• About Us
  • Contact Us
Thursday, March 26, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ମୁଖ୍ୟ ଖବର

ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଶୁଣାଣି: ୧୫୪୦ ଅଭିଯୋଗ ପଞ୍ଜିକୃତ, ଶୁଣିଲେ ୫୦୦୦ରୁ ଅଧିକ ଲୋକଙ୍କ ସମସ୍ୟା

by Voice of Victims
July 1, 2024
in ବିଶେଷ ପୃଷ୍ଠା, ମୁଖ୍ୟ ଖବର, ରାଜ୍ୟ
ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଶୁଣାଣି: ୧୫୪୦ ଅଭିଯୋଗ ପଞ୍ଜିକୃତ, ଶୁଣିଲେ ୫୦୦୦ରୁ ଅଧିକ ଲୋକଙ୍କ ସମସ୍ୟା

ଭୁବନେଶ୍ୱର: ଅଭିଯୋଗ ପ୍ରକୋଷ୍ଠରେ ପ୍ରଥମ ଦିନ । ଲୋକଙ୍କ ଅଭିଯୋଗ ଶୁଣି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକେ ନିଜର ସମସ୍ୟା ସମାଧାନ କରି ଖୁସିରେ ଫେରିଲେ । ସମସ୍ତଙ୍କ ଆଖିରେ ଥିଲା ସରକାରଙ୍କ ଉପରେ ବିଶ୍ୱାସ ଓ ଭରସାର ଝଲକ୍ । ସେଇ ବିଶ୍ୱାସ ଓ ଭରସାର ରୂପ ହେଉଛି ଗଣତନ୍ତ୍ର । ଯେଉଁଠି ସରକାର ଲୋକଙ୍କ ସହିତ ଥାଆନ୍ତି, ଲୋକଙ୍କ ସୁଖ ଦୁଃଖ ଶୁଣନ୍ତି, ସେଇଠି ହିଁ ପ୍ରକୃତ ଗଣତନ୍ତ୍ର ଦେଖିବାକୁ ମିଳିଥାଏ ।
ଭୁବନେଶ୍ୱର ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଚଳଚଞ୍ଚଳ । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହୋଇଥିଲା । ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପ୍ରତି ସୋମବାର ଏହି ପରି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଜାରି ରହିବ ବୋଲି ଜଣାଯାଇଛି । ସମୁଦାୟ ୧୫୪୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ପ୍ରାୟ ୫୦୦୦ ରୁ ଅଧିକ ଲୋକ ଆସିଥିଲେ ।
ପ୍ରଥମ ସୋମବାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ଲୋକଙ୍କ ଅଭିଯୋଗ ଶୁଣି ସମାଧାନର ରାସ୍ତା ଖୋଲିଛନ୍ତି । ୧୫୪୦ ଅଭିଯୋଗ ପଞ୍ଜିକୃତ ହୋଇଥିଲା ବେଳେ ୫୦୦୦ରୁ ଅଧିକ ଲୋକଙ୍କ ସମସ୍ୟା ଶୁଣିଥିଲେ ମୁଖ୍ୟମନ୍ତ୍ରୀ । ଗଭୀର ମନଯୋଗରେ ସମସ୍ତଙ୍କ ସମସ୍ୟା ଶୁଣି ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ଜଣେ ବୟୋବୃଦ୍ଧା ମହିଳା ସରସ୍ୱତୀ ତ୍ରିପାଠୀ । ତାଙ୍କର ପିଲାମାନେ ସମ୍ପତ୍ତି ହଡପ୍‌୍ କରି ମା’ଙ୍କୁ ଘରୁ ବାହାର କରିଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ପୁଲିସ୍‌୍ ବିଭାଗକୁ ନିର୍ଦ୍ଦେଶ ଦେଇ ଶୀଘ୍ର ନ୍ୟାୟ ପ୍ରଦାନ କରିବାକୁ ପରାମର୍ଶ ଦେଲେ । ସେହିପରି କେନ୍ଦୁଝରର ଗୋଟିଏ ସ୍କୁଲରେ କାମ କରୁଥିବା ଜଣେ ମହିଳା ଅନେକ ଦିନ ଧରି ଦରମା ପାଉନାହାନ୍ତି । ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଥାଲାସେମିଆରେ ପୀଡିତ ଯାଜପୁରର ଗୋଟିଏ ଛୋଟ ଝିଅର ବାପା ସତ୍ୟଜିତ୍ ଆସିଥିଲେ ଚିକିତ୍ସା ସହାୟତା ପାଇଁ । ତାଙ୍କ ଝିଅର ହେବ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟେସନ୍ । ସେଥିପାଇଁ ଯେତେ ଶୀଘ୍ର ସମ୍ଭବ ତାଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ । ଆବଶ୍ୟକସ୍ଥଳେ ତାଙ୍କୁ ଆର୍ôଥକ ସହାୟତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏମିତି ଅନେକ ପୀଡିତ, ଦିବ୍ୟାଙ୍ଗ, ବୟୋବୃଦ୍ଧମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖାକରି, ତାଙ୍କ ସମସ୍ୟା ଶୁଣାଉଥାନ୍ତି ଓ ସମାଧାନର ଭରଷା ନେଇ ଯାଉଥାନ୍ତି । ରାଜ୍ୟର ମୁଖ୍ୟଙ୍କଠାରୁ ଭରଷାର ବାଣୀ ଶୁଣି ସେମାନେ ଅତ୍ୟନ୍ତ ଖୁସି ହୋଇ ଫେରୁଥାନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସରକାରଙ୍କ ସମୟରେ ଜନତା ଓ ସରକାରଙ୍କ ମଧ୍ୟରେ ଏକ ଲୌହ ପ୍ରାଚୀର ଥିଲା । ସେ ପ୍ରାଚୀର ଆଜି ଦୂର ହୋଇଛି । ଲୋକ ଓ ସରକାରଙ୍କ ମଧ୍ୟରେ ସିଧା ସଳଖ ସମ୍ପର୍କ ପ୍ରତିଷ୍ଠା ହୋଇଛି । ଗଣତନ୍ତ୍ରରେ ଲୋକଙ୍କ କଥା ଶୁଣିବା ଓ ସମାଧାନ ପାଇଁ ଚେଷ୍ଟା କରିବା ଏକ ପ୍ରାଥମିକତା । ଏଇ କଥାକୁ ଗୁରୁତ୍ୱ ଦେଇ ଆଜି ଠାରୁ ଜିଲ୍ଲା ସ୍ତରରେ ମଧ୍ୟ ଶୁଣାଣୀ ଆରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏହି ପ୍ରକ୍ରିୟାକୁ ଆଗକୁ ଆହୁରି ସୁଦୃଢ଼ କରାଯିବ । ମୋ ସହିତ ଉପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ଏଥିରେ ସହଯୋଗ କରିଛନ୍ତି । ଏହା ଜାରି ରହିଲେ ଜିଲ୍ଲା ସ୍ତରରେ ଅଧିକାରୀମାନେ ଗୁରୁତ୍ୱ ଦେଇ ଲୋକଙ୍କ ସମସ୍ୟାର ସମାଧାନ କରିବେ । ଜିଲ୍ଲା ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ ହୋଇ ପାରିଲେ ରାଜ୍ୟ ସ୍ତରରେ ଅଭିଯୋଗ କମ୍ ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଆଜିର ଶୁଣାଣିରେ ପ୍ରାୟ ୯୯ ପ୍ରତିଶତ ଅଭିଯୋଗର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଥମ ଦିନରୁ ହିଁ ଲୋକଙ୍କ ସହିତ ଖୋଲା ମନରେ ମିଶୁଛନ୍ତି । ଲୋକଙ୍କ ସମସ୍ୟା ଜାଣିବାକୁ ଚେଷ୍ଟା କରୁଛନ୍ତି । ଭୁବନେଶ୍ୱରର ରାଜ୍ୟ ଅତିଥି ଭବନର କାର୍ଯ୍ୟାଳୟ ହେଉ ବା ବରଗଡ ଓ କେନ୍ଦୁଝର ପରି ବିଭିନ୍ନ ଜିଲ୍ଲା ଗସ୍ତ ହେଉ, ସବୁ ସମୟରେ ସେ ସାଧାରଣ ଲୋକଙ୍କ ସହିତ ହୃଦୟ ଖୋଲି ମିଶୁଛନ୍ତି ଓ ଆଲୋଚନା କରୁଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରୁଛନ୍ତି । ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ପରିଚୟ ଦିନକୁ ଦିନ ଉଜ୍ଜ୍ୱଳ ହେଉଛି ।

Post Views: 24
Share198Tweet124Send
Voice of Victims

Voice of Victims

Recent Posts

  • ଭାରତୀୟ ରେଳର ବଡ଼ ଉପହାର: ଆଜୀବନ ମାଗଣା ଟ୍ରେନ ଯାତ୍ରା କରିବେ ବୀରତ୍ଵ ପଦକ ବିଜେତା
  • ବଢ଼ିବନି ବିଧାୟକଙ୍କ ଦରମା, ପ୍ରତ୍ୟାହାର ହେଲା ଦରମା ବୃଦ୍ଧି ବିଲ
  • ଓଡ଼ିଶା କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସୀ ଖବର, ଡିସେମ୍ବର ୨୪ରେ ଶ୍ରୀଲଙ୍କା ସହ କଟକରେ ଖେଳିବ ଭାରତ
  • ଭୁବନେଶ୍ୱର-କଟକରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ସହ କୁଆପଥର ବୃଷ୍ଟି
  • ରାମନବମୀ ପାଇଁ ଦୁଇ ଦିନ ବନ୍ଦ ରହିବ ସରକାରୀ କାର୍ଯ୍ୟାଳୟ, ଛୁଟି ଘୋଷଣା କଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In