• About Us
  • Contact Us
Wednesday, May 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

by Voice of Victims
June 1, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ସୁରକ୍ଷିତ ନୁହଁନ୍ତି ସୁପରଷ୍ଟାର ସଲମାନ ଖାନ!: ହତ୍ୟା ଉଦ୍ୟମର ଆଉ ଏକ ଷଡଯନ୍ତ୍ର, ଚାରି ଗିରଫ

ମୁମ୍ବାଇ: ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ପୋଲିସ ଆଉ ଏକ ଯୋଜନା ପଣ୍ଡ କରିଛି। ନଭି ମୁମ୍ବାଇର ପନଭେଲ ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଦାବି କରିଛି ଯେ, ଏହି ଲୋକମାନେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଏବଂ ସେମାନେ ପନଭେଲରେ ସଲମାନ ଖାନଙ୍କ କାର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ସୂଚନାନୁସାରେ, ଏଥିପାଇଁ ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କଠାରୁ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଯୋଜନା ଥିଲା। ନଭି ମୁମ୍ବାଇ ପୋଲିସ ଏହି ମାମଲାରେ ଏଫଆଇଆର ପଞ୍ଜୀକୃତ କରି ସେମାନଙ୍କୁ ଗିରଫ କରିଛି। ପୋଲିସ ସୂଚନା ପାଇଥିଲା ଯେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ତାଙ୍କ କାନାଡାର ସମ୍ପର୍କୀୟ ଭାଇ ଅନମୋଲ ବିଷ୍ନୋଇ ଏବଂ ସହଯୋଗୀ ଗୋଲଡି ବରାର ସହ ମିଶି ପାକିସ୍ଥାନର ଜଣେ ଅସ୍ତ୍ର ଡିଲରଙ୍କଠାରୁ ଏକେ-୪୭, ଏମ-୧୬ ଏବଂ ଏକେ-୯୨ ସମେତ ଗୁଳି କିଣିଥିଲେ। ଏହାସହ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର କ୍ରୟ କରି ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲେ।ସୂଚନା ଅନୁଯାୟୀ, ଗିରଫ ଅପରାଧୀ ଏବଂ ଗ୍ୟାଙ୍ଗ ଦ୍ୱାରା ଏହି ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ସେମାନଙ୍କର ଉଦ୍ଦେଶ୍ୟ ଥିଲା ସଲମାନ ଖାନଙ୍କ କାରକୁ ଅଟକାଇବା କିମ୍ବା ଫାର୍ମହାଉସ ଉପରେ ଆକ୍ରମଣ କରିବା। ସୂତ୍ର ଏହା ମଧ୍ୟ କହିଛି ଯେ, ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳି ଚଳାଇବାରୁ ଦୁଇ ଜଣ ସୁଟର ଗିରଫ ହେବାର ଏକ ମାସ ପୂର୍ବରୁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଏହି ଯୋଜନା ପ୍ରସ୍ତୁତ କରିଥିଲେ।

Post Views: 32
Tags: Superstar Salman Khan Not Safe!: Another Conspiracy of Attempted Murder
Share198Tweet124Send
Voice of Victims

Voice of Victims

Recent Posts

  • ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ, ଶିକ୍ଷା ମହଲରେ ଶୋକର ଛାୟା
  • କଣ୍ଟାବାଞ୍ଜି ପୁର୍ବ ବିଧାୟକ ଆୟୁବ ଖାନଙ୍କ ଵିୟୋଗ, ଥରେ ସ୍ବାଧୀନ ଓ ଥରେ ବିଜେଡିରୁ ବିଧାୟକ ହୋଇଥିଲେ
  • ଆଜିଠାରୁ ମହଙ୍ଗା ହେଲା ସୁନା ଓ ରୁପା
  • ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ମୃତ୍ୟୁ
  • ଅଧା ହେଲା ପିଏମଙ୍କ କାରକେଡ ଗାଡି ସଂଖ୍ୟା

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In