• About Us
  • Contact Us
Tuesday, October 13, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ, ଶିଶୁ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ସୁରଭି ହେଲା ଉପଯୁକ୍ତ ମଞ୍ଚ

by Voice of Victims
October 13, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ, ଶିଶୁ ପ୍ରତିଭାର ବିକାଶ ଓ ସୃଜନଶୀଳତାର ପରିପ୍ରକାଶ ପାଇଁ ସୁରଭି ହେଲା ଉପଯୁକ୍ତ ମଞ୍ଚ

ରଣପୁର, ୧୩/୧୦ : ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଆତ୍ମବିଶ୍ୱାସ ବୃଦ୍ଧି ଲକ୍ଷ୍ୟରେ ରଣପୁର ବ୍ଲକର ଖଇରପଲ୍ଲୀ, ଗୌରାଙ୍ଗପୁର, ସୁନାଖଳା ଓ ଦର୍ପନାରାୟଣପୁର ସମେତ ପାଞ୍ଚଟି କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମଗୁଡ଼ିକ ଶିଶୁମାନଙ୍କ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷା ଓ ସହପାଠ୍ୟକ୍ରମ କାର୍ଯ୍ୟକଳାପର ମହତ୍ତ୍ୱକୁ ପ୍ରତିପାଦିତ କରିଛି।

ସରଙ୍ଗାଧରପୁର କ୍ଲଷ୍ଟରରେ ଆୟୋଜିତ ସୁରଭିରେ ବୃନ୍ଦାବନ ଗ୍ରାମପଞ୍ଚାୟତର ସରପଞ୍ଚ କୀର୍ତ୍ତନ ପ୍ରଧାନ ମୁଖ୍ୟ ଅତିଥି, ସମିତି ସଭ୍ୟା ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ବକ୍ତା ଏବଂ ଶିକ୍ଷାବିତ୍ ପ୍ରସନ୍ନ କୁମାର ରଥ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ, ବୃନ୍ଦାବନପୁର କ୍ଲଷ୍ଟର ସଂଯୋଜକ ଅଶୋକ କୁମାର ଡାକୁଆ, ନରସିଂହପୁର କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା, ରଣପୁର କ୍ଲଷ୍ଟର ସଂଯୋଜକ ଅଜୟ କୁମାର ପ୍ରଧାନ ଓ ପୂର୍ବତନ ସଂଯୋଜକ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ।

ଅନ୍ୟ ଏକ ଖଇରପଲ୍ଲୀ କ୍ଲଷ୍ଟର ସୁରଭି କାର୍ଯ୍ୟକ୍ରମରେ ଗଡ଼ବାଣିକିଲୋ ଗ୍ରାମପଞ୍ଚାୟତର ସରପଞ୍ଚ ବ୍ରଜମୋହନ ରାଉତ୍ତରାୟ, ଖଇରପଲ୍ଲୀ ଗ୍ରାମପଞ୍ଚାୟତର ସରପଞ୍ଚ ବୃନ୍ଦାବନ ପ୍ରଧାନ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, ନରସିଂହପୁର କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା, ଖଇରପଲ୍ଲୀ କ୍ଲଷ୍ଟର ସଂଯୋଜକ ଅଶୋକ ଚନ୍ଦ୍ର ବେହେରା, ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର, ତରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲେଶ୍ୱର ପରିଡା, ସି.ଆର.ଜି. ସଞ୍ଜୟ କୁମାର ସେଠିଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭାପତିମାନେ ଉପସ୍ଥିତ ଥିଲେ।

ଗୌରାଙ୍ଗପୁର କ୍ଲଷ୍ଟରରେ ସରପଞ୍ଚ ପ୍ରଭାତ କୁମାର ପ୍ରଧାନଙ୍କ ସହ ସମାଜସେବୀ ଶିତେନ୍ଦ୍ର ବଳିଆରସିଂହ, କିଶୋର ପଟ୍ଟନାୟକ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, କ୍ଲଷ୍ଟର ସଂଯୋଜକ ସୁଧାକର ମିଶ୍ର ଓ ସୁଶୀଲ କୁମାର ରଣା, ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ଶିକ୍ଷାବିତ୍ ସନ୍ତୋଷ କୁମାର ମିଶ୍ର ଏବଂ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସଭାପତିମାନେ ଯୋଗଦେଇଥିଲେ।

