• About Us
  • Contact Us
Saturday, March 28, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଦେଶ ବିଦେଶ

ଇରାନ୍ ପାଇଁ ସର୍ବବୃହତ୍ ବିପଦ ‘ଉର୍ମିୟା ହ୍ରଦ’, ସଂକଟରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

by Voice of Victims
September 22, 2024
in ଦେଶ ବିଦେଶ, ବିଶେଷ ପୃଷ୍ଠା, ମୁଖ୍ୟ ଖବର
ଇରାନ୍ ପାଇଁ ସର୍ବବୃହତ୍ ବିପଦ ‘ଉର୍ମିୟା ହ୍ରଦ’, ସଂକଟରେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ

ତେହରାନ୍‌: ଇସ୍ରାଏଲ ଏବଂ ଆମେରିକାର ପ୍ରତିବନ୍ଧକ ଯୋଗୁଁ ଇରାନ୍ ଏବେ ଭୟଙ୍କର ଆର୍ôଥକ ସଙ୍କଟ ଦେଇ ଗତି କରୁଛି। ଇସ୍ରାଏଲ୍ ସହ ତିକ୍ତତା ଯୋଗୁ ଏପ୍ରକାର ପରିସ୍ଥିତି ଉତ୍ପନ୍ନ ହୋଇଛି। କେବଳ ସେତିକି ନୁହେଁ ଇରାନ୍ ପାଇଁ ଇସ୍ରାଏଲ-ଆମେରିକା ପଟୁ ଆକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଇରାନ୍ ଉପରେ ଏବେ ଅନେକ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକ ତୀକ୍ଷ୍ମ ଦୃଷ୍ଟି ନିବଦ୍ଧ କରି ବସିଛନ୍ତି। ଇରାନରେ ମାନବ ଅଧିକାର ଏବଂ ମହିଳା ଅଧିକାରକୁ ହନନ କରାଯାଉଥିବା ନେଇ ଅଭିଯୋଗ ଜୋର ଧରିବା ପରେ ଅନ୍ତର୍ଜାତୀୟସ୍ତରରୁ ଇରାନ୍ ଉପରେ ମାତ୍ରାଧିକ ଚାପ ରହିଛି। ତେବେ ଏସବୁ ମଧ୍ୟରେ ଇରାନ ପାଇଁ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି। ଏହି ସଙ୍କଟ ଇସ୍ରାଏଲ ଭଳି କୌଣସି ବାହ୍ୟ ରାଷ୍ଟ୍ର ପକ୍ଷରୁ ନୁହେଁ ବରଂ ଇରାନର ଆଭ୍ୟନ୍ତରୀଣ ସମସ୍ୟାଜନିତ। ରିପୋର୍ଟ ଅନୁସାରେ ଇରାନ୍ ପାଇଁ ଏବେ ଉର୍ମିୟା ହ୍ରଦ ସର୍ବବୃହତ୍ ବିପଦ ରୂପେ ଉଭା ହୋଇଛି। ମଧ୍ୟପ୍ରାଚ୍ୟର ସର୍ବବୃହତ୍ ଲୁଣି ହ୍ରଦ ଭାବେ ପ୍ରସିଦ୍ଧ ଉର୍ମିୟା ହ୍ରଦ ବର୍ତ୍ତମାନ ଶୁଖିବାରେ ଲାଗିଛି। ଶୀତ ଏବଂ ବସନ୍ତ ସମୟରେ ଏହି ହ୍ରଦରେ ପ୍ରାୟ ଏକ ବିଲିୟନ ଘନ ମିଟର ଜଳ ଗଚ୍ଛିତ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହା ୯୩%ରୁ ମଧ୍ୟ ଅଧିକ ଶୁଖିଯାଇଛି। ଯେଉଁ କାରଣରୁ ପାନୀୟ ଜଳ ପାଇଁ ଏହି ହ୍ରଦ ଉପରେ ନିର୍ଭରଶୀଳ ଥିବା ପାଖାପାଖି ୫୦ ଲକ୍ଷ ଲୋକଙ୍କ ଜୀବନ ଏବେ ଉପରେ ବିପଦରେ ପଡ଼ିଯାଇଛି। ଇରାନ୍ ସରକାର ସମର୍ଥିତ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗତ କିଛି ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଏହି ହ୍ରଦ ସମ୍ପୂର୍ଣ୍ଣ ଶୁଖିବା