• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଦ୍ଵିତୀୟ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା; ରଣପୁର ରାଜାଙ୍କ ଛେରାପହଁରା ନୀତି ପରେ ଟଣା ହେଲା ରଥ

by Voice of Victims
June 27, 2025
in ଆଞ୍ଚଳିକ ଖବର, ଆଧ୍ୟାତ୍ମିକ, ମୁଖ୍ୟ ଖବର, ରାଜ୍ୟ
ଦ୍ଵିତୀୟ ଶ୍ରୀକ୍ଷେତ୍ର ଗୁଣ୍ଡିଚା ଯାତ୍ରା; ରଣପୁର ରାଜାଙ୍କ ଛେରାପହଁରା ନୀତି ପରେ ଟଣା ହେଲା ରଥ

ରଣପୁର, ୨୭/୬: ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଜଗନ୍ନାଥ ମନ୍ଦିରରେ ତିନି ଠାକୁରଙ୍କୁ ନୀତିକାନ୍ତି ଭାବେ ପୂଜାର୍ଚ୍ଚନା ହୋଇଥିଲା | ପ୍ରଥମେ ଅବକାଶ ବଲ୍ଲଭ ନୀତି ସମ୍ପନ୍ନ କରାଯାଇଥିଲା | ଏହା ପରେ ସକାଳ ସାଢେ ୧୦ ବେଳେ ରଥ ପ୍ରତିଷ୍ଠା କରାଯାଇଥିଲା | ଏହା ପରେ ସାଢେ ୧୧ ଟା ବେଳେ ସକାଳ ଧୂପ କରାଯାଇଥିଲା | ଅପରାହ୍ନ ସାଢେ ୨ ଦିଟା ବେଳେ ପହଣ୍ଡି ବିଜେ କରାଯାଇଥିଲା | ଆଖପାଖ ଅଞ୍ଚଳର ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ଭିଡ଼ରେ ଘଣ୍ଟ, ହୁଳହୁଳି, ବାଜାରେ ୩ ଠାକୁରଙ୍କୁ ପହଣ୍ଡି କରି ରଥ ଉପରକୁ ଅଣା ଯାଇଥିଲା l

ଏହା ପରେ ଅପରାହ୍ଣ ୪ ଟା ବେଳେ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ତିନି ରଥରେ ଛେରା ପଂହଁରା କରିଥିଲେ | ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଭକ୍ତ ମାନେ ଟାଣି ମାଉସୀ ମା ମନ୍ଦିର ନିକଟକୁ ଅଣାଥିଲେ | ସନ୍ଧ୍ୟା ହୋଇ ଯାଇଥିବାରୁ ରଥ ଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା, ଯାହା ଫଳରେ ଗୁଣ୍ଡିଚା ମନ୍ଦିର ନିକଟରେ ମା ଶୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥ ଅଟକି ରହିଛି | ଶନିବାର ଦିନ ଅପରାହ୍ନ ଦିବା ୧ ଘଟିକା ସମୟରେ ରଥ ଟଣା ଆରମ୍ଭ ହେବ ବୋଲି ଦେବୋତ୍ତର ବିଭାଗ ଅଧିକାରୀ ତଥା ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ଭଦମନ ସୂଚନା ଦେଇଛନ୍ତି | ଓଡିଶାର ବାଚସ୍ପତି ସୁରମା ପାଢ଼ୀ ରଥ ଉପରେ ରଥ ନିର୍ମାଣ କରିଥିବା ମହାରଣାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ |

ଅନ୍ୟମାନଙ୍କ ମଧ୍ୟରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ରଣପୁର ବିଜ୍ଞାପିତ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର, ନୟାଗଡ ଜିଲ୍ଲା ବିଜେପି ସଭାପତି ତାପସ ମାର୍ଥା, ଆଇନଜୀବୀ ପ୍ରିୟବ୍ରତ ପ୍ରହରାଜ, ପରେଶ ମିଶ୍ର, ଅଭିଷେକ ସାମନ୍ତରାୟ, ନିର୍ମଳ କୁମାର ମତ୍ତଗଜସିଂହ, ସାହିଲ ମହାପାତ୍ର, ବାପି ଦାଶଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ସନ୍ଧ୍ୟାରେ ସଂଗୀତଜ୍ଞ ସତ୍ୟନାରାୟଣ ମହାପାତ୍ରଙ୍କ ତତ୍ୱାବଧାନରେ ‘ଶ୍ରୁତି ସୁଧା’ ଭଜନ ସମାରୋହ ମାଧ୍ୟମରେ ଭଜନ ପରିବେଷଣ କରାଯାଇଥିଲା | ଗୁଣ୍ଡିଚା ଯାତ୍ରାରେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ପୋଲିସ ପ୍ରଶାସନ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |

Post Views: 385
Share204Tweet127Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In