଙ୍କ ଗତିବିଧି ଯୋଜନା ପ୍ରସ୍ତୁତି, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ସଂଖ୍ୟା ପରିଚୟ ଧାରଣା ରେ ଶିକ୍ଷଣ ସାମଗ୍ରୀ ର ବ୍ୟବହାର, ସାମଗ୍ରୀକ ପ୍ରଗତି ପତ୍ର ଇତ୍ୟାଦି ବିଷୟ ଉପରେ ଗଭୀର ଆଲୋଚନା ହୋଇଥିଲା ।କାର୍ଯ୍ୟକ୍ରମର ଉଦଯାପାନୀ ଅବସରରେ ଅତିଥି ତଥା ପର୍ଯ୍ୟବେକ୍ଷିକା ଭାବେ ନୟାଗଡ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଶ୍ରାବଣୀ ମିଶ୍ର ଓ ଆଦିବାସୀ ଜାତି ଜନଜାତି ଶିକ୍ଷା ସଂଯୋଜିକା ଶୁଭସ୍ମିତା ଦାଶ ଯୋଗ ଦେଇଥିଲେ |

ଅତିଥି ବୃନ୍ଦ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ମାସିକ ବୈଠକ ରେ ଆଲୋଚିତ ବିଷୟ ବସ୍ତୁ ଉପରେ ପଚାରି ବୁଝିବା ସହ ବାଳିକା ଶିକ୍ଷା, ଇକୋ କ୍ଲବ, ବିଦ୍ୟାଳୟ ସୁରକ୍ଷା ନିରାପତ୍ତା, ମାତୃମଞ୍ଚ, ପାଠ୍ୟ ଯୋଜନା ଉପରେ ଆଲୋଚନା କରିଥିଲେ | କ୍ଲଷ୍ଟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବହୁ ଶ୍ରେଣୀ ଶିକ୍ଷାଦାନର ମଡେଲ ଟିଚିଙ୍ଗ କୁ ଦେଖି ଖୁସି ହୋଇଥିଲେ | ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ ଶିକ୍ଷୟତ୍ରୀ ବିନୋଦିନୀ କୁଣ୍ଡ, ଆଶାମଣୀ ସାମନ୍ତରାୟ, ସୁକାନ୍ତ ବେହେରା, ଭାଗବତ ଜେନା, ପାଞ୍ଚାଳୀ ଦେଇ, ପୂର୍ଣଚନ୍ଦ୍ର ପତି, ମଧୁଛନ୍ଦା ମହାନ୍ତି, ଉର୍ମିଳା ଦେଇ, ସରସ୍ବତୀ ରାଉତରାୟ, ପ୍ରମୁଖ ସହଯୋଗ କରିଥିବା ବେଳେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ | ଶିକ୍ଷକ ଅଜୟ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ |

Post Views: 169
Share209Tweet131Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In