• About Us
  • Contact Us
Monday, March 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ବିଶେଷ ପୃଷ୍ଠା

ଚାଷୀ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି: ପ୍ରଥମାର୍ଦ୍ଧରେ ଅଚଳ, ଦ୍ୱିତୀୟାର୍ଦ୍ଧରେ ସଚଳ

by Voice of Victims
February 15, 2025
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଚାଷୀ ପ୍ରସଙ୍ଗ ନେଇ ଗୃହରେ ବିରୋଧୀଙ୍କ ହଙ୍ଗାମା ଜାରି: ପ୍ରଥମାର୍ଦ୍ଧରେ ଅଚଳ, ଦ୍ୱିତୀୟାର୍ଦ୍ଧରେ ସଚଳ

ଭୁବନେଶ୍ୱର: ପ୍ରଥମାର୍ଦ୍ଧ ଅଚଳ, ଦ୍ୱିତୀୟାର୍ଦ୍ଧ ସଚଳ। ବିରୋଧୀଙ୍କ କଡ଼ା ଆଭିମୁଖ୍ୟ ଜାରି ରହିଛି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗରେ କଂଗ୍ରେସ ହୋହଲ୍ଲା କରିଥିବାବେଳେ ଚାଷୀ ସମସ୍ୟା ପ୍ରସଙ୍ଗରେ ବିଜେଡି ସଭ୍ୟମାନେ ହଟ୍ଟଗୋଳ ସହ ନାରାବାଜି କରିଥିଲେ। ଫଳରେ ବଜେଟ୍ ଅଧିବେଶନର ତୃତୀୟ ଦିନରେ ବି ଗୃହ ସୁରୁଖୁରୁରେ ଚାଲିପାରିନାହିଁ। ଏଭଳି ଅସ୍ୱାଭାବିକ ସ୍ଥିତି ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ପୂର୍ବାହ୍ଣ ୧୦ଟା୦୧ରୁ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଥିଲେ। ଏହା ପରେ ବିଜେଡି ସଭ୍ୟମାନେ ରାଜଭବନରେ ରାଜ୍ୟପାଳ ଡ. ହରିବାବୁ କୁମ୍ବମପାଟିଙ୍କ ହସ୍ତକ୍ଷେପଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ବଜେଟ୍ ଅଧିବେଶନର ଶନିବାର ଥିଲା ତୃତୀୟ ଦିନ। ଧାର୍ଯ୍ୟ ସାଢ଼େ ୧୦ରେ ବାଚସ୍ପତି ସୁରମା ପାଢ଼ୀ ଗୃହ ପରିଚାଳନା ପାଇଁ ଆସନକୁ ଆସିବା କ୍ଷଣି କଂଗ୍ରେସ ଓ ବିଜେଡି ସଭ୍ୟମାନେ ଗୃହ ମଝିକୁ ଆସି ହୋହାଲ୍ଲା କରିଥିଲେ। କଂଗ୍ରେସ ପୂର୍ବଦିନ ଭଳି ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଉପରେ ଆଲୋଚନା ଦାବି କରି ହଟ୍ଟଗୋଳ କରିଥିଲା ବେଳେ ବିଜେଡି ସଦସ୍ୟମାନେ ଚାଷୀମାରଣ ନୀତିକୁ ନେଇ ହଟ୍ଟଗୋଳ କରିଥିଲେ। ଉଭୟ ଦଳର ସଭ୍ୟମାନେ ବାଚସ୍ପତିଙ୍କ ପୋଡ଼ିଅମ ସମ୍ମୁଖକୁ ଆସି ସରକାରୀ ବିରୋଧୀ ନାରାବାଜି ଦେଇ ହୋହାଲ୍ଲା କରିଥିଲେ। ସେମାନେ ଚାଷ, ଚାଷୀ ସମସ୍ୟା ଓ କଟନି-ଛଟନୀ ପ୍ରସଙ୍ଗ ଉଠାଇଥିଲେ। ଉଭୟ ଦଳର ସଭ୍ୟଙ୍କ ହଙ୍ଗମା ଯୋଗୁଁ ଗୃହ ଚଳାଇବା ସମ୍ଭବ ହୋଇନଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ ବିରୋଧୀ ସଭ୍ୟଙ୍କୁ ବାରମ୍ବାର ନିଜ ଆସନକୁ ଯିବାକୁ ଅନୁରୋଧ କରିଥିଲେ ହେଁ ସେମାନେ ତାହାକୁ ଗ୍ରହଣ କରିନଥିଲେ। ତେବେ ବିଜେଡି ସଭ୍ୟମାନେ ସ୍ୱତନ୍ତ୍ର ଆଲୋଚନା ଜରିଆରେ ଚାଷୀ ସମସ୍ୟାର ଆଲୋଚନା କରିବାକୁ ଦାବିରେ ଅଡ଼ି ବସିିଥିଲେ। ହେଲେ ବାଚସ୍ପତି ରାଜି ନହେବାରୁ ବିଜେଡି ସଦସ୍ୟ ବିଧାନସଭାରୁ ପଟୁଆରରେ ବାହାରି ରାଜ୍ୟପାଳଙ୍କୁ ଭେଟିଥିଲେ। କୃଷି ଋଣ ଛାଡ଼ ଓ ଚାଷୀ ପରିବାରର ସୁରକ୍ଷା ପରି ୫ଟି ଦାବି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଥିଲେ। ଗୃହ ବାହାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ କୁମାର ଆଚାର୍ଯ୍ୟ କହିଥିଲେ, ଓଡ଼ିଶା ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟ ଦେଇ ଗତି କରୁଛି। ସେଥିପାଇଁ ବିଜେଡି ସରକାର ଥିବା ସମୟରେ ନବୀନ ପଟ୍ଟନାୟକ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଦାବି କରୁଥିଲେ। ମାନ୍ୟତା ମିଳିଥିଲେ, ଆଜି ଚାଷୀଙ୍କ ଅବସ୍ଥା ଏପରି ହୋଇ ନଥାନ୍ତା ବୋଲି ରାଜ୍ୟପାଳଙ୍କୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଚଳିତ ବର୍ଷ ଅଦିନିଆ ବର୍ଷାରେ ଚାଷୀ ହତାଶ ହେଲେ। ଚାଷ ନଷ୍ଟ ହେଲା। ଚାଷୀ ଦୁଃଖରେ ସାମିଲ ହୋଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଞ୍ଜାମ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲା ଗସ୍ତ କରିଥିଲେ। ଚାଷୀଙ୍କ ସୁରକ୍ଷା ପାଇଁ ନବୀନ ସ୍ୱର ଉଠାଇ ଆସୁଛନ୍ତି। ମାତ୍ର ସରକାରଙ୍କ ଚିନ୍ତା ନାହିଁ। କାହିଁକି ଚାଷୀ ସମସ୍ୟା ଉପରୁ ଦୃଷ୍ଟି ହଟାଉଛନ୍ତି ରାଜ୍ୟ ସରକାର? ସ୍ୱତନ୍ତ୍ର ଆଲୋଚନା ପାଇଁ କାହିଁକି ଅନୁମତି ଦେଉ ନାହାନ୍ତି ବାଚସ୍ପତି ତାହା ବୁଝାପଡ଼ୁନି। ସେ ପୁଣି କହିଛନ୍ତି ଯେ, ଅଦିନିଆ ବର୍ଷା ଯୋଗୁଁ କ୍ଷତି ସହ ୧୪ ଚାଷୀ ମଲେଣି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ନୟାଗଡରୁ ଆସିଛି ଚାଷୀ ଆତ୍ମହତ୍ୟା ଅଭିଯୋଗ। ହେଲେ ସରକାର ନୀରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛି ବିଜେଡି। ଗତକାଲିଠାରୁ ପ୍ରଶ୍ନୋତ୍ତରକାଳ ବାତିଲ କରି ଚାଷୀ ସମସ୍ୟା ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ଦାବି କରି ଆସୁଛି ବିରୋଧୀ ବିଜେଡି। ହେଲେ ବାରମ୍ବାର ବାଚସ୍ପତି ଏହାକୁ ଅଗ୍ରାହ୍ୟ କରିବାରୁ ଗୃହ ମଧ୍ୟ ଭାଗରେ ବିଜେଡି ସଦସ୍ୟ ପ୍ରତିବାଦ କରିଥିଲେ। ଏହାସତ୍ତ୍ୱେ ବାଚସ୍ପତି ଆଲୋଚନା ପାଇଁ ଅନୁମତି ନ ଦେବାରୁ ରାଜଭବନ ଅଭିମୁଖେ ବାହାରିଥିଲେ ବିଜେଡି ପ୍ରତିନିଧି ଦଳ। ରାଜ୍ୟପାଳଙ୍କୁ ଭେଟି କୃଷି ଋଣ ଛାଡ଼, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ସହ ପରିବାର ସମସ୍ତ ଦାୟିତ୍ୱ, କ୍ଷତି ସହିଥିବା ଚାଷୀ ପରିବାରର ଶିକ୍ଷା ଖର୍ଚ୍ଚ ବହନ, ବିନା ସୁଧରେ ଋଣ ଓ କଟନି ଛଟନି ବନ୍ଦ ପାଇଁ ରାଜ୍ୟପାଳଙ୍କ ହସ୍ତକ୍ଷେପ ପାଇଁ ଦାବିପତ୍ର ଦେଇଛି ବିଜେଡି। ରାଜ୍ୟପାଳ ବି ଏ ଦିଗରେ ଆଲୋଚନା କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବରିଷ୍ଠ ବିଜେପି ନେତା ତଥା ସଂସଦୀୟ ମନ୍ତ୍ରୀ ମୁମେଶ ମହାଲଙ୍ଗ କହିଥିଲେ ଯେ, ଗୃହକୁ ବିରୋଧୀ ଚଳାଇବାକୁ ଦେଉନାହାନ୍ତି। ଆଲୋଚନା ବି କରିବାକୁ ଚାହୁୂଁନାହାନ୍ତି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚାହୁଁଛନ୍ତି। ଏହା ନିଶ୍ଚିତ ଭାବରେ ଦୁର୍ଭାଗ୍ୟଜନକ।

