• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ପୁଣିଥରେ ତାତି ଉପରମୁହାଁ

by Voice of Victims
May 17, 2024
in ମୁଖ୍ୟ ଖବର, ରାଜ୍ୟ
ପୁଣିଥରେ ତାତି ଉପରମୁହାଁ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣିଥରେ ତାତି ଉପରମୁହାଁ ହୋଇଛି। ଗତ ୩ ଦିନ ହେବ ରାଜ୍ୟରେ ତାତିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି।  ଆସନ୍ତା ୧୯ରୁ ରାଜ୍ୟରେ ଗ୍ରୀଷ୍ମ ଲହରୀ ସ୍ଥିତି ଆରମ୍ଭ ହୋଇଯିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। କେନ୍ଦ୍ରର ସୂଚନା ଅନୁଯାୟୀ, ବାୟୁମଣ୍ଡଳର ମଧ୍ୟ ଏବଂ ଉପରିଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଏହାସହିତ ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଯାଏଁ ତାତି ବୃଦ୍ଧି ସହ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ପାଗ ଅନୁକୂଳ ରହିଛି। ଏହାସହିତ ଆଇଏମ୍‌ଡିର ବିସ୍ତାରିତ ପରିସର ଆକଳନରେ ମଧ୍ୟ ତାତି ବୃଦ୍ଧି ନେଇ ଆଶଙ୍କା କରାଯାଇଛି। ଏହି ଆକଳନରେ କୁହାଯାଇଛି ଯେ ଦ୍ୱିତୀୟ ସପ୍ତାହରେ ୨୪-୩୦ତାରିଖ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପିଜିବ। ଅନ୍ୟପଟେ ତାତିକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୯ ତାରିଖଥ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟରୂଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ର କହିଛି ଗ୍ରୀଷ୍ମ ଲହରୀ ସ୍ଥିତି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୩ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିବାର ଆଶଙ୍କା ରହିଛି। ଏହି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୨ରୁ ୩ ଡିଗ୍ରୀ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ରୁ ୫ ଡିଗ୍ରୀ ପର୍ୟ୍ୟନ୍ତ ଅଧିକ ରହିପାରେ। ସେହିପରି ଉପକୂଳ ଓଡ଼ିଶାରେ ଆର୍ଦ୍ରତା ରହିବା ହେତୁ ଗୁଳୁଗୁଳିର ମଧ୍ୟ ଆଶଙ୍କା ରହିଛି। ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ଗଲେ ସତର୍କତା ଅବଲମ୍ବନ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

Post Views: 25
Share198Tweet124Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In