• About Us
  • Contact Us
Wednesday, July 8, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହୋଟେଲ ବାହାରେ ବିସ୍ଫୋରଣରେ ୬ ମୃତ, ଅଳ୍ପକେ ରକ୍ଷା ପାଇଲେ ସିରିଆ ରାଷ୍ଟ୍ରପତି

by Voice of Victims
July 7, 2026
in ଦେଶ ବିଦେଶ, ମୁଖ୍ୟ ଖବର
ହୋଟେଲ ବାହାରେ ବିସ୍ଫୋରଣରେ ୬ ମୃତ, ଅଳ୍ପକେ ରକ୍ଷା ପାଇଲେ ସିରିଆ ରାଷ୍ଟ୍ରପତି

ସିରିଆ : ସିରିଆ ଡାମାସ୍କସର ଏକ ହୋଟେଲ ବାହାରେ ୨ଟି ପରେ ଗୋଟିଏ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଯେଉଁ ହୋଟେଲରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଥିବା ଜଣାପଡିଛି । ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି ।

ଏହି ବିସ୍ଫୋରଣ ଉଗ୍ରବାଦୀମାନେ ଘଟାଇଥିଲେ । ମୃତକଙ୍କ ମଧ୍ୟରେ ମାକ୍ରନ୍‌ଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ ଅଧିକାରୀ ସାମିଲ ରହିଛନ୍ତି । ଯେତେବେଳେ ମାକ୍ରୋନ୍ ଅଲ୍ ଶାରାଙ୍କୁ ଭେଟିବା ପାଇଁ ହୋଟେଲରୁ ବାହାରକୁ ଯାଉଥିଲେ, ସେତେବେଳେ ହୋଟେଲ ବାହାରେ ଏକ ଜୋରଦାର ବିସ୍ଫୋରଣ ଶୁଣାଗଲା । ମାକ୍ରୋନ୍ ସହିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ଏହି ଖବର ପ୍ରକାଶ କରିଥିଲେ ।

ସୂଚନାନୁଯାୟୀ, ହୋଟେଲ ବାହାରେ ଏକ ଲାଲ କାର ରଖାଯାଇଥିଲା ଏବଂ ତା’ପରେ ବିସ୍ଫୋରଣ କରାଯାଇଥିଲା । ଫ୍ରାନ୍ସ ରାଷ୍ଟ୍ରପତି ଭବନ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଜାରି କରିନାହିଁ । କିନ୍ତୁ ବିସ୍ଫୋରଣ ପରେ ମାକ୍ରନ ଅଲ ଶାରାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ଏହି ମାମଲା ସିରିଆ ପୋଲିସର ତଦନ୍ତକୁ ଜୋରଦାର କରିଛି । ମାକ୍ରେୋନଙ୍କ ଡାମାସ୍କସର ଦୁଇ ଦିନିଆ ଗସ୍ତର ଶେଷ ଦିନରେ ଏହି ବିସ୍ଫୋରଣ ଘଟିଥିଲା ।

ସିରିଆରେ ବଶର ଅଲ ଅସଦଙ୍କ ଯିବା ପରେ ସୁରକ୍ଷା ବ୍ୟବସ୍ଥା ଅଲ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଯେଉଁଥିପାଇଁ ଚଳିତ ବର୍ଷ ଫେଆରୀରେ ଇସଲାମିକ ରାଜ୍ୟର ଆତଙ୍କବାଦୀ ସରକାରଙ୍କର କେତକ କର୍ମଚାରୀଙ୍କ ହତ୍ୟା କରିଥିଲେ ।

Post Views: 66
Share198Tweet124Send
Voice of Victims

Voice of Victims

Recent Posts

  • ବନ୍ଦ ହୋଇପାରେ ୟୁକ୍ରେନ ଯୁଦ୍ଧ; ପୁଣି ଆଲୋଚନା ପାଇଁ ପୁଟିନ ଏବଂ ଟ୍ରମ୍ପ ରାଜି, ସୂଚନା ଦେଲା କ୍ରେମଲିନ୍‌
  • କେଉଁ ଗାଡ଼ିରେ ସମସ୍ୟା ଦେଖାଦେଇଛି ପ୍ରମାଣ ଦିଅ, ଚ୍ୟାଲେଞ୍ଜ କଲେ ନୀତିନ ଗଡକରୀ
  • ଜଳବାୟୁ ପରିବର୍ତ୍ତନ ରୋକିବାକୁ ବୃକ୍ଷରୋପଣ ଏକମାତ୍ର ସମାଧାନ: ମୋହନ ଚରଣ ମାଝୀ
  • ଏବେ କମିଲା, ଆଗକୁ ପୁଣି ଛେଚିବ ବର୍ଷା : ଜୁଲାଇ ୯ରେ ଖୋଲିବ ହୀରାକୁଦ, ମହାନଦୀରେ ବଢିବ ପାଣି
  • BJPରେ ମିଶିବେ ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପରେ ଧରିବେ ପଦ୍ମ !

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In