ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଅମରନାଥ ଯାତ୍ରା । କଡ଼ା ସୁରକ୍ଷା ଭିତରେ ଆରମ୍ଭ ହେଲା ଅମରନାଥ ଯାତ୍ରା । ପାହାଡ଼ରେ ଗୁଞ୍ଜରିତ ହେଉଛି ହରହର ମହାଦେବ ଧ୍ବନୀ । ଶିବ ମନ୍ତ୍ର ଉଚ୍ଚାରଣ କରି ପବିତ୍ର ଅମରନାଥ ଗୁମ୍ଫା ଅଭିମୁଖେ ଯାତ୍ରା କଲେ ପ୍ରଥମ ବ୍ୟାଚ୍ ଭକ୍ତ । ଜମ୍ମୁ ବେସ୍ କ୍ୟାମ୍ପ ଭଗବତୀ ନଗରରୁ ଯାତ୍ରା ଆରମ୍ଭ କରିଛନ୍ତି ଭକ୍ତ । ପ୍ରଥମ ବ୍ୟାଚରେ ୫ ହଜାରରୁ ଅଧିକ ଭକ୍ତ ଅମରନାଥ ଯାତ୍ରା କରିଛନ୍ତି । ଜୁଲାଇ ୩ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଚାଲିବ ଅମରନାଥ ଯାତ୍ରା । ପହଲଗାମ ଆତଙ୍କବାଦୀ ଆକ୍ରମଣ ସତ୍ତ୍ବେ ଚଳିତ ବର୍ଷ ଅମରନାଥ ଯାତ୍ରାର ଉତ୍ସାହ ଫିକା ପଡ଼ିନି । ତେବେ ଅମରନାଥ ଯାତ୍ରୀଙ୍କ ପାଇଁ ଚଳିତ ବର୍ଷ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।

ଜମ୍ମୁର ବେସ୍ କ୍ୟାମ୍ପରେ ଏହାର ଶୁଭାରମ୍ଭ କରିଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା । ଆଜି ଭୋରରେ ସେ ପତାକା ଦେଖାଇ ଅମରନାଥ ଯାତ୍ରାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ ହଜାର ୮୦୦ରୁ ଅଧିକ ଶ୍ରଦ୍ଧାଳୁ ଯାଇଛନ୍ତି । ଆସନ୍ତା ଅଗଷ୍ଟ ୯ ତାରିଖରେ ଶେଷ ହେବ ଏହି ୩୮ ଦିନିଆ ଯାତ୍ରା । ଭକ୍ତଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । । ତା ସହିତ ସେମାନଙ୍କ ରହିବା, ଖାଇବା ପିଇବାରେ ଯେମିତି କୌଣସି ପ୍ରକାରର ସମସ୍ୟା ନ ହୁଏ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଉଭୟ ପହଲଗାମ ଓ ବଲତାଲ ରୁଟ୍ ରେ ଶ୍ରଦ୍ଧାଳୁମାନେ ଯାଉଛନ୍ତି । ଏ ବର୍ଷ ପ୍ରାୟ ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ ଅମରନାଥ ଯାତ୍ରା ପାଇଁ ପଞ୍ଜିକରଣ କରିଛନ୍ତି ।
