• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଭୂକମ୍ପ ଝଟକାରେ ଥରିଲା ତାଇୱାନ, ୭.୦ ତୀବ୍ରତାରେ ଥରିଲା ବଡ଼ ବଡ଼ ବିଲିଡିଂ

by Voice of Victims
December 28, 2025
in ଦେଶ ବିଦେଶ, ମୁଖ୍ୟ ଖବର, ସମସ୍ୟା
ଭୂକମ୍ପ ଝଟକାରେ ଥରିଲା ତାଇୱାନ, ୭.୦ ତୀବ୍ରତାରେ ଥରିଲା ବଡ଼ ବଡ଼ ବିଲିଡିଂ

ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ ପ୍ରାୟ ୩୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିଲା ।

ରାଜଧାନୀ ତାଇପେଇ ସମେତ ସାରା ଦ୍ୱୀପରେ ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଏଯାଏ କୌଣସି ବଡ଼ ଧରଣର କ୍ଷୟକ୍ଷତି କିମ୍ବା କେହି ମୃତାହତ ହୋଇଥିବାର ସୂଚନା ନାହିଁ । ବିଶ୍ୱର ସବୁଠାରୁ ବଡ଼ ଚିପ୍-ନିର୍ମାତା କମ୍ପାନୀ ‘TSMC’ କହିଛି ଯେ ସେମାନଙ୍କର କାର୍ଯ୍ୟ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା, କିନ୍ତୁ ସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ।

ଜାତୀୟ ଅଗ୍ନିଶମ ସଂସ୍ଥା କହିଛି ଯେ, ତାଇୱାନରେ ତୁରନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ଭୂମିକମ୍ପର ତୀବ୍ରତା ଅଧିକ ଥିଲେ ମଧ୍ୟ କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ । ବୁଧବାର ତାଇୱାନର ଦକ୍ଷିଣ-ପୂର୍ବ ଉପକୂଳବର୍ତ୍ତୀ କାଉଣ୍ଟି ତାଇତୁଙ୍ଗରେ ୬.୧ ତୀବ୍ରତାର ଭୂମିକମ୍ପ ଆସିବାର ମାତ୍ର ତିନି ଦିନ ପରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି । ଏହା ପୂର୍ବରୁ ବୁଧବାର ଆସିଥିବା ଭୂମିକମ୍ପ ତାଇପେଇ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । କୋଠାଘର ଦୋହଲି ଯାଇଥିଲା । ଭୂମିକମ୍ପର ଗଭୀରତା ପ୍ରାୟ ୧୧.୯ କିଲୋମିଟର ଥିଲା । ତେବେ ବାରମ୍ବାର ପୁନଃ- ଭୂକମ୍ପ ଝଟକା ହେବାର ସମ୍ଭାବନା ଥିବାରୁ ଲୋକଙ୍କୁ ସତର୍କ ରହିବାକୁ କହିଛି ପ୍ରଶାସନ ।

Post Views: 44
Share199Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In