Post Views: 60
Tags: The agitation of the opposition in the House over the issue of farmers continues: Achal in the first half
Share198Tweet124Send
Voice of Victims

Voice of Victims

Recent Posts

  • ୩୪ ତମ ବିଶ୍ୱ ଜଳ ଦିବସ, ଦର୍ପନାରାୟଣପୁର ଶୁକୃ ବେହେରା ପାଣିପଞ୍ଚାୟତ ଅଧୀନରେ ରେ ଭାରତ ର ପ୍ରଥମ ସ୍ୱୟଂ ଚାଳିତ କେନାଲ ପ୍ରଣାଳୀ ଲୋକାର୍ପିତ
  • ଇରାନ ରାଜଧାନୀ ଉପରେ ଆମେରିକାର ଭୟଙ୍କର ବୋମା ! ବିଦ୍ୟୁତ ସେବା ଠପ୍, ଅନ୍ଧାରରେ ବୁଡ଼ିଲା ସାରା ସହର
  • ବିଜେଡିରୁ ୬ ନିଲମ୍ବିତ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆଜି ଦରଖାସ୍ତ ! ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ନିର୍ଭର
  • ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି, ଭୟଭୀତ ହୁଅନ୍ତୁ ନାହିଁ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
  • ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ବର୍ତ୍ତମାନ ୩ ଜିଲ୍ଲାରେ ସକ୍ରିୟ ଅଛନ୍ତି ୧୫ ମାଓବାଦୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In