କଟକ (ଭିଓଭି): ଗତ ୧୦-୧୧-୨୪ରିଖ, ରବିବାର , ଭାରତର ସମୃଦ୍ଧ ବର୍ଗର ବ୍ୟକ୍ତିମାନଙ୍କୁ ଏକତ୍ରିତ କରି ସମାଜର ବଞ୍ଚିତ ବର୍ଗର ସେବା କରିବା ସହ ଉତ୍ତର ପିଢ଼ିକୁ ସୁସଂସ୍କାରିତ କରି ଗଢିତୋଳିବା ସହ ଭାରତର ସର୍ବାଙ୍ଗୀନ ବିକାଶ କରି ଏକ ସୁସ୍ଥ ସମର୍ଥ ସଂସ୍କାରିତ ଭାରତ ଗଠନ ଲକ୍ଷ୍ୟରେ କାର୍ଯ୍ୟକରୁଥିବା ରାଷ୍ଟ୍ରବାଦୀ ସଂଗଠନ “ଭାରତ ବିକାଶ ପରିଷଦ” ର ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ବାରବାଟୀ ଶାଖାର ଆତିଥ୍ୟେୟତାରେ କଟକ ମହାନଦୀ ବିହାର ସ୍ଥିତ ମହାନଦୀ ଭବନ ସଭାଗୃହରେ “ରାଷ୍ଟ୍ରୀୟ ସମୂହ ଗାନ” ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଷ୍ଟ୍ରଭକ୍ତିର ଭାବନା ଜାଗ୍ରତ କରି ନୈତିକ ମୂଲ୍ୟବୋଧ ର ବିକାଶ କରିବା ପାଇଁ ପ୍ରତିବର୍ଷ ଏହି ରାଷ୍ଟ୍ରୀୟ ସମୁହ ଗାନ ପ୍ରତିଯୋଗିତା ଶାଖା ସ୍ତରରୁ ଆରମ୍ଭ ହୋଇ କେନ୍ଦ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥାଏ l କଟକ ବାରବାଟୀ ଶାଖା ଆତିଥ୍ଯୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ପୂର୍ବ ପ୍ରାନ୍ତର ୨୨ଟି ଶାଖା ତରଫରୁ ଚୟନ ହୋଇଥିବା ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ l ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ଅଧ୍ଯକ୍ଷ ସତ୍ଯବାଦୀ ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦଘାଟନ ସମାରୋହରେ ବାରବାଟୀ ଶାଖା ର ସଭାପତି ଡକ୍ଟର ଆଲୋକ କୁମାର ସାହୁ ଉପସ୍ଥିତ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ସଭାରେ ମୁଖ୍ଯ ଅତିଥି ଭାବେ କନ୍ଧମାଳ ର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ଥିଲାବେଳେ ମୁଖ୍ୟ ବକ୍ତା ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ସଂଯୁକ୍ତ ମହାସଚିବ ଶ୍ରୀଯୁକ୍ତ ସୁଭାଶିଷ କର ଯୋଗଦେଇଥିଲେ l ଅପରାହ୍ନରେ ଅନୁଷ୍ଠିତ ଏହି “ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା” ର ଉଦଯାପନୀ ପର୍ବ ତଥା ପୁରସ୍କାର ବିତରଣ ସମାରୋହରେ ମୁଖ୍ଯ ଅତିଥି ଭାବେ ମାନ୍ୟବର ପୂର୍ତ୍ତ, ଅବକାରୀ ତଥା ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇ କହିଥିଲେ ଭାରତ ବିଶ୍ୱଗୁରୁ ଥିଲା ଏବଂ ଅଛି କିନ୍ତୁ ଏହାକୁ ବିଶ୍ୱକୁ ସ୍ୱୀକାର କରିବାର ଅଛି l ବର୍ତ୍ତମାନ ବିଚାରରେ ପରିବର୍ତ୍ତନ ଆସି ଓଡ଼ିଆ ଅସ୍ମିତା ରେ ବନ୍ଦେ ମାତରଂ, ବନ୍ଦେ ଉତ୍କଳ ଜନନୀ ଏବଂ ଜୟ ଜଗନ୍ନାଥ ସଭା ସମିତିରେ ବହୁଳ ପ୍ରଚଳନ ହୋଇଛି l ସମ୍ମାନିତ ଅତିଥି ଭାବେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ ର କୁଳସଚିବ ଅଭୟ କୁମାର ନାୟକ ଓ ବିଶିଷ୍ଟ ସମାଜସେବା ନୟନ କିଶୋର ମହାନ୍ତି ଯୋଗଦେଇ ଥିଲାବେଳେ ମୁଖ୍ୟ ବକ୍ତା