ରଣପୁର, ୧୪/୦୬ : ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ ର ରାଜ୍ୟସଭାପତି ସତ୍ୟବ୍ରତ ନାୟକ ଆଜି ଓଡିଶା ଯୁଗ୍ମ ପ୍ରେବେଶିକା ପରୀକ୍ଷାରେ(ଓଜେଇ) ୨୦୨୬ ଏମଟେକ୍ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଲୋଧା ଚୁଆ ପଞ୍ଚାୟତ ଅଡ଼ାଲ ଗ୍ରାମ ପାଇଁ ଗୌରବ ଆଣିଥିବା ସ୍ଵାଗତ କୁମାର ବେହୁରା ଙ୍କୁ ତାଙ୍କ ଅଡ଼ାଲ ସ୍ଥିତ ବାସଭବନରେ ଭେଟି ତାଙ୍କୁ ପୁଷ୍ପଗୁଛ, ଭତରୀ ଓ ମାନପତ୍ର ଦେଇ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧି ପ୍ରତିଭାସମ୍ମାନ-୨୦୨୬ ରେ ରାଜ୍ୟସଭାପତି ସତ୍ୟବ୍ରତ ନାୟକ ସମ୍ମାନିତ କରି ତାର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ ।
ଉଲ୍ଲସିତ, ପ୍ରଶଂସା ପତ୍ର ସହ ଓଡ଼ିଶା ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ-୨୦୨୬ ରାଜ୍ୟ ସଭାପତି ସମ୍ମାନିତ କଲେ ଏବଂ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଶିକ୍ଷାବିତ ପ୍ରାଣନାଥ ବେହୁରା, ବିଭୂତି କୁମାର ଜେନା, ମିର ଅବୁବକର ସିଦ୍ଧିକ୍, ପ୍ରକାଶ ଚନ୍ଦ୍ର ନାୟକ, ସଞ୍ଜୟ ମହାନ୍ତି, ସମ୍ବିର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।
