• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ, ‘ମାଗଣା ଯୋଜନା ଯୋଗୁ କାମ କରିବାକୁ ବିମୁଖ ଲୋକେ’

by Voice of Victims
February 12, 2025
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଫ୍ରିବିଜ୍ ପ୍ରସଙ୍ଗରେ କେନ୍ଦ୍ରକୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଟିପ୍ପଣୀ, ‘ମାଗଣା ଯୋଜନା ଯୋଗୁ କାମ କରିବାକୁ ବିମୁଖ ଲୋକେ’

ନୂଆଦିଲ୍ଲୀ : ସହରାଞ୍ଚଳରେ ବାସହୀନ ଲୋକଙ୍କ ପାଇଁ ଆଶ୍ରୟ ଅଧିକାର (ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ ମାମଲା) ସମ୍ପର୍କିତ ଏକ ଆବେଦନର ଶୁଣାଣିକରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁପ୍ରିମ୍‌କୋର୍ଟ ମାଗଣା ଘୋଷଣା କରିବାର ପ୍ରଥାକୁ ତୀବ୍ର ନିନ୍ଦାକରିବା ସହ କହିଛନ୍ତି, ନିର୍ବାଚନ ପୂର୍ବରୁ ମାଗଣା ଉପହାର ଘୋଷଣା, ଦେଶରେ ଏକ ପରଜୀବୀ ଗୋଷ୍ଠୀକୁ ତିଆରି କରିବା ଭଳି ହେଉଛି। ଯୋଜନା ଆଳରେ ମାଗଣା ଘୋଷଣା କରାଯିବା ଦ୍ୱାରା ଏଣିକି ଲୋକମାନେ କାମ ଧନ୍ଦା କରିବା ଛାଡ଼ିବାକୁ ମନ ବଳାଉଛନ୍ତି। ମାଗଣା ରାସନ ଏବଂ ଟଙ୍କା ପାଉଥିବାରୁ ଲୋକେ ଏବେ କାମ କରିବା ମାନସିକତାରୁ ହିଁ ଦୂରେଇ ଯାଉଛନ୍ତି। ସୁପ୍ରିମ୍‌କୋର୍ଟ ବିଚାରପତି ଜଷ୍ଟିସ୍ ବି.ଆର୍ ଗଭାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହି ଅବସରରେ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଏକ ରାଜନୈତିକ ଦଳ ଭାବେ କିମ୍ବା ସରକାର ଭାବେ ଏପ୍ରକାର ଘୋଷଣାକୁ ହୁଏତ ବୁଝାଯାଇପାରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏପ୍ରକାର ଘୋଷଣା ଦ୍ୱାରା କର୍ମଠ ମଣିଷ ବି ଏବେ ଘରେ ବସିବାକୁ ପସନ୍ଦ କରିବା ଆରମ୍ଭ କରିଛନ୍ତି। ସେମାନଙ୍କୁ ମାଗଣାରେ ରାସନ ମିଳୁଛି। କୌଣସି କାମ ନକରି ଟଙ୍କା ପାଉଛନ୍ତି। ତେବେ ମାଗଣା ଘୋଷଣା ପ୍ରତିବଦଳରେ ଲୋକମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ଜାତିର ବିକାଶରେ ଯୋଗଦାନ ଦେବାକୁ ପ୍ରବର୍ତ୍ତାଇବା ଅନ୍ୟ ଏକ ଭଲ ବିକଳ୍ପ ହୋଇପାରେ। ଏହି ସମୟରେ ଆଟର୍ଣ୍ଣି ଜେନେରାଲ୍ ଆର୍‌. ଭେଙ୍କଟରମଣି ଖଣ୍ଡପୀଠଙ୍କୁ କହିଥିଲେ ଯେ କେନ୍ଦ୍ର ସରକାର ସହରାଞ୍ଚଳ ଦାରିଦ୍ର‌୍ୟ ଦୂରୀକରଣ ମିଶନକୁ ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି। ସହରାଞ୍ଚଳ ଦାରିଦ୍ର‌୍ୟ ଦୂରୀକରଣ ମିଶନ୍ ପ୍ରଭାବଶାଳୀ ହେବା ପାଇଁ କେତେ ସମୟ ଲାଗିବ ତାହା କେନ୍ଦ୍ରଠାରୁ ଯାଞ୍ଚ କରିବାକୁ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ୍‌ଙ୍କୁ କହିଥିଲେ। ଏହି ମାମଲାର ଶୁଣାଣି ଏବେ ୬ ସପ୍ତାହ ପରେ ହେବ। ଏହା ପ୍ରଥମଥର ନୁହେଁ ଯେ ସୁପ୍ରିମ୍‌କୋର୍ଟ ମାଗଣା ସାମଗ୍ରୀ ସମ୍ପର୍କରେ ଏପ୍ରକାର ଟିପ୍ପଣୀ ଦେଇଛନ୍ତି। ଗତବର୍ଷ, ନିର୍ବାଚନ ପ୍ରଚାର ସମୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ମାଗଣା ସୁବିଧା ପ୍ରଦାନ କରିବାର ଅଭ୍ୟାସକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଜବାବ ଦେବାକୁ ସୁପ୍ରିମ୍‌କୋର୍ଟ କେନ୍ଦ୍ର ଏବଂ ନିର୍ବାଚନ କମିଶନଙ୍କୁ କହିଥିଲେ। ପ୍ରକାଶ ଯେ ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ଆମ୍ ଆଦ୍‌ମୀ ପାର୍ଟି, କଂଗ୍ରେସ ଏବଂ ବିଜେପି ସମେତ ସମସ୍ତ ଦଳ ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ମାଗଣା ଘୋଷଣା କରିଥିଲେ।

Post Views: 54
Tags: Supreme Court's stern note to Center on freebies
Share199Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In