ନୂଆଦିଲ୍ଲୀ: ଆକ୍ସିଅମ ୪ର ପାଇଲଟ ଥିବା ଭାରତର ଶୁଭାଂଶୁ ଶୁକ୍ଲା ପୁଣି ମହାକାଶରୁ ବାର୍ତ୍ତା ଦେଇଛନ୍ତି । ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ମହାକାଶରେ ଗୋଟିଏ ରାତି ବିତାଇ ସାରିଛନ୍ତି । ଏହାପରେ ତାଙ୍କର ଏକ ଭିଡିଓ ମେସେଜ ସାମ୍ନାକୁ ଆସିଛି । ମହାକାଶରୁ ନମସ୍କାର କରିଛନ୍ତି ଶୁଭାଂଶୁ ଶୁକ୍ଲା । ଆକ୍ସିଅମ ମିଶନରେ ୪ରେ ଶୁଭାଂଶୁ ମହାକାଶ ଯାତ୍ରା କରିଛନ୍ତି ।

୪ ମହାକାଶଚାରୀଙ୍କ ସହ ଆଉ ଜଣେ ଯାତ୍ରୀ । ଗୋଟିଏ ହଂସକୁ ସାଥିରେ ନେଇଛନ୍ତି ମହାକାଶଚାରୀ ଶୁଭାଂଶୁ । ସହଯୋଗୀ ମହାକାଶଚାରୀଙ୍କ ସହ ଏଠାରେ ରହି ରୋମାଞ୍ଚିତ ଥିବା କହି, ଗୋଟିଏ ଖେଳନା ହଂସ ଦେଖାଇଛନ୍ତି । ଭାରତୀୟ ସଂସ୍କୃତିରେ ଏହା ଜ୍ଞାନ ଓ ବୁଦ୍ଧିର ପରିଚୟ ବୋଲି ସେ କହିଛନ୍ତି । ଶୁଭାଂଶୁ କହିଛନ୍ତି, ଚମତ୍କାର ଯାତ୍ରାକୁ ଉପଭୋଗ କରୁଛି । ଛୋଟ ପିଲା ଭଳି ନୂଆ ନୂଆ କଥା ଶିଖୁଛନ୍ତି । କିପରି ଚାଲିବା ଓ ଖାଇବା ଶିଖୁଥିବା କହିଛନ୍ତି ଶୁଭାଂଶୁ ।
ଗତକାଲି ଆଇଏସଏସ ଅଭିମୁଖେ ଶୁଭାଂଶୁଙ୍କ ସହ ଆଇଏସଏସ ଅଭିମୁଖେ ବାହାରିଥିଲେ ୪ ମହାକାଶଚାରୀ । ଆଜି ଅପରାହ୍ଣ ୪ଟା ୩୦ରେ ISSରେ ଡକିଂ ହେବ । ଦୀର୍ଘ ୪୧ ବର୍ଷ ପରେ ମହାକାଶକୁ ଦ୍ବିତୀୟ ଭାରତୀୟ ଭାବେ ଯାତ୍ରା କରିଛନ୍ତି ଶୁଭାଂଶୁ ଶୁକ୍ଳା । ଆକ୍ସିଅମ -୪ ମିଶନରେ ପୃଥିବୀରେ ମିଶନ କଣ୍ଟ୍ରୋଲ ରୁମ ସହ ଯୋଗାଯୋଗ ଦାୟିତ୍ବ ଶୁଭାଂଶୁଙ୍କୁ ଦିଆଯାଇଛି ।
ତେବେ ଭାରତୀୟ ସମୟ ଠିକ୍ ଦିନ ୧୨ଟା ୧ରେ ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଆକ୍ସିଅମ ମିସନ-୪ ଆରମ୍ଭ ହୋଇଛି । ସ୍ପେସ୍ ଏକ୍ସର ଆକ୍ସିଅମ ମିସନ-୪ର ଉତକ୍ଷେପଣ ହୋଇଛି । ମହାକାଶ ଅଭିମୁଖେ ଉଡ଼ାଣ ଭରିଛି ସ୍ପେସ୍ ଏକ୍ସ ମିସନ୍-ଆକ୍ସିଅମ-୪ । ୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ।
