• About Us
  • Contact Us
Friday, October 16, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଷ୍ଟୁଡେଣ୍ଟ୍ ୟୁନିୟନ ଦଖଲରେ ଶିଶୁ ଅନନ୍ତ ମହାବିଦ୍ୟାଳୟ , ଏବିଭିପି ହାତ ଖାଲି

by Voice of Victims
October 16, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଷ୍ଟୁଡେଣ୍ଟ୍ ୟୁନିୟନ ଦଖଲରେ ଶିଶୁ ଅନନ୍ତ ମହାବିଦ୍ୟାଳୟ , ଏବିଭିପି ହାତ ଖାଲି

ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସମସ୍ତ ପଦବୀକୁ ଷ୍ଟୁଡେଣ୍ଟ୍ ୟୁନିୟନ ସମର୍ଥିତ ପ୍ରାର୍ଥୀ ଦଖଲ କରିଛନ୍ତି।ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ନିର୍ବାଚନରେ ଛାତ୍ର ସଂସଦର ସମର୍ଥିତ ସମସ୍ତ ପ୍ରାର୍ଥୀ ଅପ୍ରତ୍ୟାଶିତ ବିଜୟଲାଭ କରିଥିବା ବେଳେ ଅନ୍ୟପକ୍ଷରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ହାତ ଖାଲି ରହିଛି । ପ୍ରକାଶିତ ଫଳାଫଳ ଅନୁଯାୟୀ, ମହାବିଦ୍ୟାଳୟର ସଭାପତି ଭାବେ ଷ୍ଟୁଡେଣ୍ଟ୍ ୟୁନିୟନ ସମର୍ଥିତ ପ୍ରାର୍ଥୀ ବିଶାଳ ଜେନା ୫୨୬ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀ ସୌମ୍ୟ ରଞ୍ଜନ ବିଶ୍ୱାଳଙ୍କୁ ୨୦୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ଲାଭ କରିଥିବା ବେଳେ ଉପ-ସଭାପତି ଭାବେ ରଶ୍ମିତା ନାଥ ବିଜେତା ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ ହୋଇଛନ୍ତି।

ସେହିପରି ସାଧାରଣ ସମ୍ପାଦକ ପଦବୀରେ ସୁଶ୍ରୀ ସଙ୍ଗୀତା ଭୋଇ ୩୨୭ ଖଣ୍ଡ ଭୋଟ ପାଇଥିବା ବେଳେ ସହ-ସମ୍ପାଦକ ଭାବେ ଶୁଭାଶିଷ ପାଣି ୫୫୬ ଖଣ୍ଡ ଏବଂ ଆଥ୍‌ଲେଟିକ୍ ସୋସାଇଟି ସମ୍ପାଦକ ଭାବେ ରାକେଶ ସାହୁ ୫୩୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି।ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକ ମଧ୍ୟରେ ନାଟ୍ୟ ପରିଷଦ ସମ୍ପାଦକ ଭାବେ ଇତିଶ୍ରୀ ପରିଡ଼ା ଏବଂ ଝିଅମାନଙ୍କ ସାଧାରଣ ବିଶ୍ରାମ କକ୍ଷ ସମ୍ପାଦକ ଭାବେ କଲ୍ୟାଣୀ ଦାସ ବିଜୟଲାଭ କରିଛନ୍ତି।ସମସ୍ତ ପ୍ରମୁଖ ପଦବୀରେ ସମର୍ଥିତ ପ୍ରାର୍ଥୀମାନେ ଏକପାଖିଆ ବିଜୟ ହାସଲ କରିବା ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ମହାବିଦ୍ୟାଳୟ ପରିସରରେ ଆନନ୍ଦର ବାତାବରଣ ସୃଷ୍ଟି ହୋଇଥିବାବେଳେ ବିଜୟୀ ପ୍ରାର୍ଥୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।

Post Views: 13
Share196Tweet123Send
Voice of Victims

Voice of Victims

Recent Posts

  • ଦେଶରେ ଅରାଜକତା ସୃଷ୍ଟି କରି କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର ଚାଲିଛି: ରାଜନାଥ ସିଂହ
  • ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସର ନୋଟିସ୍, ତିରଙ୍ଗା ଯାତ୍ରା କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ
  • ଅଧରାତିରେ ପ୍ରକାଶ ପାଇଲା ରମାଦେବୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ଫଳାଫଳ; ବିସିଜେଡିର ବିପୁଳ ବିଜୟ
  • ବିଳମ୍ବିିତ ରାତିରେ ପ୍ରକାଶ ପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ABVP ର ବାଜିମାତ୍
  • କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ: ନିର୍ବାଚନ ବିଜ୍ଞପ୍ତିକୁ ତୁରନ୍ତ ରଦ୍ଦ କରିବାକୁ ଓଡ଼ିଶା ସରକାରଙ୍କୁ କଂଗ୍ରେସର ଦାବି

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In