• About Us
  • Contact Us
Monday, August 10, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ

by Voice of Victims
May 6, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଚିଲିକାରେ କଡ଼ା ସୁରକ୍ଷା ନିୟମ, ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ

ବ୍ରହ୍ମଗିରି : ଚିଲିକାରେ କଡ଼ା ସୁରକ୍ଷା ନିୟମ । ବିନା ଲାଇଫ ଜ୍ୟାକେଟରେ ଡଙ୍ଗା ଚଳାଚଳ ନିଷିଦ୍ଧ। ମଧ୍ୟପ୍ରଦେଶରେ କ୍ରୁଜ ବୁଡ଼ି ଘଟଣା ପରେ ସମଗ୍ର ଚିଲିକାରେ ଲାଗିଛି କଟକଣା । ବିନା ଲାଇଫ ଜ୍ୟାକେଟରେ ଡ଼ଙ୍ଗା ନେବାକୁ ମନାକରାଯାଇଛି କିନ୍ତୁ କେହି ନିୟମ ମାନୁନାହାନ୍ତି । ଚିଲିକାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି । ଉଭୟ ଯାତ୍ରୀବାହୀ ଡ଼ଙ୍ଗା ଏବଂ ଭସାପୋଲରେ ଯାଉଥିବା ଯାତ୍ରୀଙ୍କ ପାଇଁ ଲାଇଫ ଜ୍ୟାକେଟ ଓ ଲାଇଫ ଗାର୍ଡକୁ ବାଧ୍ୟତାମୂଳକ କରିଛି । ଏ ନେଇ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଚିଲିକା ସାତପଡ଼ାର ସମସ୍ତ ଡ଼ଙ୍ଗା ମାଲିକଙ୍କୁ ଚିଠି କରିଛି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କିନ୍ତୁ ଏହାକୁ ବେଖାତିର କରାଯାଇଛି ।

ଅନ୍ୟପଟେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀଙ୍କୁ ନେବା ପରେ ମଧ୍ୟ କଟକଣା ଲଗାଇଛ ପ୍ରଶାସନ । ଏବେ ଅଧିକାଂଶ ସମୟରେ କାଳ ବୈଶାଖୀ ହେଉଥିବାରୁ ଚିଲିକା ମଝିରେ ଯାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି କଡ଼ା ନିୟମ କରାଯାଇଛି ଏବଂ ପଞ୍ଜିକରଣର ସମସ୍ତ ନିୟମକୁ ମାନିବାକୁ ମଧ୍ୟ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି କିନ୍ତୁ ଚିଠି ପରେ ବି ଯାତ୍ରୀ ବାହି ଡ଼ଙ୍ଗା ଏବଂ ଭସାପୋଲରେ ଯାତ୍ରୀଙ୍କୁ ଦିଆଯାଉନାହିଁ ଲାଇଫ ଜ୍ୟାକେଟ ।

Post Views: 59
Share201Tweet126Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In