• About Us
  • Contact Us
Saturday, June 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

by Voice of Victims
June 6, 2026
in ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ

ରଣପୁର, ୬/୬ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ନିର୍ବାଚନ ମଣ୍ଡଳୀରେ ପରିଗଣନା ଫର୍ମ ବଣ୍ଟନ କାର୍ଯ୍ୟ ଜୋରଦାର ଭାବେ ଚାଲିଛି। ଏହି ଅବସରରେ ଜିଲ୍ଲା ପରିଷଦ ଚେୟାରମ୍ୟାନ ଦେବାଶିଷ ପଟ୍ଟନାୟକ ଏବଂ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ ଓ ତାଙ୍କ ପରିବାର ସଦସ୍ୟଙ୍କୁ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରିଗଣନା ଫର୍ମ ପ୍ରଦାନ କରାଯାଇଥିଲା।

ଫର୍ମ ବଣ୍ଟନ ସମୟରେ ରଣପୁର ବିଡିଓ ମନୋଜ କୁମାର ନାୟକ, ବି.ଏଲ.ଓ. ସୁପରଭାଇଜର ସୁଶୀଲ କୁମାର ରଣା, ଟ୍ରେନର ଶକ୍ତି ପ୍ରସାଦ ଆଚାର୍ଯ୍ୟ, ବି.ଏଲ.ଓ. ସୁଷମା ଦେଇ, ଶିକ୍ଷକ ସ୍ୱସ୍ତିକ ଅଧିକାରୀ ଓ ପ୍ରଶାନ୍ତ କୁମାର ଘଡେଇ ପ୍ରମୁଖ ଉପସ୍ଥିତ ରହି ମତଦାତାମାନଙ୍କୁ ଫର୍ମ ସଠିକ ଭାବେ ପୂରଣ କରିବା ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ସମ୍ପର୍କରେ ସଚେତନ କରିଥିଲେ।

ସମ୍ପୃକ୍ତ ଅଧିକାରୀମାନେ ମତଦାତା ତାଲିକାକୁ ଅଧିକ ସଠିକ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ମତଦାତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ମାଧ୍ୟମରେ ଯୋଗ୍ୟ ମତଦାତାଙ୍କ ସଠିକ ତଥ୍ୟ ସଂଗ୍ରହ କରାଯାଇ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି।

Post Views: 15
Share197Tweet123Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ କାଳ ବୈଶାଖୀର ତାଣ୍ଡବ, ଉପୁଡିପଡିଲା ଗଛ ଓ ବିଦ୍ୟୁତ ଖୁଣ୍ଟ, ଜନଜୀବନ ଅସ୍ତବ୍ୟସ୍ତ
  • ପୁଣି ଚାକିରିରେ ଯୋଗ ଦେଲେ ଆଇଏଏସ ଧିମାନ ଚକମା
  • ରଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମକୁ ମିଳିଲା ଜନପ୍ରତିନିଧି ଓ ବୁଦ୍ଧିଜୀବୀଙ୍କ ସମର୍ଥନ
  • ‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ
  • ବିଜେପିରୁ ଇସ୍ତଫା ପରେ ନୂଆ ଦଳ ଗଢିବେ ଅନ୍ନାମଲାଇ, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଦେବ ପ୍ରାର୍ଥୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In