ବାଲେଶ୍ଵର, (ଭିଓଭି) :- ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ବାଲେଶ୍ଵର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ୬୩ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗ୍ରାମୀଣ ରାସ୍ତା ଓ ପାନୀୟ ଜଳ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ରବିନାରାୟଣ ନାୟକଙ୍କ ଉପସ୍ଥିତିରେ ଉକ୍ତ ପ୍ରକଳ୍ପ ର ଶୁଭ ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି । ଶ୍ରୀଯୁକ୍ତ ନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆମ ସରକାରଙ୍କର ସେବା, ସୁଶାସନ କାରଣରୁ ରେମୁଣା ଏବଂ ପୁରା ଓଡ଼ିଶା ଏହି ବିକାଶ ପଥରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ରେମୁଣାବାସୀଙ୍କର ଦୀର୍ଘ ଦିନର ସ୍ବପ୍ନ ଏବଂ ଆଶା ପୁରା ହେବାକୁ ଯାଉଛି । ଆଜିର ଏହି କାର୍ଯ୍ୟକ୍ରମରେ ମାନନୀୟ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ମାନନୀୟ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇଥିଲେ । ବ୍ଲକ ର ମିଶନ ଶକ୍ତି ବିଭାଗର ବି ପି ସି , ଓଡ଼ିଶା ଜୀବିକା ମିଶନ ବିଭାଗର ବିପିଏମ ଏବଂ ବିଏଲସି , ମିଶନ ଶକ୍ତି ମହିଳା କର୍ମଚାରୀ ଏବଂ ସ୍ଥାନୀୟ ଗ୍ରମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ । ଶେଷରେ ବୃକ୍ଷ ରୋପଣ କରାଗଲା ।