ଭାବେ ଭାରତ ବିକାଶ ପରିଷଦ ପୂର୍ବ କ୍ଷେତ୍ରର କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଭାରତର ମହାନ୍ ସଂସ୍କୃତି ପରମ୍ପରା ବିଷୟରେ ଅଧ୍ଯୟନ କରିବା ସହିତ ସ୍ବାମୀ ବିବେକାନନ୍ଦଙ୍କ ଦେଶପ୍ରେମରେ ଉଦବୁଦ୍ଧ ହୋଇ ଜୀବନ ନିର୍ବାହ କରିବା ପାଇଁ ପରାମର୍ଶ ଦେଇଥିଲେ l ପ୍ରାନ୍ତ ସ୍ତରୀୟ ସଂସ୍କୃତ ସମୂହ ଗାନ ପ୍ରତିଯୋଗୀତାରେ ଡି ଏ ଭି ପବ୍ଲିକ ସ୍କୁଲ ୟୁନିଟ 8 ପ୍ରଥମ, ସନ୍ତୋଷି ଇଂଲିଶ ମିଡିୟମ ସ୍କୁଲ ଦ୍ୱିତୀୟ, ଡି ଏ ଭି ପବ୍ଲିକ ସ୍କୁଲ, କଳିଙ୍ଗ ନଗର ତୃତୀୟ ସ୍ଥାନ ଗ୍ରହଣ କରିଥିବା ବେଳେ ହିନ୍ଦୀ ସମୂହ ଗାନ କ୍ଷେତ୍ରରେ ଡି ଏ ଭି ପବ୍ଲିକ ସ୍କୁଲ ୟୁନିଟ 8 ପ୍ରଥମ, ସନ୍ତୋସି ଇଂଲିଶ ମିଡିୟମ ସ୍କୁଲ ଦ୍ୱିତୀୟ, ଡି ଏ ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡ଼ିଆ ସମୂହ ଗାନ କ୍ଷେତ୍ରରେ ଡି ଏ ଭି ପବ୍ଲିକ ସ୍କୁଲ ୟୁନିଟ 8 ପ୍ରଥମ, ଡି ଏ ଭି ପବ୍ଲିକ ସ୍କୁଲ ବ୍ରହ୍ମପୁର ଦ୍ୱିତୀୟ, ସନ୍ତୋସି ଇଂଗଲିସ ମିଡିୟିମ ସ୍କୁଲ,ପୁରୀ ତୃତୀୟ ସ୍ଥାନ ଆରୋହଣ କରିଥିଲେ l ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନ କରି ଡି ଏ ଭି ପବ୍ଲିକ ସ୍କୁଲ ୟୁନିଟ 8, ଭୁବନେଶ୍ୱର ଚମ୍ପିଆନ ହୋଇ କ୍ଷେତ୍ରୀୟ ସ୍ଥର କୁ ଉନ୍ନୀତ ହୋଇଛି l ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା ରାଷ୍ଟ୍ରୀୟ ପରିଷଦ ର ସଦସ୍ୟ ଡକ୍ଟର ବିଜୟ ଲକ୍ଷ୍ମୀ ସାହୁ ଏବଂ କ୍ଷେତ୍ରୀୟ ମହିଳା ସହଭାଗିତା ସଚିବ ସୁପ୍ରୀତି ରଥ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l ପ୍ରାନ୍ତ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ନାୟକ, ପ୍ରାନ୍ତ ଅର୍ଥ ସଚିବ ନରସିଂହ ମିଶ୍ର, ପ୍ରାନ୍ତ ମିଡିଆ ପ୍ରଭାରୀ ନିହାର ରଂଜନ ସ୍ବାଇଁ, ପ୍ରାନ୍ତ ସଂସ୍କାର ସଚିବ ପ୍ରୀତି ପ୍ରତିଭା ଭୋଳ, ପ୍ରାନ୍ତ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ, ପ୍ରାନ୍ତ ପ୍ରୁଷ୍ଠପ୍ରଷୋକ ଦେବେନ୍ଦ୍ର ନାଥ ଦାସ, ପ୍ରାନ୍ତ ମହିଳା ସହଭାଗିତା ସଚିବ ଶ୍ରୀମତୀ ବିଜୟନନ୍ଦିନୀ ଦୁବେ, ସନ୍ତୋଷ କୁମାର ମହାନ୍ତି, ପ୍ରସନ୍ନ ବସନ୍ତିଆ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ରାଜୀବ ମାହୁନ୍ତ, ଲିଙ୍ଗରାଜ ମିଶ୍ର, ପ୍ରଫୁଲ୍ଲ ସାହୁ ,ଲୋପାମୁଦ୍ରା, ମିନତୀ ସାହୁ ଓ ଶାଖାର ସମସ୍ତ ସଦସ୍ଯ ମାନେ ଅକ୍ଳାନ୍ତ ପରିଶ୍ରମ କରି କାର୍ଯ୍ୟକ୍ରମ ଟିକୁ ସଫଳ କରିବାରେ ସମସ୍ତ ଦାୟିତ୍ୱ ନିର୍ବାହ କରିଥିଲେ l ପରିଶେଷରେ ବାରବାଟୀ ଶାଖା ସଚିବ ବବିତା ଭୂଇଁୟା ଧନ୍ଯବାଦ ଅର୍ପଣ କରିଥିଲେ ଏବଂ ପ୍ର୍ରାନ୍ତ ତରଫରୁ ସଂଗଠନ ସଚିବ ରାମ ଚନ୍ଦ୍ର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମୂହ ବନ୍ଦେ ମାତରଂ ଏବଂ ଶେଷରେ ରାଷ୍ଟ୍ରୀୟ ସଂଗୀତ ଗାନ କରାଯାଇଥିଲା l
