ଭୁବନେଶ୍ୱର (ଭିଓଭି): ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସିବିଆଇ ତଦନ୍ତ କାହିଁକି କରା ନଯିବ ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ ।
ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସିବିଆଇ ତଦନ୍ତ କାହିଁକି କରା ନଯିବ ସେନେଇ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ଆସନ୍ତା ମାର୍ଚ୍ଚ ୫ ତାରିଖ ସୁଦ୍ଧା ଏହି ପ୍ରସଙ୍ଗରେ ନିଜର ଜବାବ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ ଜାରୀ କରିଛନ୍ତି ।
ଆବେଦନକାରୀ ଆଇନଜୀବୀ ଦେବାଶିଷ ହୋତାଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଅନେକ ଦିଗକୁ ଅଣଦେଖା କରିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।
ଉପରଠାଉରିଆ ଭାବେ ତଦନ୍ତ କରି ମାଓବାଦୀମାନେ ସ୍ୱାମୀଜୀଙ୍କୁ ହତ୍ୟା କରିଥିବା କହିଥିଲା କ୍ରାଇମ ବ୍ରାଞ୍ଚ । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ନିରୀହ ଆଦିବାସୀଙ୍କ ସାମାଜିକ ଏବଂ ଅର୍ଥନୈତିକ ଉର୍ନ୍ନତି ପାଇଁ କାମ କରୁଥିଲେ । ଧର୍ମାନ୍ତରିକରଣ ଏବଂ ଆଦିବାସୀଙ୍କ ଜମି ହଡ଼ପ ବିରୋଧରେ ସେ ସ୍ୱର ଉତ୍ତୋଳନ କରୁଥିଲେ । ଆଦିବାସୀଙ୍କ ପାଇଁ ଲଢ଼ୁଥିବା କୌଣସି ବ୍ୟକ୍ତିଙ୍କୁ ମାଓବାଦୀ ମାନେ ହତ୍ୟା କରିବା କଥା ଗ୍ରହଣୀୟ ନୁହଁ ବୋଲି ଆବେଦନକାରୀ ଯୁକ୍ତି ବାଢିଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ସିବିଆଇ ଦ୍ୱାରା ତଦନ୍ତ କରାଇବାକୁ ଆବେଦନକାରୀ ଦାବି କରିଛନ୍ତି ।
