• About Us
  • Contact Us
Friday, September 4, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ, ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା

by Voice of Victims
July 12, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ
ଶରଧାବାଲିରେ ଠେଲାପେଲା ଦଳାଚକଟା, ୩ ମୃତ

ପୁରୀ: ସୁବ୍ୟବସ୍ଥିତ ରଥଟଣା ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡ଼ା ନିୟମ । ତିନି ରଥ ଉପରେ ରହିବେନି ଛଦ୍ମବେଶୀଧାରୀ ସେବାୟତ । କୌଣସି ସେବାୟତଙ୍କ ସହାୟତାରେ ରଥକୁ ଚଢ଼ିବେନି ଶ୍ରଦ୍ଧାଳୁ । ରଥ ଉପରେ ମୋବାଇଲ ଫୋନ୍ ବ୍ୟବହାର ସମ୍ପୂର୍ଣ୍ଣ ମନା । ଏଥିରେ ବ୍ୟତିକ୍ରମ ଘଟିଲେ ସମ୍ପୃକ୍ତ ସେବାୟତ କିମ୍ବା ଶ୍ରଦ୍ଧାଳୁଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କଡ଼ା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ । ଏଥିପାଇଁ ମିଡିଆ ଫୁଟେଜ ସହ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭିଡ଼ିଓ ଟିମକୁ ସ୍ବତନ୍ତ୍ର ଭାବେ ନିୟୋଜିତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ସୁରୁଖୁରୁରେ ରଥଟଣା ନିମନ୍ତେ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।

ରଥଯାତ୍ରା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ବ୍ୟବସ୍ଥାବଳୀ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି । ଆସନ୍ତା ୧୪ରେ ଅନୁଷ୍ଠିତ ହେବାକୁ ଯାଉଥିବା ନବଯୌବନ ଦର୍ଶନରେ ଏଥର ଅଧିକ ସମୟ ଦର୍ଶନ ସୁଯୋଗ ମିଳିବ ନାହିଁ । ଅପରାହ୍ଣ ୨ ଟା ପରେ ସାହାଣମେଲା ଦର୍ଶନ ଆରମ୍ଭ ହେବ । ଏହା ପରଦିନ ଉଭା ଅମାବାସ୍ୟା ଓ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନ ମାତ୍ର କିଛି ଘଣ୍ଟା ଚାଲିବ । ସେହିପରି ପ୍ରତ୍ୟେକ ରଥରେ ଚଳିତ ବର୍ଷ ଅଧିକ ଗୋଟିଏ ଲେଖାଏଁ ରଥ ଦଉଡ଼ି ରହିବ । ଶ୍ରୀଗୁଣ୍ଡିଚା ଯାତ୍ରା ଯାତ୍ରା ଦିନ ତିନି ରଥ ବାଟରେ ଅଟକିଲେ ତୁରନ୍ତ ବ୍ୟାରିକେଡ଼ କରାଯିବ । ପ୍ରତ୍ୟେକ ରଥର ଶୋଧ ଓ ନିର୍ଦ୍ଦେଶକ ଦଳ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥାବଳୀ ଅନୁଯାୟୀ କାର୍ଯ୍ୟ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅପିଲ କରିଛନ୍ତି ।

Post Views: 144
Share200Tweet125Send
Voice of Victims

Voice of Victims

Recent Posts

  • ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା
  • ରାଷ୍ଟ୍ରପତି ଭବନରେ ଗଞ୍ଜାମ ଜିଲ୍ଲାର ୯୦ରୁ ଊର୍ଦ୍ଧ୍ୱ ଲୋକକଳାକାର
  • ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଧମକ
  • ମମତା ବାନାର୍ଜୀଙ୍କ ଝିଆରୀଙ୍କ ସନ୍ଦେହଜନକ ମୃତ୍ୟୁ, ଚାକିରି ହରାଇ ଡିପ୍ରେସନରେ ଥିଲେ
  • ନେପାଳ ଦୁର୍ଦ୍ଦଶାର କରୁଣ ଚିତ୍ର, ଗୋଟିଏ ରୁମରୁ ମିଳିଲା ୨୩ ମୃତଦେହ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In