ଦେଖିବାକୁ ମିଳିଛି। ଏହାର ଜଳସ୍ତର ପୂର୍ଣ୍ଣ କରିବାକୁ ସରକାର ଅନେକ ଚେଷ୍ଟା କରିଛନ୍ତି, କିନ୍ତୁ ବିଫଳ ହୋଇଛନ୍ତି। ଅତ୍ୟଧିକ ବାଷ୍ପୀକରଣ ଯୋଗୁ ହ୍ରଦର ଜଳସବୁ ଲୁଣକଣିକାରେ ପରିଣତ ହୋଇଛି। ସାଟେଲାଇଟ୍ ଚିତ୍ରରୁ ମଧ୍ୟ ହ୍ରଦର ଉଭୟ ଉତ୍ତର ଏବଂ ଦକ୍ଷିଣ ଭାଗରେ ଏକ ବିଶାଳ ଧଳା ଲୁଣସ୍ତର ଦେଖିବାକୁ ମିଳିଛି। ହ୍ରଦର ଜଳସ୍ତର ବର୍ଷ ବର୍ଷ ଧରି କ୍ରମାଗତ ଭାବେ ହ୍ରାସ ପାଉଛି। ସେପ୍ଟେମ୍ବର ୨୦୨୩ରେ ଏଠାରେ ଜଳ ପରିମାଣ ୧,୨୭୦ ମିଟରରୁ କମ୍ ରହିଥିବା ରେକର୍ଡ କରାଯାଇଛି ଯାହାକି ୧୯୯୫ ମେ’ରେ ରେକର୍ଡ ହୋଇଥିବା ଜଳସ୍ତରଠାରୁ ପ୍ରାୟ ୮ ମିଟର କମ୍‌। ବିଶେଷଜ୍ଞଙ୍କ ଅନୁସାରେ ଉର୍ମିୟା ହ୍ରଦର ସଙ୍କୋଚନ ହେବାର କାରଣ ହେଉଛି ଭୂତଳ ଜଳର ନିରବଚ୍ଛିନ୍ନ ବ୍ୟବହାର, ଏବଂ ଆପଲ୍ ବଗିଚା ଜଳସେଚନ ପାଇଁ ହ୍ରଦର ଜଳର ମୁଖ୍ୟ ଉତ୍ସ ବୋଲି କୁହାଯାଉଥିବା ଜରିନେହ ରୁଡ ଜଳର ବିବିଧତା। ଏହି ହ୍ରଦ ମାତ୍ର ୨୦ ବର୍ଷ ମଧ୍ୟରେ ୯୫ ପ୍ରତିଶତ ଜଳ ହରାଇଛି ଏବଂ ବର୍ତ୍ତମାନ ବିଲୁପ୍ତ ହେବାକୁ ଯାଉଛି। କେବଳ ସେତିକି ନୁହେଁ, ଦୀର୍ଘ ଦିନର ମରୁଡ଼ି ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଜଳର ଅତ୍ୟଧିକ ବ୍ୟବହାର ଏବଂ ହ୍ରଦର ଉପନଦୀଗୁଡ଼ିକରେ ବନ୍ଧ ନିର୍ମାଣ ଯୋଗୁ ହ୍ରଦରେ ଏହି ସଙ୍କଟ ଆସିଛି। ଅନ୍ୟପକ୍ଷେ ଉର୍ମିୟା ହ୍ରଦ ସମ୍ପୂର୍ଣ୍ଣ ଶୁଖିବା ସ୍ଥାନୀୟ କୃଷି ଏବଂ ପର୍ଯ୍ୟଟନ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ହ୍ରଦ ଶୁଖିଯିବା କାରଣରୁ ତଳୁ ଉଠୁଥିବା ଧୂଳି ଏବଂ ଲୁଣ ଝଡ ବର୍ତ୍ତମାନ ଏହି ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଭୟଙ୍କର ବିପଦ ସୃଷ୍ଟି କରୁଛି।

Post Views: 28
Tags: The biggest threat to Iran is 'Lake Urmia'
Share199Tweet124Send
Voice of Victims

Voice of Victims

Recent Posts

  • କରୋନା ଭୂତାଣୁର ଏକ ନୂଆ ରୂପ, ୨୩ଟି ଦେଶକୁ ମାଡ଼ିଗଲାଣି ‘ସିକାଡ଼ା’
  • ଲଦାଖରେ ବଡ ଧରଣର ହିମସ୍ଖଳନ, ୭ ମୃତ ଓ ୫ ଗୁରୁତର ଆହତ
  • ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସ୍ଥଳସେନା ମୁଖ୍ୟ, ଶ୍ରୀଜିଉଙ୍କୁ କଲେ ଦର୍ଶନ
  • ବାରିପଦାରେ କାଳବୈଶାଖୀ ତାଣ୍ଡବ, ୨ ମୃତ ଓ ୩ ଆହତ
  • ପତଞ୍ଜଳି ପକ୍ଷରୁ ରାମନବମୀ ଓ ସନ୍ୟାସ ଦିକ୍ଷା ଦିବସ ପାଳନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In