• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ସ୍ୱାମୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ପାଇବେ ମୁସଲମାନ ମହିଳା

by Voice of Victims
July 10, 2024
in ଦେଶ ବିଦେଶ, ମୁଖ୍ୟ ଖବର
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି: ସ୍ୱାମୀଙ୍କ ଠାରୁ ରକ୍ଷଣାବେକ୍ଷଣ ଭତ୍ତା ପାଇବେ ମୁସଲମାନ ମହିଳା

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସିଆରପିସି ର ଧାରା ୧୨୫ ଅନୁଯାୟୀ ଜଣେ ମୁସଲମାନ ମହିଳା ତାଙ୍କ ସ୍ୱାମୀଙ୍କ ରକ୍ଷଣାବେକ୍ଷଣ ଦାବି କରିପାରିବେ। ସୁପ୍ରିମକୋର୍ଟରେ ତାଙ୍କ ପତ୍ନୀଙ୍କୁ ରକ୍ଷଣାବେକ୍ଷଣ ଦେବା ପାଇଁ ତେଲେଙ୍ଗାନା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଜଣେ ମୁସଲମାନ ବ୍ୟକ୍ତି ଚ୍ୟାଲେଞ୍ଜ କରିଥିଲେ। ବୁଧବାର ଏହି ଆବେଦନ ଶୁଣାଣି ବେଳେ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ମହମ୍ମଦ ଅବଦୁଲ ସମଦ ନାମକ ଜଣେ ବ୍ୟକ୍ତି ଏହି ପିଟିସନ ଦାଖଲ କରିଥିଲେ। ଜଷ୍ଟିସ୍ ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ମହମ୍ମଦ ଅବଦୁଲ ସମଦଙ୍କ ଦ୍ଵାରା ଛାଡପତ୍ର ହୋଇଥିବା ପତ୍ନୀଙ୍କୁ ସିଆରପିସି ର ଧାରା ୧୨୫ ଅନୁଯାୟୀ ରକ୍ଷଣାବେକ୍ଷଣ ଦେବାର ନିର୍ଦ୍ଦେଶ ବିରୋଧରେ ଦେଇଥିବା ଆବେଦନକୁ ଖାରଜ କରିଛନ୍ତି। ଅଦାଲତ କହିଛନ୍ତି ଯେ, ‘ମୁସଲିମ୍ ମହିଳା (ଛାଡପତ୍ର ଉପରେ ସଂରକ୍ଷଣ ଅଧିକାର) ଅଧିନିୟମ ୧୯୮୬’ ଧର୍ମନିରପେକ୍ଷ ଆଇନକୁ ଏଡ଼ାଇ ଦେଇପାରିବ ନାହିଁ। ଜଷ୍ଟିସ ନାଗରତ୍ନା ଏବଂ ଜଷ୍ଟିସ ମସିହ ଅଲଗା ଅଲଗା, କିନ୍ତୁ ସର୍ବସମ୍ମତ ବିଚାର କରିଥିଲେ। ମହମ୍ମଦ ସମଦଙ୍କୁ ୧୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଭତ୍ତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Post Views: 48
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In