• About Us
  • Contact Us
Thursday, February 5, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ନରସିଂହପୁର କ୍ଲଷ୍ଟରରେ ସଫଳ ଅଭିଭାବକ–ଶିକ୍ଷକ–ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ : ଶିକ୍ଷା ଉନ୍ନତି ଉପରେ ଗୁରୁତ୍ୱ

by Voice of Victims
January 20, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ନରସିଂହପୁର କ୍ଲଷ୍ଟରରେ ସଫଳ ଅଭିଭାବକ–ଶିକ୍ଷକ–ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ବୈଠକ : ଶିକ୍ଷା ଉନ୍ନତି ଉପରେ ଗୁରୁତ୍ୱ

ରଣପୁର, ୧୯/୦୧ : ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରେ ଗତ ଶନିବାର ଦିନ ଅଭିଭାବକ, ଶିକ୍ଷକ–ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ର ସଂଯୁକ୍ତ ବୈଠକ ସଫଳ ଭାବେ ଅନୁଷ୍ଠିତ ହୋଇଯାଇଛି।

ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ସମନ୍ତରାପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଓ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଥିଵାଏହି ବୈଠକରେ କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ (CRCC) ସୁଶୀଲ କୁମାର ରଣା ଯୋଗ ଦେଇ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାସମ୍ବନ୍ଧୀୟ ବିଷୟ ଉପରେ ସବିସ୍ତାର ଆଲୋଚନା କରିଥିଲେ।

ବୈଠକରେ ସମାପ୍ତି ସୂଚକ ଆକଳନ (SLAS) ର ଫଳାଫଳ ବିଶ୍ଳେଷଣ, ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପାଇଁ ଚାଲୁ ହୋଇଥିବା ନୂତନ ପରୀକ୍ଷା ପଦ୍ଧତି, ‘ପଢ଼ିବା ଗଢ଼ିବା ଓଡ଼ିଶା’ କାର୍ଯ୍ୟକ୍ରମ, ଶିକ୍ଷଣ ସୋପାନ ରେଜିଷ୍ଟରର ଉପଯୋଗ, ଡିଜିଟାଲ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା।

ସେହିପରି ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ପାଇଁ ସରକାରୀ ସୁବିଧା, ବାଲ୍ୟ ବିବାହ ନିଷେଧ ଆଇନ ସମ୍ପର୍କରେ ସଚେତନତା, ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମାନସିକ ସହାୟତା ଭଳି ବିଷୟ ଉପରେ ମଧ୍ୟ ଗଭୀର ଆଲୋଚନା ହୋଇଥିଲା ବୈଠକରେ ଅଭିଭାବକମାନେ ସକ୍ରିୟ ଭାବେ ଭାଗ ନେଇ ଶିଶୁମାନଙ୍କର ନିୟମିତ ଉପସ୍ଥିତି, ପଢ଼ାଶୁଣାରେ ଘରୋଇ ସହଯୋଗ ଓ ଶିକ୍ଷକମାନଙ୍କ ସହ ସମନ୍ୱୟ ରଖିବାକୁ ସହମତି ପ୍ରକାଶ କରିଥିଲେ। ଏପରି ସଂଯୁକ୍ତ ବୈଠକ ମାଧ୍ୟମରେ ବିଦ୍ୟାଳୟ–ଅଭିଭାବକ–ସମାଜ ମଧ୍ୟରେ ସମନ୍ୱୟ ଦୃଢ଼ ହେବା ସହିତ ଶିକ୍ଷାର ଗୁଣାତ୍ମକ ଉନ୍ନତି ଦିଗରେ ଏକ ମଜବୁତ ପଦକ୍ଷେପ ହୋଇଥିବା ଉପସ୍ଥିତମାନେ ମତ ପ୍ରକାଶ କରିଥିଲେ।

Post Views: 22
Share199Tweet124Send
Voice of Victims

Voice of Victims

Recent Posts

  • ସିଭିଲ୍ ସର୍ଭିସେସ୍ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର, ବଦଳିଲା UPSC ନିୟମ
  • ରାଜସ୍ଥାନରେ ହନିମୁନ୍ ମର୍ଡର ୨.୦, ସ୍ବାମୀକୁ ମାରିବାକୁ ପତ୍ନୀ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର
  • ୭ଟି ଜିଲ୍ଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ
  • ବଡ଼ ଦୁର୍ଘଟଣାରୁ ଟଳିଲା, ଚେନ୍ନାଇ ସେଣ୍ଟ୍ରାଲ ଏକ୍ସପ୍ରେସ୍ ଲାଇନଚ୍ୟୁତ
  • ଆଜିଠୁ ନକ୍ସଲମୁକ୍ତ ହେଲା କୋରାପୁଟ ଜିଲ୍ଲା, ଦକ୍ଷିଣପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂହଙ୍କ ସୂଚନା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In