• About Us
  • Contact Us
Friday, April 3, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ହଜ ଯାତ୍ରୀଙ୍କୁ ନେଇ ଆସିଥିବା ସାଉଦି ବିମାନରେ ବୈଷୟିକ ତ୍ରୁଟି, ଅବତରଣ ବେଳେ ବିମାନ ଚକରୁ ବାହାରିଲା ନିଆଁ

by Voice of Victims
June 16, 2025
in ଦେଶ ବିଦେଶ, ମୁଖ୍ୟ ଖବର
ହଜ ଯାତ୍ରୀଙ୍କୁ ନେଇ ଆସିଥିବା ସାଉଦି ବିମାନରେ ବୈଷୟିକ ତ୍ରୁଟି, ଅବତରଣ ବେଳେ ବିମାନ ଚକରୁ ବାହାରିଲା ନିଆଁ

ଲକ୍ଷ୍ନୌ : ଅଳ୍ପକେ ବର୍ତ୍ତିଲା ପୁଣି ଏକ ବିମାନ ଦୁର୍ଘଟଣା । ସାଉଦି ଆରବ ଜେଦ୍ଦାରୁ ଆସିଥିବା ବିମାନ SV 3112 ଅବତରଣ ସମୟରେ ବିମାନ ଚକାରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଏହି ବିମାନରେ ଅତିକମରେ ୨୫୦ ହଜ ଯାତ୍ରୀ ଥିଲେ ।

ଖବର ମୁତାବକ, ଲକ୍ଷ୍ନୌ ଏୟାରପୋର୍ଟରେ ଏହି ବିମାନ ସକାଳ ୬.୩୦ ରେ ଅବତରଣ କରିଥିଲା । ଏହି ସମୟରେ ବିମାନ ଚକାରୁ ନିଆଁ ବାହାରୁଥିବା ଦେଖିବାକୁ ପାଇଥିଲେ କର୍ମଚାରୀ । ହାଇଡ୍ରୋଲିକ୍ ଲିକ୍ ହେବାରୁ ଧୂଆଁ ବାହାରୁଥିବାର ଦେଖିବାକୁ ମିଳିଥିଲା । ଏୟାରପୋର୍ଟ ଷ୍ଟାଫ ତୁରନ୍ତ ସତର୍କତା ଅବଲମ୍ବନ କରି ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରିଥିଲେ । ଯାତ୍ରୀଙ୍କୁ ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ଭୟଭୀତ ହୋଇଯାଇଥିଲେ । ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା ।

ସେହିପରି ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଫେରାଇ ଦିଆଯାଇଥିଲା ।  LH 752 ଉଡ଼ାଣ କରିବା ପରେ ଏଥିରେ ବୋମା ଥିବା ସୂଚନା ମିଳିଥିଲା । ତେଣୁ ବିମାନକୁ ଫେରାଇ ନେବାକୁ ନିଷ୍ପତ୍ତି ନିଆଯାଇଥିଲା ।

ସୂଚନାଯୋଗ୍ୟ, ଗୁରୁବାର ଜୁନ୍ ୧୨ ତାରିଖରେ ଅହମଦାବାରୁ ଲଣ୍ଡନ ଗଟାୱିକ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଟେକଅଫର କିଛି ସମୟ ମଧ୍ୟରେ ବିମାନ ଅହମଦାବାଦର ଏକ ମେଡିକାଲ କଲେଜରେ ଖସିପଡିଥିଲା । ବିମାନରେ ୨୪୨ ଲୋକ ଥିଲେ, ଯେଉଁଥିରେ ୨୪୧ ଜଣଙ୍କର ଜୀବନ ଚାଲିଯାଇଥିଲା । ଏହି ଦୁର୍ଘଟଣାରେ କେବଳ ଜଣେ ବ୍ୟକ୍ତି ବଞ୍ଚିଯାଇଥିଲେ । ବିମାନ ପଡିଥିବା ସ୍ଥାନରେ ମଧ୍ୟରେ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବିମାନ ଦୁର୍ଘଟଣାରେ ସମସ୍ତଙ୍କୁ ମିଶାଇ ୨୭୦ରୁ ଅଧିକ ଜଣଙ୍କ ମ୍ତ୍ୟୁ ହୋଇଯାଇଛି ।

Post Views: 36
Share199Tweet124Send
Voice of Victims

Voice of Victims

Recent Posts

  • ଆର୍ଜେଣ୍ଟିନା ଟିମ୍ ଏବଂ ମେସିଙ୍କ ଉପରେ ଆସିଲା ଅଭିଯୋଗ, ୨୫୦ କୋଟି ଟଙ୍କା ନେଇ ମଧ୍ୟ କେରଳ ଆସିଲେନି
  • ଆଜିଠୁ ସବୁ ସ୍କୁଲ ସକାଳୁଆ, ନିର୍ଦ୍ଦେଶ ଜାରି କଲେ ଗଣଶିକ୍ଷା ବିଭାଗ
  • ୧୨ ଦଫା ଦାବି ନେଇ ପୁରୀ ଜିଲ୍ଲାପାଳଙ୍କୁ ଘେରିଲେ ନିଖିଳ ଓଡ଼ିଶା ଅଙ୍ଗନୱାଡ଼ି କର୍ମୀ ସଂଘ
  • ଖରାକୁ ଦେଖି ରାଜ୍ୟ ସରକାରଙ୍କ ବଡ଼ ନିର୍ଦ୍ଦେଶ, ଆସନ୍ତା କାଲିଠାରୁ ରାଜ୍ୟରେ ସକାଳୁଆ ସ୍କୁଲ
  • ରଣପୁରରେ ଜନଗଣନା ତାଲିମ ଶିବିର ଶେଷ, ୧୯୮ ଜଣଙ୍କୁ ପ୍ରଶିକ୍ଷଣ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In