• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଏଣିକି ନାବାଳକ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

by Voice of Victims
July 29, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଏଣିକି ନାବାଳକ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ରାଜ୍ୟରେ ସଡକ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ନିୟମ ଉଲ୍ଲଙ୍ଘନ କରି ଗାଡ଼ି ଚାଳନା କଲେ ଏଣିକି ଆଉ ନିସ୍ତାର ନାହିଁ । ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ରାଜ୍ୟର ସମସ୍ତ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ପରିବହନ ବିଭାଗର ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ସମେତ ରାଜ୍ୟର ସମସ୍ତ ଜିଲ୍ଲାର ୩୮ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଧୀନରେ କଡ଼ାକଡ଼ି ଯାଞ୍ଚ ହେଉଛି । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ସ୍ପେଶାଲ ଡ୍ରାଇଭର ପ୍ରଥମ ଦିନରେ ୧୮ବର୍ଷରୁ କମ୍ ବୟସର ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଉପରେ ନଜର ରଖାଯାଇଥିଲା । ଏହି କ୍ରମରେ ସମୁଦାୟ ୧୫୩ଟି ଚାଲାଣ କଟିଥିବା ବେଳେ ଆଜି ୬୦ ଗାଡ଼ିକୁ ଜବତ କରାଯାଇଛି । ସେଥିରୁ ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର- ୨ ଆରଟିଓ ଅଧୀନରୁ ୧୧ ଚାଲାଣ କଟିଛି । ଭୁବନେଶ୍ୱର-୧ ଆରଟିଓରୁ ୭ ଓ ଖୋର୍ଦ୍ଧା ଏଆରଟିଓରୁ ୩ଟି ଚାଲାଣ କଟିଛି । ସେହିପରି କଳାହାଣ୍ଡିରେ ୧୨, କଟକରେ ୧୦, କୋରାପୁଟରେ ୮ ଏବଂ ଗଞ୍ଜାମ ଓ ରାୟଗଡ଼ାରେ ୭ ଲେଖାଏଁ ଚାଲାଣ କଟିଛି । ସେହିଭଳି ରାୟଗଡ଼ାରେ ସର୍ବାଧିକ ୭ ଗାଡ଼ି ସିଜ୍ ହୋଇଥିବା ବେଳେ ରାଉରକେଲା ଓ ବଲାଙ୍ଗିରରେ ୬ ଟି ଲେଖାଏଁ, ବାଲେଶ୍ୱର ଓ ସୋନପୁରରେ ୫ ଲେଖାଏଁ ଗାଡ଼ି ଜବତ ହୋଇଛି । କଳାହାଣ୍ଡିରେ ୪, ତାଳଚେର, ଅନୁଗୁଳ, ଭୁବନେଶ୍ୱର ୧ ଏବଂ ଏଆରଟିଓ ଖୋର୍ଦ୍ଧା ପକ୍ଷରୁ ୩ ଲେଖାଏଁ ଗାଡ଼ିକୁ ଜବତ କରାଯାଇଛି । ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଏହି ଧରପଗଡ଼ ଆରମ୍ଭ ହୋଇଥିଲା । ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ସ୍କୁଲ-କଲେଜ ନିକଟରେ ପରିବହନ ବିଭାଗର ଟିମ୍ ଯାଞ୍ଚ କରିଥିଲେ । ସାବାଳକ ହୋଇ ନ ଥିବା, ଡ୍ରାଇଭିଂ ଲାଇସେନ୍ସ ନ ଥିବା ଅନେକ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ବାଇକ, ସ୍କୁଟି ନିଜେ ଚଲାଇ ଆସିଥିଲେ । ମୋଟର ଯାନ ଆଇନ ୧୯୮୮ର ଧାରା ୧୯୯ (କ) ଅନୁଯାୟୀ ଏଭଳି ବେଆଇନ ଗାଡ଼ି ଚାଳକଙ୍କୁ ଧରିଛି ଯାଞ୍ଚ ଟିମ୍ । ଏହି ଆଇନ ଅନୁଯାୟୀ ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଅଭିଭାବକ କିମ୍ବା ଗାଡ଼ି ମାଲିକଙ୍କ ବିରୋଧରେ ୨୫ ହଜାର ଟଙ୍କାର ଜରିମାନା ଲଗାଇବାର ବ୍ୟବସ୍ଥା ରହିଛି । ଏପରିକି କିଛି କ୍ଷେତ୍ରରେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି । ଗାଡ଼ିକୁ ଜବତ କରିବାର ପ୍ରାବଧାନ ମଧ୍ୟ ରହିଛି । କିଛି ଦିନ ତଳେ ପୁଣେରେ ଜଣେ ନାବାଳକ ଗାଡ଼ି ଚାଳକଙ୍କ ଯୋଗୁଁ ଯେଉଁ ଭୟାନକ ଦୁର୍ଘଟଣା ଘଟିଥିଲା ତାହା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ ଚାଳକଙ୍କ ଅଭିଭାବକଙ୍କୁ ଜେଲ୍ ଯିବାକୁ ହୋଇଥିଲା । ଏହାସତ୍ତ୍ୱେ ଅନେକ ଏବେ ବି ସୁଧୁରି ନ ଥିବା ଲକ୍ଷ୍ୟ କରାଯାଉଛି । ନାବାଳକ/ନାବାଳିକା ଗାଡ଼ି ଚାଳକଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣାରେ ଅନେକ ସମୟରେ ସଂପୃକ୍ତ ଗାଡ଼ି ଚାଳକଙ୍କ ଜୀବନ ଚାଲିଯାଏ । ଏହାସହ ଠିକ୍ ବାଟରେ ଯାଉଥିବା ଅନ୍ୟମାନଙ୍କୁ ମଧ୍ୟ ଦୁର୍ଘଟଣାର ଶିକାର ହେବାକୁ ପଡ଼େ । ୨୦୨୩ରେ ରାଜ୍ୟରେ ନାବାଳକ/ନାବାଳିକା ଗାଡ଼ି ଚାଳନା ଯୋଗୁଁ ୬୦ ଜୀବନ ଯାଇଥିବା ବେଳେ ୨୯୨ ଗୁରୁତର ହୋଇଥିଲେ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ମଧ୍ୟ ଆସୁଥିବା ତଥ୍ୟ ଏକ୍ଷେତ୍ରରେ ଚିନ୍ତା ବୃଦ୍ଧି କରିଛି । ତେଣୁ ଏହାକୁ ରୋକିବାକୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ ହୋଇଛି । ସମସ୍ତ ଅଭିଭାବକ ଓ ଶିକ୍ଷାନୁଷ୍ଠାନମାନେ ନାବାଳକ/ନାବାଳିକା ଗାଡ଼ି ଚାଳନା ରୋକିବା ଦିଗରେ ଗମ୍ଭୀରତାର ସହ ପଦକ୍ଷେପ ନେବାକୁ ପ୍ରାଧିକରଣ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଏନଫୋର୍ସମେଣ୍ଟ ଆଗକୁ ମଧ୍ୟ ଜାରି ରହିବ ବୋଲି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର କହିଛନ୍ତି । କେବଳ ନାବାଳକ/ନାବାଳିକା ଗାଡ଼ି ଚାଳନା ନୁହେଁ, ଫିଟନେସ, ହେଲମେଟ୍‌, ସିଟ୍ ବେଲ୍ଟ, ଦ୍ରୁତଗତି, ମଦ୍ୟପାନ କରି ଗାଡ଼ି ଚାଳନା ଭଳି ବିଷୟକୁ ନେଇ ଏନଫୋର୍ସମେଣ୍ଟ କରାଯିବ । ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କଠୋର ପଦକ୍ଷେପ ନେବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ନେଉଛି । ଅନେକ ସଚେତନତା ସତ୍ତ୍ୱେ କିଛି ବେପରୁଆ ଚାଳକ ସୁଧୁରୁ ନ ଥିବାରୁ ସେମାନଙ୍କୁ ଧରିବାକୁ ଏହି ପଦକ୍ଷେପ ନିଆଯାଇଛି ।

Post Views: 29
Share198Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In