• About Us
  • Contact Us
Friday, August 7, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଧ୍ୟାତ୍ମିକ

ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ

by Voice of Victims
November 10, 2024
in ଆଧ୍ୟାତ୍ମିକ, ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ

ଭୁବନେଶ୍ବର: ଆଜି କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଗୋପାଳ ଜୀଉ ମନ୍ଦିରରେ ପବିତ୍ର ଅଁଳା ନବମୀ ଅବସରରେ ଶ୍ରୀରାଧାଙ୍କ ପାଦ ଦର୍ଶନ ଅନୁଷ୍ଠିତ ହେଉଅଛି। ରାତ୍ର ପ୍ରାୟ ୧ଟାରୁ ନୀତି ନିର୍ଘଣ୍ଟ ଅନୁଯାୟୀ ମନ୍ଦିରର ଦ୍ୱାରଫିଟା ଯାଇ ମଙ୍ଗଳ ଆଳତି ନୀତି ପରେ ଦୈନନ୍ଦିନ ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସାକ୍ଷୀ ଗୋପୀନାଥଙ୍କର ସ୍ୱତନ୍ତ୍ର ନଟବର ବେଶ ଅନୁଷ୍ଠିତ ହୋଇଥିବା ବେଳେ ସକାଳୁ ସକାଳୁ ଭୋଗ ନୀତି ଶେଷ କରାଯାଇ ସର୍ବ ସାଧାରଣ ଦର୍ଶନ ଅନୁଷ୍ଠିତ ହେଉଥିବା ଜଣାପଡିଅଛି। ବର୍ଷକ କରେ ଥରେ ଶ୍ରୀରାଧା ଆଜି ଓଡିଆଣୀ ବେଶରେ ସଜ୍ଜିତ ହୋଇଥିବା ହେତୁ ରାଧା ଙ୍କର ପାଦ ଦର୍ଶନର ସୌଭାଗ୍ୟ ପ୍ରାପ୍ତି ନେଇ ଦୂର ଦୁରନ୍ତାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ସାକ୍ଷୀଗୋପାଳରେ ଦେଖିବାକୁ ମିଳିଅଛି। ବିଶ୍ଵାସ ରହିଆଛି ଆଜିର ଦିନରେ ମା ରାଧାଙ୍କୁ ଦର୍ଶନ କଲେ ମହିଳା ମାନେ ସୈାଭାଗ୍ୟବତୀ ହେବାର ସୁଯୋଗ ପାଇବା ସହ ପରିବାରର ମଙ୍ଗଳ ହୋଇଥାଏ। ଏଥି ସହିତ ଆଜି ହାବିଷ୍ୟାଳି ମା’ ମାନେ ମଧ୍ୟ ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ର ନିଆରା ପରମ୍ପରା ମଧ୍ୟ ରହିଅଛି।ଏହି ରାଧା ପାଦ ଦର୍ଶନ ନେଇ ବ୍ୟାପକ ଭିଡକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବ୍ୟାରିକେଡ ମାଧ୍ୟମରେ ଭକ୍ତ ଓ ଶ୍ରଦ୍ଧାଳୁ ସାକ୍ଷୀ ଗୋପୀନାଥ ମନ୍ଦିରରେ ପ୍ରବେଶ କରୁଅଛନ୍ତି।ସେପଟେ ଭକ୍ତ ମାନଙ୍କର ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଥିବା ପରିଲକ୍ଷିତ ହୋଇଅଛି।

Post Views: 163
Share198Tweet124Send
Voice of Victims

Voice of Victims

Recent Posts

  • ସ୍ମୃତି, ସମ୍ମାନ ଓ ସ୍ୱାଗତର ମିଳନ: ରାଜସୁନାଖଳା ଡାଏଟରେ ଆୟୋଜିତ ସମ୍ବର୍ଦ୍ଧନା ସଭା
  • ରଣପୁରରେ ୮୦ତମ ସ୍ୱାଧୀନତା ଦିବସ ପାଇଁ ବ୍ଲକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ
  • ପୁରୀ ମୁନିସିପାଲିଟି ଅଞ୍ଚଳରେ ବନ୍ୟା ପରବର୍ତ୍ତୀ ସତର୍କତା: ଗୋଟିଏ ଦିନ ପାଇଁ କଡା ନିର୍ଦ୍ଦେଶ ଜାରି କଲେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
  • ମହିଳାଙ୍କୁ ମିଳିବ ସୁନା କଏନ, ପିଲାଙ୍କୁ ମିଳିବ ୫ ଲକ୍ଷର AI ସ୍କିଲ୍ ଟ୍ରେନିଂ
  • ରେଭେନ୍ସା ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଚିଠି ଲେଖିଲେ କଟକ ବିଧାୟକ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In