ସତ୍ୟବାଦୀ (ଭିଓଭି): ସତ୍ୟବାଦୀ ବ୍ଲକ୍ ଦୁଗଲ ପଞ୍ଚାୟତ ଓ ବିଶ୍ବନାଥପୁର ପଞ୍ଚାୟତ ଦେଇ ଯାଇଥିବା ଜଳସମ୍ପଦ କେନାଲରେ ଘାଇ ହୋଇ ଚାଷ ଜମିରେ ପାଣି ମାଡ଼ିଯାଇଛି। ଯାହା ଫଳରେ ଶହଶହ ଏକର ଚାଷ ଜମିରେ ଚାଷକାମ ବ୍ୟାହତ ହୋଇଛି। ଏଥିଯୋଗୁଁ ଚାଷୀ ମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି ହୋଇଛି। ଜଳସମ୍ପଦ ଵିଭାଗର ମନମୁଖୀ କାର୍ଯ୍ୟକଳାପ ଓ ଠିକାଦାରଙ୍କ ପ୍ରତି ଅହେତୁକ ଅନୁକମ୍ପା ଯୋଗୁଁ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଆମେ ଏ ସମ୍ପର୍କରେ ଖବର ନେବା ପାଇଁ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ୍ ଉଠାଇ ନଥିଲେ।