ସେହିପରି ସୁନାଖଳା କ୍ଲଷ୍ଟର ସୁରଭିରେ ରଣପୁର ବ୍ଲକ ଶିକ୍ଷା ଅଧିକାରୀ ପିଣ୍ଟୁ କୁମାର ପ୍ରଧାନ ମୁଖ୍ୟ ଅତିଥି ଏବଂ ନୟାଗଡ଼ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମାନସ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପବିତ୍ର ମୋହନ ସାମନ୍ତରାୟ, ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ସାହୁ, କ୍ଲଷ୍ଟର ସଂଯୋଜକ ଅକ୍ରୁର ରାଉତ୍ତରାୟ, ନରସିଂହପୁର କ୍ଲଷ୍ଟର ସଂଯୋଜକ ସୁଶୀଲ କୁମାର ରଣା ଓ କାସନ୍ଦା କ୍ଲଷ୍ଟର ସଂଯୋଜକ ସୁବାଷ ଚନ୍ଦ୍ର ମହାପାତ୍ର, ସି.ଆର.ଜି. ମାନସ କୁମାର ପଟ୍ଟନାୟକ, ସୁନାଖଳା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସବିତା ଦାସ, ବଧି ପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ବିଜୟା ମିଶ୍ର, କୋଟଗଡ଼ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗଦାଧର ସାହୁଙ୍କ ସମେତ ଅନ୍ୟ ଶିକ୍ଷାବିତ୍ ଓ ଶିକ୍ଷକମାନେ ଉପସ୍ଥିତ ରହିଥିଲେ।

ଦର୍ପନାରାୟଣପୁର କ୍ଲଷ୍ଟରରେ ଖତିଆ ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଭାଞ୍ଜଳି ଦଳବେହେରା ମୁଖ୍ୟ ଅତିଥି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ମୁଖ୍ୟ ବକ୍ତା ଏବଂ ଖତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣି ପ୍ରଧାନ ଓ କ୍ଲଷ୍ଟର ସଂଯୋଜକ ପୂର୍ଣ୍ଣଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମଗୁଡ଼ିକରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ବକ୍ତୃତା, ରଚନା, ହସ୍ତାକ୍ଷର ଲିଖନ, ଗଣିତ ଦୌଡ଼, ଚିତ୍ରାଙ୍କନ, ସଙ୍ଗୀତ ଓ ନୃତ୍ୟ ଆଦି ପ୍ରତିଯୋଗିତାରେ ଭାଗନେଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। କୁନି କୁନି ପ୍ରତିଭାମାନଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିଥିଲା। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିବା ସହ ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ନିଜ ପ୍ରତିଭାର ବିକାଶ ପାଇଁ ପ୍ରେରଣା ଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ଶିକ୍ଷକ, ଅଭିଭାବକ ଓ ସମାଜର ଭୂମିକାକୁ ଗୁରୁତ୍ୱ ଦେଇଥିଲେ। ପ୍ରତ୍ୟେକ ଶିଶୁଙ୍କ ଭିତରେ କିଛି ନା କିଛି ବିଶେଷ ଦକ୍ଷତା ରହିଛି ଏବଂ ତାହାକୁ ଚିହ୍ନଟ କରି ଉପଯୁକ୍ତ ପ୍ରୋତ୍ସାହନ ଦେବା ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା।

ସମସ୍ତ କ୍ଲଷ୍ଟରରେ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସୁରଭି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏଭଳି ଆୟୋଜନ ଶିଶୁମାନଙ୍କ ମଧ୍ୟରେ ପ୍ରତିଯୋଗିତା, ସହଯୋଗ ଓ ଆତ୍ମବିଶ୍ୱାସର ଭାବନାକୁ ଦୃଢ଼ କରିବା ସହ ଶିକ୍ଷାକୁ ଆହୁରି ଆନନ୍ଦମୟ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

Post Views: 3
Share196Tweet123Send
Voice of Victims

Voice of Victims

Recent Posts

  • ଦୀପାବଳି ବାଣ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ମନ୍ତବ୍ୟ, ବାଣ କଟକଣା ବଦଳରେ ସଚେତନତାକୁ ଗୁରୁତ୍ୱ
  • ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ମାନହାନି ମାମଲାର ଟ୍ରାଏଲ୍‌ ଉପରେ ଲାଗିଲା ରୋକ୍
  • ଗଭୀର ସମୁଦ୍ରରେ ଭାଙ୍ଗିଲା ବୋଟ, ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ
  • ବାତ୍ୟା ପୂର୍ବରୁ ମିଳିବ ଆଗୁଆ ସୂଚନା, IMD ଆଣିଲା ନୂଆ ଡିଜିଟାଲ୍ ବ୍ୟବସ୍ଥା
  • ନୀଳକଣ୍ଠେଶ୍ୱର ନିବାସ’ ଓ ଗାଡ଼କଣର “ମୁକ୍ତେଶ୍ୱର ରେସିଡେନ୍ସି” ଆବାସିକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In