• About Us
  • Contact Us
Sunday, August 9, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି !

by Voice of Victims
June 5, 2026
in ଦେଶ ବିଦେଶ, ମୁଖ୍ୟ ଖବର
SIR କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି, ପଶ୍ଚିମବଙ୍ଗ ସହିତ ଅନ୍ୟାୟ ହେଉଛି ବୋଲି କହିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଅଧିକ ପାଠ ପଢ଼ିଥିଲେ ମିଳିବନି ଛୋଟ ଚାକିରି! । ଉଚ୍ଚ ଶିକ୍ଷିତଙ୍କ ପାଇଁ ବଡ଼ ନିୟମ। କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଦାବି କରିପାରିବେନି ଅଧିକ ପାଠ ପଢ଼ିଥିବା ପ୍ରାର୍ଥୀ । ସରକାରୀ ଚାକିରି ଆଶାୟୀଙ୍କ ପାଇଁ ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ଥିବା ପଦବୀ ଉପରେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀମାନେ କୌଣସି ଦାବି କରିପାରିବେ ନାହିଁ।

ଯଦି ଏପରି କରାଯାଏ, ତେବେ ତାହା ପ୍ରକୃତ ଯୋଗ୍ୟ ଏବଂ କମ୍ ପଢ଼ିଥିବା ଗରିବ ପ୍ରାର୍ଥୀଙ୍କ ସୁଯୋଗକୁ ଛଡ଼ାଇ ନେବ। ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ ଆର. ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । କହିଛନ୍ତି, ଯେତେବେଳେ ଏକ ନିର୍ଦ୍ଦିଷ୍ଟ ପଦବୀ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ, ସେଠାରେ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଲେ, ପ୍ରକୃତରେ ସେହି ଚାକିରି ପାଇଁ ଯୋଗ୍ୟ ଥିବା ପ୍ରାର୍ଥୀ ନିଜ ଅଧିକାରରୁ ବଞ୍ଚିତ ହେବେ।

ମାଡ୍ରାସ ହାଇକୋର୍ଟଙ୍କ ଏକ ପୁରୁଣା ଆଦେଶକୁ ରଦ୍ଦ କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସିଣ୍ଡିକେଟ୍ ବ୍ୟାଙ୍କରେ ଜଣେ ପ୍ରାର୍ଥୀ ଦଶମ ଶ୍ରେଣୀ ଯୋଗ୍ୟତା ଥିବା ଆଟେଣ୍ଡାଣ୍ଟ ପଦବୀ ପାଇଁ ନିଜର ଗ୍ରାଜୁଏସନ୍ ଡିଗ୍ରୀ ଲୁଚାଇ ଚାକିରି ପାଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟ ସାମ୍ନାକୁ ଆସିବା ପରେ ବ୍ୟାଙ୍କ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲା, ଯାହାକୁ ସର୍ବୋଚ୍ଚ ଅଦାଲତ ଏବେ ସଠିକ୍ ବୋଲି ଦର୍ଶାଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ଜଣେ ଆଦର୍ଶ ନିଯୁକ୍ତିଦାତା ଭାବରେ କମ୍ ଶିକ୍ଷିତ ବର୍ଗଙ୍କ ପାଇଁ କିଛି ପଦବୀ ସଂରକ୍ଷିତ ରଖିବା ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ, ଯେପରି ସେମାନଙ୍କୁ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ସହ ପ୍ରତିଯୋଗିତା କରିବାକୁ ନପଡ଼େ। ନିଜର ଉଚ୍ଚ ଶିକ୍ଷାକୁ ଲୁଚାଇ କୌଣସି ଚାକିରି ହାସଲ କଲେ, ତାହା ଆଇନ ଆଖିରେ ସମ୍ପୂର୍ଣ୍ଣ ଅବୈଧ ଅଟେ।

କୋର୍ଟ ନିଜର ପୂର୍ବ ନିଷ୍ପତ୍ତିଗୁଡ଼ିକର ଉଦାହରଣ ଦେଇ କହିଛନ୍ତି ଯେ, କେବଳ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ଯୋଗୁଁ ଜଣେ ପ୍ରାର୍ଥୀ କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ଉପରେ ଆପେଆପେ ଅଧିକାର ପାଇଯାଆନ୍ତି ନାହିଁ। ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ବିଜ୍ଞପ୍ତିର ନିୟମ ଅନୁସାରେ ହେବା ଉଚିତ୍। ଏହି ଐତିହାସିକ ରାୟ ସରକାରୀ ଏବଂ ସାଧାରଣ କ୍ଷେତ୍ର (Public Sector) ର ତଳ ମାନ୍ୟତା ବା ଚତୁର୍ଥ ଶ୍ରେଣୀ ପଦବୀ ନିଯୁକ୍ତି ଉପରେ ବଡ଼ ପ୍ରଭାବ ପକାଇବ।

ଆଜିକାଲି ଚାକିରି ବଜାରରେ ଉଚ୍ଚ ଶିକ୍ଷିତ ଯୁବକମାନେ ମଧ୍ୟ ପିଅନ ବା ଆଟେଣ୍ଡାଣ୍ଟ ପଦବୀ ପାଇଁ ଆବେଦନ କରୁଛନ୍ତି । ଯାହା ଦ୍ଵାରା କମ୍ ପଢ଼ିଥିବା ଗରିବ ଶ୍ରେଣୀର ପିଲାମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ସେହି ଅବହେଳିତ ଶ୍ରେଣୀର ପ୍ରାର୍ଥୀଙ୍କ ସୁଯୋଗକୁ ସୁରକ୍ଷିତ ରଖିବ ଏବଂ ନିଯୁକ୍ତି ପ୍ରକ୍ରିୟାରେ ସମାନତା ଆଣିବ।

Post Views: 46
Share199Tweet125Send
Voice of Victims

Voice of Victims

Recent Posts

  • ଭୁବନେଶ୍ବରରେ ତ୍ରିରଙ୍ଗା ପଦଯାତ୍ରା, ସାମିଲ ହେଲେ ମୁଖ୍ୟମନ୍ତ୍ରୀ
  • ଖୋଲିଲା ହୀରାକୁଦର ଆଉ ୪ ଗେଟ୍, ୧୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ଯୁବକଙ୍କୁ ଧକ୍କା ଦେଲା କଶ୍ମୀର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ୍, ଯୁବକଙ୍କ ମୃତ୍ୟୁ
  • ଫୁକେଟ୍-ଦିଲ୍ଲୀ ବିମାନରେ ଭୟଙ୍କର ଟର୍ବୁଲାନ୍ସ ଘଟଣା, ପାଇଲଟଙ୍କ ଡୋପ୍ ଟେଷ୍ଟ ପଜେଟିଭ୍
  • ମୋଦିଙ୍କୁ ଫୋନ୍ କଲେ ଜେଡି ଭାନ୍ସ, ଆହୁରି ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In