• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ

by Voice of Victims
July 23, 2024
in ଦେଶ ବିଦେଶ, ମୁଖ୍ୟ ଖବର, ରାଜ୍ୟ
ଓଡିଶାକୁ ମିଳିଲାନି ସ୍ବତନ୍ତ୍ର ପ୍ୟାକେଜ

ନୂଆଦିଲ୍ଲୀ: ତୃତୀୟ ପାଳିରେ ପ୍ରଥମ ସାଧାରଣ ବଜେଟରେ ପୂର୍ବ-ଭାରତକୁ ସ୍ବତନ୍ତ୍ର ଫୋକସ ଦେଇଛି ମୋଦି ସରାକର । ଓଡ଼ିଶା, ବିହାର, ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗର ବିକାଶ ପାଇଁ ଆରମ୍ଭ ହେବ ପୂର୍ବୋଦୟ ଯୋଜନା । ଭିତ୍ତିଭୂମି, ଶିଳ୍ପ, ଯୋଗାଯୋଗ, ଦକ୍ଷତା ବିକାଶ, ନିଯୁକ୍ତି, ଗବେଷଣା ପରି ବିଭିନ୍ନ କ୍ଷେତ୍ରରେ ଆଖିଦୃଶିଆ ବ୍ୟୟବରାଦ ହୋଇଛି । ହେଲେ ଅନ୍ୟତମ ପୂର୍ବ-ଭାରତୀୟ ରାଜ୍ୟ ଓଡିଶାକୁ ସେପରି କିଛି ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରାଯାଇନି । ଚଳିତ ସାଧାରଣ ନିର୍ବାଚନ ଫଳାଫଳର ଛାପ ଚଳିତ ବଜେଟରେ ମଧ୍ୟ ପ୍ରତିଫଳିତ ହେବା ପରି ବ୍ୟୟବରାଦ ହୋଇଛି । ମୋଦି ସରକାର ତୃତୀୟ ପାଳିର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିବା ଆନ୍ଧ୍ର ପ୍ରଦେଶ ଓ ବିହାରକୁ ଏକାଧିକ ସ୍ପେଶାଲ ପ୍ୟାକେଜ ସହ ହାତଖୋଲା ବ୍ୟୟବରାଦ ଦେଇଛନ୍ତି ମୋଦି ସରକାର । ତେବେ ଅର୍ଥମନ୍ତ୍ରୀ ଓଡ଼ିଶା ପର୍ୟ୍ୟଟନର ବିକାଶ ପାଇଁ ବିଜେଟରେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ମନ୍ଦିର, ବନ୍ୟଜନ୍ତୁ ଓ ସାମୁଦ୍ରିକ ସମ୍ପଦ ପାଇଁ ଓଡ଼ିଶା ଜଣାଶୁଣା । ତେଣୁ ପର୍ୟ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।  ଅନ୍ୟପକ୍ଷରେ ଅର୍ଥମନ୍ତ୍ରୀ ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ ବିଶେଷ ଘୋଷଣା କରିଛନ୍ତି । ବିହାରରେ ବିମାନବନ୍ଦର ଓ ମେଡିକାଲ କଲେଜର ବିକାଶ ହେବ । ନୂଆ ବିମାନମନ୍ଦର ଓ ମେଡିକାଲ କଲେଜ ପାଇଁ ଅନୁଦାନ ମିଳିବ ।  ସେହିପରି ଆନ୍ଧ୍ରପ୍ରଦେଶ ପାଇଁ ମଧ୍ୟ ଅର୍ଥମନ୍ତ୍ରୀ ବିଶେଷ ଘୋଷଣା କରିଛନ୍ତି । ପୋଲାଭରମ ପ୍ରକଳ୍ପର ଶୀଘ୍ର ସମାପ୍ତ ପାଇଁ ପଦକ୍ଷେପ ନିଆଯିବ । ପୋଲାଭରମ ପ୍ରକଳ୍ପ ଆନ୍ଧ୍ରର ଜୀବନ ରେଖା ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । 

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In