• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରମିକ ଓ କୃଷକଙ୍କ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ବିକ୍ଷୋଭ

by Voice of Victims
November 26, 2024
in ଆଞ୍ଚଳିକ ଖବର, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଶ୍ରମିକ ଓ କୃଷକଙ୍କ ତରଫରୁ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ବିକ୍ଷୋଭ

ନୟାଗଡ଼ (ଭିଓଭି): କେନ୍ଦ୍ର ମୋଦୀ ସରକାରର ଶ୍ରମିକ ଓ କୃଷକ ବିରୋଧୀ ନୀତି ବିରୋଧରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ କୃଷକ ସଂଗଠନ ଗୁଡିକ ତରଫରୁ ଶ୍ରମିକ, କୃଷକ ଓ ଜନଗଣ ଙ୍କର ୨୧ ଦଫା ଦାବୀ କୁ ନେଇ ଦେଶ ବ୍ୟାପୀ ଆଜି ଚେତାବନୀ ସମାବେଶ ଡାକରା ଦିଆ ଯାଇଥିଲା ବେଳେ ନୟାଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କୃଷକ -ଶ୍ରମିକ ଙ୍କ ଚେତାବନୀ ବିକ୍ଷୋଭ ସଂଗଠିତ ହୋଇ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଦାବୀ ପତ୍ର ପ୍ରଦାନ କରାଯାଇଛି.। ଆଜି ଦିନ ୧୨ ଘଟିକା ସମୟରେ ନୟାଗଡ଼ PWD ବଙ୍ଗଳା ଠାରୁ ସତାଧିକ ଶ୍ରମିକ କୃଷକ ଙ୍କ ମିଳିତ ଶୋଭା ଯାତ୍ରା ବାହାରି ନୟାଗଡ ବଜାର ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଥୀ ବିଶ୍ୱନାଥ ମହାପାତ୍ର ଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା.। ଏହି ବିକ୍ଷୋଭ ସମାବେଶ ରେ ବକ୍ତା ମାନେ କେନ୍ଦ୍ର ମୋଦୀ ସରକାରଙ୍କ ଶ୍ରମିକ, କୃଷକ, ଓ ଜନ ବିରୋଧୀ ନୀତି ଏବଂ ଆକାଶଛୁଆଁ ଦରବୃଦ୍ଧି କୁ ତୀବ୍ର ସମାଲୋଚନା କରିଥିଲେ.। ଜନଗଣ ଙ୍କ ଦୁର୍ଦ୍ଦିନ ଅବସ୍ଥା ପାଇଁ ମୋଦୀ ସରକାରଙ୍କ ନୀତି ଦାୟୀ ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ର ମୋଦୀ ସରକାର ଙ୍କ ସୀତାକାଳିନ ପାର୍ଲ୍ୟାମେଣ୍ଟ ଅଧିବେଶନ ପରିପ୍ରେକ୍ଷିରେ ସରକାର ଚାଷୀଙ୍କୁ ଫସଲ ର ସର୍ବନିମ୍ନ ସାହାୟକ ମୂଲ୍ୟ, ଶ୍ରମିକ ବିରୋଧୀ ୪ଟି ଶ୍ରମ କୋର୍ଡ ବାତିଲ , ମୂଲିଆ ଙ୍କୁ ବର୍ଷକୁ ୨୦୦ ଦିନ କାର୍ଯ୍ୟ ଓ ଦୈନିକ ମଜୁରୀ ୬୦୦ ଟଙ୍କା,ଆକାଶ ଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ଆଶା, ପାଚିକା ଓ ଅଙ୍ଗନବାଡ଼ି ଭଳି ସ୍କିମ ଶ୍ରମିକଙ୍କୁ ସ୍ଥାୟୀ ନିଯୁକ୍ତି ଓ ସର୍ବନିମ୍ନ ଦରମା ମାସିକ ୨୬ ହଜାର ଟଙ୍କା, ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକଙ୍କୁ ଜିଲ୍ଲାରେ ପଞ୍ଜିକରଣ ଓ ସରକାରୀ ସାହାୟତା, କୃଷି ଋଣ ଛାଡ଼, ମାସିକ ୩୦୦୦ଟଙ୍କା ଭତ୍ତା ଓ ୩୦୦ ୟୁନିଟ ବିଦୂତ ଛାଡ଼ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବକ୍ତା ମାନେ ଦାବୀ କରିଥିଲେ.। ଜିଲ୍ଲାପାଳ ଅକ୍ଷୟ ସୁନୀଲ ଆଗ୍ରୱାଲା ଙ୍କୁ ଭେଟି ପ୍ରତିନିଧି ମାନେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଦେଲା ବେଳେ ଜିଲ୍ଲାପାଳ ସାମ୍ବାଦିକ ଓ ପ୍ରତିନିଧି ମାନଙ୍କ ପ୍ରତି ଆଶାଳୀନ ବ୍ୟବହାର କରିବାରୁ ଜିଲ୍ଲାପାଳ ଙ୍କ ଏତାଦୃଶ ସଂଯମ ହୀନ ବ୍ୟବହାର କୁ ସଂଗଠନ ତରଫରୁ ଦୃଢ଼ ନିନ୍ଦା କରାଯାଇଛି.। ଜିଲ୍ଲା ର ସର୍ବୋ୍ଚ୍ଚ ପ୍ରଶାସନିକ ଅଧିକାରୀ ଙ୍କ ଏକ ଗଣତାନ୍ତ୍ରୀକ ଆନ୍ଦୋଳନ ର ପ୍ରତିନିଧି ଙ୍କ ପ୍ରତି ଓ ଗଣତନ୍ତ୍ର ର ୪ର୍ଥ ସ୍ତମ୍ଭ ସାମ୍ବାଦିକ ମାନଙ୍କୁ ପ୍ରତି ବାହାରି ଯିବାକୁ ଧମକ ଦେଲା ଭଳି ଦାୟୀତ୍ୱହୀନ ମନ୍ତବ୍ୟ ଦେବା ଏକ ଦୁର୍ଭାଗ୍ୟ ଜନକ ଘଟଣା ବୋଲି ସଂଗଠନ ତରଫରୁ କୁହାଯାଇଛି। ଜିଲ୍ଲାପାଳ ଏଭଳି ବ୍ୟବହାର ରୁ କ୍ଷାନ୍ତ ରୁହନ୍ତୁ ନଚେତ ତୀବ୍ର ଆନ୍ଦୋଳନ ହେବ ବୋଲି ଚେତାବନି ଦିଆଯାଇଛି।
ଏହି ଚେତାବନୀ ଗଣ ବିକ୍ଷୋଭ ରେ କୃଷକ ନେତା ହରିଶ୍ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ଶରତ ବେହେରା, ଗୋଲକ ମୁଦୁଲି , ସୁରେଶ ସ୍ୱାଇଁ, ପବିତ୍ର ଇନ୍ଦ୍ରଜିତ, ସଂଯୁକ୍ତା ସେଠୀ, ଜୟନ୍ତୀ ଦାସ, ଚାପ ଧାରୀ ରାଉତ, ସରୋଜିନୀ ତ୍ରିପାଠି, ପ୍ରତିଭା ସାହୁ,ସୁକାନ୍ତି ଜେନା ଓ ଭିକାରୀ ସାହୁ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In