ଭୁବନେଶ୍ୱର(ଭି ଓ ଭି): ଫୁଲନଖରା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲ କଳିଙ୍ଗର ଛାତ୍ରୀ ଆଦ୍ୟାଶା ସ୍ୱାଇଁ ସିବିଏସଇ ବୋର୍ଡ ଦ୍ୱାରା ପରିଚାଳିତ ଦଶମଶ୍ରେଣୀ ପରୀକ୍ଷାରେ ୯୭.୮ ପ୍ରତିଶତ ମାର୍କ ରଖି ସଫଳତାର ସହ ଉତ୍ତୀର୍ଣ୍ଣ ହେବା ସହିତ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି। କଟକ ଜିଲ୍ଲା ବାଲିପଦା,ଗୋବିନ୍ଦପୁର ନିବାସୀ ପ୍ରଶାନ୍ତ କୁମାର ସ୍ୱାଇଁ ଓ ସୋନି ତ୍ରିବେଦୀଙ୍କ କନ୍ୟା ଆଦ୍ୟାଶା।
ପିଲାଦିନୁ ସେ ଜଣେ ମେଧାବୀ ଛାତ୍ରୀ ଭାବେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି। ତାଙ୍କର ସଫଳତା ପାଇଁ ଅଞ୍ଚଳରେ ଖୁସିର ମାହୋଲ୍ ଖେଳି ଯାଇଛି। ଆଦ୍ୟାଶା ନିଜ ସଫଳତାର ଶ୍ରେୟ ନିଜ ମାତାପିତାଙ୍କୁ ଦେବା ସହିତ ସ୍କୁଲର ଅଧ୍ୟକ୍ଷ ସୁଭବ୍ରତ ମୁଖାର୍ଜୀ, ଟ୍ରଷ୍ଟି ମାଲା ମିଶ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦେଇଛନ୍ତି। ଆଗାମୀ ଦିନରେ ଆଇ ଆଇ ଟି ଶିକ୍ଷାନୁଷ୍ଠାନରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଶିକ୍ଷାଲାଭ କରିବା ନିମନ୍ତେ ସେ ଲକ୍ଷ୍ୟ ରଖିଥିବା ପ୍ରକାଶ କରି ଅଛନ୍ତି।
