• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୭୫ ବ୍ୟାଚ୍‌ର ବନ୍ଧୁମିଳନ

by Voice of Victims
January 30, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ୧୯୭୫ ବ୍ୟାଚ୍‌ର ବନ୍ଧୁମିଳନ

ଗତ ତା ୨୫.୦୧.୨୦ ୨୬ ରିଖ,ରବିବାର ଦିନ ବିଦ୍ୟାଳୟ ପ୍ରାଙ୍ଗଣରେ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ୧୯୭୫ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁଳିଳନ ଅତ୍ୟନ୍ତ ଆନନ୍ଦ ଉତ୍ସାହ ଓ ଭାବପ୍ରବଣ ପରିବେଶରେ ପାଳିତ ହୋଇଯାଇଛି । ପ୍ରାକ୍ତନ ଛାତ୍ର ଅରୁଣ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ଉକ୍ତ ବ୍ୟାଚ୍‌ର ଶତାତ୍ଵିକ ଛାତ୍ରଛାତ୍ରୀ ଯୋଗଦେଇ ବିଦ୍ୟାଳୟ ବୁଲିବା ସହ ଅତୀତ ସ୍ମୃତି ରୋମନ୍ଥନ କରି ଆତ୍ମହରା ହୋଇଥିଲେ । ଏହି ଅବସରରେ ବ୍ୟାଚ୍ ପକ୍ଷରୁ ସେସମୟର ଶିକ୍ଷକ ଶିକ୍ଷୟିତ୍ରୀ ଉର୍ମିଳା କାନୁନ୍‌ଗୋ,ଦେବରାଜ ମିଶ୍ର ଓ ରମାକାନ୍ତ ଜେନାଙ୍କୁ ପୁଷ୍ପ ଅର୍ପଣପୂର୍ବକ ବନ୍ଦାପନା ସହ ସାଲ ଓ ଉ ରୀୟ ଦିଆଯାଇ ଗୁରୁସମ୍ମାନ ପ୍ରଦାନ କରାଯାଇଥିଲା ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ର ପ୍ରଦୀପ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ କରିଥିବା ବେଳେ ଅରୁଣ ମହାନ୍ତି ସମ୍ବର୍ଦ୍ଧନା ସଭା ଓ ସଙ୍ଗୀତ ଆସର ପରିଚାଳନା କରିଥିଲେ । ଛାତ୍ରଛାତ୍ରୀ ମଞ୍ଜୁଶ୍ରୀ,ପ୍ରକାଶ,ସରୋଜାନନ୍ଦ, ନନ୍ଦନନ୍ଦନ, ନନ୍ଦିନୀ ଓ ଅରୁଣ ପ୍ରମୁଖ ସୁମଧୁର ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିବା ସହ ଅତୀତ ଦିନକୁ ଫେରାଇ ନେଇଥିଲେ । ଛାତ୍ରୀ ମଞ୍ଜୁଶ୍ରୀ ଓ ଛାତ୍ର ଅରୁଣ ମହାନ୍ତି ଦୈତ୍ୟଭାବେ ବିଦ୍ୟାଳୟ ଉପରେ ଏକ ସଙ୍ଗୀତ ଗାନ କରିଥିଲେ ଯାହା ଅତ୍ୟନ୍ତ ଭାବପ୍ରବଣ ପରିବେଶ ସୃଷ୍ଟି କରିଥିଲା । ପ୍ରାକ୍ତନ ଛାତ୍ରସଂସଦର ଯୁଗ୍ମ ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ ଉପସ୍ଥିତ ରହି ସହଯୋଗ କରିଥିଲେ । ୧୯୭୫ର ବ୍ୟାଚ୍ ଛାତ୍ର ଗୋବିନ୍ଦ ଭୂୟାଁ,ପ୍ରଫୁଲ ମହାପାତ୍ର,ତିବିକ୍ରମ ପ୍ରଧାନ,ପ୍ରମୋଦ ବେହେରା ଓ ଶୈଳେନ୍ଦ୍ର ମଲ୍ଲିକ ପ୍ରମୁଖ ଉତ୍ସବ ଆୟୋଜନ ଓ ପରିଚାଳନାରେ ବ୍ୟାପକ ସହଯୋଗ କରିଥିଲେ ।

Post Views: 98
Share213Tweet133Send
Voice of Victims

Voice of Victims

Recent Posts

  • SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ
  • ଆଉ ଲୋକଙ୍କୁ ବାରମ୍ବାର ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବନି ହ୍ବାଟସଆପରେ ମିଳିବ ରାଜସ୍ବ ସେବା
  • ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି, କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା
  • ପରସ୍ପର ସହିତ ଧକ୍କା ହେଲା ୨ ବିମାନର ଡେଣା, ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଇଣ୍ଡିଗୋ ବିମାନ
  • ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ, ଚାରି ଜିଲ୍ଲାରେ ଚାରି ନେତାଙ୍କୁ ନୂଆ ଦାୟିତ୍ବ ଦେଲେ ବିଜେଡି ସୁପ୍ରିମୋ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In