• About Us
  • Contact Us
Tuesday, March 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ

by Voice of Victims
April 7, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ସୁବିଧା ପୋର୍ଟାଲରେ ଆସିଛି ୭୩ ହଜାରରୁ ଅଧିକ ଆବେଦନ

ନୂଆଦିଲ୍ଲୀ: ନିର୍ବାଚନ ଘୋଷଣା ଓ ଆଦର୍ଶ ଆଚରଣ ବିଧି (ଏମସିସି) କାର୍ଯ୍ୟକାରୀ ହେବାର ମାତ୍ର ୨୦ ଦିନ ମଧ୍ୟରେ ସୁବିଧା ପ୍ଲାଟଫର୍ମକୁ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ଠାରୁ ୭୩,୩୭୯ଟି ଅନୁମତି ଅନୁରୋଧ ମିଳିଛି। ଏଥିମଧ୍ୟରୁ ୪୪,୬୨୬ଟି ଅନୁରୋଧ (୬୦%)କୁ ଅନୁମୋଦନ କରାଯାଇଛି। ପାଖାପାଖି ୧୧,୨୦୦ ଅନୁରୋଧ ପ୍ରତ୍ୟାଖ୍ୟାନ କରାଯାଇଛି ଯାହାକି ପ୍ରାପ୍ତ ମୋଟ ଅନୁରୋଧର ୧୫% ଏବଂ ୧୦,୮୧୯ଟି ଆବେଦନ ଅବୈଧ କିମ୍ବା ନକଲି ହୋଇଥିବାରୁ ବାତିଲ କରାଯାଇଥିଲା। ୭ ଏପ୍ରିଲ ୨୦୨୪ ସୁଦ୍ଧା ଉପଲବ୍ଧ ବିବରଣୀ ଅନୁଯାୟୀ, ଅବଶିଷ୍ଟ ଆବେଦନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଚାଲିଛି। ତାମିଲନାଡ଼ୁ (୨୩,୨୩୯), ପଶ୍ଚିମବଙ୍ଗ (୧୧,୯୭୬) ଏବଂ ମଧ୍ୟପ୍ରଦେଶ (୧୦,୬୩୬) ରୁ ସର୍ବାଧିକ ଅନୁରୋଧ ଆସିଥିଲା। ଚଣ୍ଡିଗଡ଼ (୧୭), ଲାକ୍ଷାଦ୍ୱୀପ (୧୮) ଏବଂ ମଣିପୁର (୨୦) ରୁ ସର୍ବନିମ୍ନ ଅନୁରୋଧ ଆସିଥିଲା। ପ୍ରାପ୍ତ ରାଜ୍ୟଭିତ୍ତିକ ଆବେଦନଗୁଡ଼ିକୁ ନିମ୍ନ ସଂଲଗ୍ନକ ଏ’ରେ ଉଲ୍ଲେଖ କରାଯାଇଛି।
              ବାଧାମୁକ୍ତ, ନିରପେକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନର ଗଣତାନ୍ତ୍ରିକ ନୀତିକୁ ବଜାୟ ରଖିବା ପାଇଁ ନିର୍ବାଚନ ଆୟୋଗ ଦ୍ୱାରା ବିକଶିତ ଏକ ବୈଷୟିକ ସମାଧାନ ହେଉଛି ସୁବିଧା ପୋର୍ଟାଲ। ପ୍ରଭାବଶାଳୀ ଟ୍ରାକ୍ ରେକର୍ଡ ପ୍ରଦର୍ଶନ କରି ସୁବିଧା ପୋର୍ଟାଲ ନିର୍ବାଚନ ସମୟରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ଠାରୁ ଅନୁମତି ଏବଂ ସୁବିଧା ପାଇଁ ଅନୁରୋଧ ପାଇବା ଏବଂ ଏହାକୁ କାର୍ଯ୍ୟକାରୀ କରିବା ପ୍ରକ୍ରିୟାକୁ ସରଳ କରିଥିଲା। ନିର୍ବାଚନ ପ୍ରଚାର ସମୟର ଗୁରୁତ୍ୱକୁ ସ୍ୱୀକାର କରି, ଯେଉଁଠାରେ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି, ସୁବିଧା ପୋର୍ଟାଲ ଫାଷ୍ଟ ଇନ୍ ଫାଷ୍ଟ ଆଉଟ୍ ବା ପ୍ରଥମେ ଆସିଥିବା ଆବେଦନକୁ ପ୍ରାଥମିକତା ନୀତିରେ ସ୍ୱଚ୍ଛ ଭାବରେ ବିଭିନ୍ନ ପ୍ରକାରର ଅନୁମତି ଅନୁରୋଧକୁ ପୂରଣ କରିଥାଏ। ଏଥିରେ ଶୋଭାଯାତ୍ରା ଆୟୋଜନ, ଅସ୍ଥାୟୀ ଦଳୀୟ କାର୍ଯ୍ୟାଳୟ ଖୋଲିବା, ଘର ଘର ବୁଲି ପ୍ରଚାର, ଭିଡିଓ ଭ୍ୟାନ୍, ହେଲିକପ୍ଟର, ଗାଡି ପରମିଟ୍ ପାଇବା, ପ୍ରଚାରପତ୍ର ବଣ୍ଟନ ପାଇଁ ଅନୁମତି ରହିଛି। ସୁବିଧା ପୋର୍ଟାଲ ବିଷୟରେ- ଇସିଆଇ ଆଇଟି ଇକୋସିଷ୍ଟମରେ ଗୁରୁତ୍ୱପୂର୍ଣ୍ଣ ପ୍ରୟୋଗ। ସୁବିଧା ପୋର୍ଟାଲ (https://suvidha.eci.gov.in) ଜରିଆରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ଅନଲାଇନରେ ଅନୁମତି ଆବେଦନପତ୍ର ଦାଖଲ କରିପାରିବେ। ଏହାବ୍ୟତୀତ, ସମସ୍ତ ଅଂଶୀଦାରଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ ଏବଂ ସମାନ ସୁଯୋଗ ସୁନିଶ୍ଚିତ କରିବା ପାଇଁ ଅଫଲାଇନ୍ ଆବେଦନପତ୍ର ଦାଖଲ ବିକଳ୍ପ ଉପଲବ୍ଧ। ଏକ ମଜବୁତ ଆଇଟି ପ୍ଲାଟଫର୍ମ ଦ୍ୱାରା ସମର୍ଥିତ, ବିଭିନ୍ନ ରାଜ୍ୟ ବିଭାଗର ନୋଡାଲ ଅଧିକାରୀଙ୍କ ଦ୍ୱାରା ପରିଚାଳିତ, ସୁବିଧା ପୋର୍ଟାଲ ଅନୁମତି ଅନୁରୋଧଗୁଡିକର ଦକ୍ଷ ପ୍ରକ୍ରିୟାକରଣର ସୁବିଧା ପ୍ରଦାନ କରେ। ସୁବିଧାର ଏକ ସାଥୀ ଆପ୍ ମଧ୍ୟ ଅଛି ଯାହା ଆବେଦନକାରୀଙ୍କୁ ରିୟଲ ଟାଇମରେ ସେମାନଙ୍କ ଅନୁରୋଧର ସ୍ଥିତି ଟ୍ରାକ୍ କରିବାକୁ ସକ୍ଷମ କରେ, ଏହି ପ୍ରକ୍ରିୟାରେ ଅଧିକ ସୁବିଧା ଏବଂ ସ୍ୱଚ୍ଛତା ଯୋଡିଥାଏ। ଏହି ଆପ୍ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପ୍ଲାଟଫର୍ମରେ ଉପଲବ୍ଧ। ସୁବିଧା ପ୍ଲାଟଫର୍ମ କେବଳ ନିର୍ବାଚନ ପ୍ରକ୍ରିୟାର ଦକ୍ଷତା ବୃଦ୍ଧି କରେ ନାହିଁ ବରଂ ଏସ୍ଏମ୍ଏସ୍ ମାଧ୍ୟମରେ ଆପ୍ଲିକେସନ୍, ଷ୍ଟାଟସ୍ ଅପଡେଟ୍, ଟାଇମ୍ ଷ୍ଟାମ୍ପଡ୍ ସବ୍ମିଶନ ଏବଂ ଯୋଗାଯୋଗର ରିୟଲ୍ ଟାଇମ୍ ଟ୍ରାକିଂ ପ୍ରଦାନ କରି ସ୍ୱଚ୍ଛତାକୁ ସୁନିଶ୍ଚିତ କରିଥାଏ। ଏହାବ୍ୟତୀତ ପୋର୍ଟାଲରେ ଉପଲବ୍ଧ ଅନୁମତି ତଥ୍ୟ ନିର୍ବାଚନ ଖର୍ଚ୍ଚ ଯାଞ୍ଚ ପାଇଁ ଏକ ମୂଲ୍ୟବାନ ସମ୍ବଳ ଭାବରେ କାର୍ଯ୍ୟ କରେ, ଯାହା ନିର୍ବାଚନ ପ୍ରକ୍ରିୟାରେ ଅଧିକ ଉତ୍ତରଦାୟିତ୍ୱ ଏବଂ ସଚ୍ଚୋଟତା ସୁନିଶ୍ଚିତ କରେ। ସୁବିଧା ପ୍ଲାଟଫର୍ମ ଜରିଆରେ ଭାରତର ନିର୍ବାଚନ ଆୟୋଗ ଏକ ନିରପେକ୍ଷ, ଦକ୍ଷ ଏବଂ ସ୍ୱଚ୍ଛ ନିର୍ବାଚନ ପରିବେଶକୁ ସୁଗମ କରିବା ପାଇଁ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି, ଯେଉଁଠାରେ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଆବଶ୍ୟକ ଅନୁମତି ଏବଂ ମଞ୍ଜୁରୀ ସମାନ ଭାବରେ ଉପଲବ୍ଧ ହୋଇଛି।

Post Views: 43
Tags: Since the announcement of general elections
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In