ଭବାନୀପାଟଣା: ସ୍ଵଚ୍ଛ ଜୀବନ ସୁସ୍ଥ ଜୀବନ ତଥା ସ୍ଵଚ୍ଛତା ହିଁ ସେବାକୁ ଆଧାରକରି ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର, ଭବାନୀପାଟଣା ପକ୍ଷରୁ କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣାଠାରୁ ପ୍ରାୟ ତେର କିଲୋମିଟର ଦୂରରେ ଅବସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଶଗଡା ପରିସରରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ଭବାନୀପାଟଣାର ଉପ-ମହାନିର୍ଦ୍ଦେଶକ(ଯାନ୍ତ୍ରିକ) ମଦନ କୁମାର ସିଂ ,ବରିଷ୍ଠ ଉଦ୍ଘୋଷକ ତଥା ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସଚ୍ଚିଦାନନ୍ଦ ମଲ୍ଲିକ,ଗ୍ରନ୍ଥାଗାର ପରିଚାଳକ ଦିଲ୍ଲୀପ କୁମାର ପାତ୍ରଙ୍କ ସମେତ ଅକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଶଗଡାର ଭାରପ୍ରାପ୍ତ ଅଧ୍ୟକ୍ଷ ଯୁଧିଷ୍ଠିର ମୁଦୁଲିଙ୍କ ସମେତ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
ଏହି କାର୍ଯ୍ୟକ୍ରମ ଅବସରରେ ସାମୂହିକ ସଫେଇ କାର୍ଯ୍ୟ ମିଳିତ ଭାବରେ କରାଯାଇଥିଲା। ଛାତ୍ରଛାତ୍ରୀମାନେ କେବଳ ବିଦ୍ୟାଳୟ ନୁହେଁ ନିଜର ଘର,ଗ୍ରାମ, ଅଞ୍ଚଳ ଆଦିକୁ ସ୍ଵଚ୍ଛ ରଖିବାପାଇଁ ଆହ୍ଵାନ ଦିଆଯାଇଥିଲା l ପରିଶେଷରେ ସ୍ଵଚ୍ଛତାକୁ ହୃଦୟର ଏକ ସଂକଳ୍ପ କରିବା ପାଇଁ ସମସ୍ତେ ଶପଥ କରିଥିଲେ ।
