• About Us
  • Contact Us
Tuesday, November 24, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

କାଲିଠୁ ଐତିହାସିକ ବାଲିଯାତ୍ରା, ପ୍ରଥମ ଥର ପାଇଁ ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

by Voice of Victims
November 23, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ବାଲିଯାତ୍ରାରେ ଯୋଗଦେବେ ରାଷ୍ଟ୍ରପତି, ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: କାଲିଠୁ ଐତିହାସିକ ବାଲିଯାତ୍ରା । ଏଥର ଉଦଘାଟନ କରିବେ ରାଷ୍ଟ୍ରପତି । ବାଲିଯାତ୍ରା ପାଇଁ ସଜେଇ ହେଉଛି କଟକ । ପ୍ରଥମଥର ରାଷ୍ଟ୍ରପତି କରିବେ ଉଦଘାଟନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଟକରେ ପ୍ରସ୍ତୁତି, ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର । ଆସନ୍ତାକାଲିଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ।

ପ୍ରଥମଥର ପାଇଁ ଦେଶର ରାଷ୍ଟ୍ରପତି କଟକ ବାଲିଯାତ୍ରାକୁ ଉଦ୍ ଘାଟନ କରିବେ । ଏଥିପାଇଁ ସିଲଭର ସିଟି କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ବିଶାଳ ମେଳାକୁ ନେଇ ବ୍ୟବସାୟୀ, ଦର୍ଶକ ଓ ସହରବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ପ୍ରାୟ ୬୦ ଏକର ଜମିରେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ମେଳା ଆୟୋଜନ କରାଯାଉଛି । ୧୮୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ ପାଇଁ ଯୋଜନା ରହିଛି ।

ହସ୍ତଶିଳ୍ପ, ହସ୍ତତନ୍ତ, ଘରକରଣା ସାମଗ୍ରୀ, ବିଭିନ୍ନ ଖାଦ୍ୟ ଷ୍ଟଲ୍ ଓ ମନୋରଞ୍ଜନ ବ୍ୟବସ୍ଥା ଦର୍ଶକଙ୍କୁ ଆକର୍ଷିତ କରିବ । ଏଥର ରାଷ୍ଟ୍ରପତିଙ୍କ ବାଲିଯାତ୍ରା ଗସ୍ତରେ ରହିଛି ଏକ ସ୍ୱତନ୍ତ୍ର ଆକର୍ଷଣ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିଲଭର ସିଟି ବୋଟ୍ କ୍ଲବ୍ ରୁ ଡଙ୍ଗାରେ ମହାନଦୀ ପାର ହୋଇ ବାଲିଯାତ୍ରା ପଡ଼ିଆରେ ପହଞ୍ଚିବେ । ଏଥିପାଇଁ ‘କଳିଙ୍ଗ ତରଙ୍ଗିଣୀ’ ନାମକ ଡଙ୍ଗାକୁ ପ୍ରସ୍ତୁତ କରାଯାଉଛି । ରାଷ୍ଟ୍ରପତିଙ୍କ ଡଙ୍ଗା ସହ ସାତଟି ସୁରକ୍ଷା ଡଙ୍ଗା ରହିବ । ଭାରତୀୟ ନୌସେନା, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ କୁ ନେଇ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଉଛି । ରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଗସ୍ତ କରିବେ । ସନ୍ଧ୍ୟା ୫ଟାରୁ ରାତି ୮ଟା ୧୫ ମିନିଟ୍ ପର୍ଯ୍ୟନ୍ତ କଟକରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ପ୍ରଥମେ ‘କଟକ ଇନ୍ କଟକ’ ପ୍ରଦର୍ଶନୀ ଉଦ୍ ଘାଟନ କରିବା ପରେ ମୁଖ୍ୟ ମଞ୍ଚରୁ ଐତିହାସିକ ବାଲିଯାତ୍ରାର ଶୁଭାରମ୍ଭ କରିବେ ।

ଉଦ୍ ଘାଟନୀ ଉତ୍ସବରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଉଛି । ବାଲିଯାତ୍ରା ପଡ଼ିଆର ପାଞ୍ଚ କିଲୋମିଟର ପରିଧିକୁ ନଭେମ୍ବର ୨୨ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼ାଣ ନିଷିଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶାସନ ସ୍ୱତନ୍ତ୍ର ଗୁରୁତ୍ୱ ଦେଉଛି । ଚଳିତବର୍ଷ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ଓ ପଲିଥିନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।

ଦୁଇଟି ସାଂସ୍କୃତିକ ମଞ୍ଚରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସ୍ଥାନୀୟ କଳାକାରଙ୍କୁ ପ୍ରାଥମିକତା ଦିଆଯିବା ସହ ଓଡ଼ିଶାର ପାରମ୍ପରିକ କଳା, ସଂସ୍କୃତି ଓ ନୌବାଣିଜ୍ୟ ଐତିହ୍ୟକୁ ପ୍ରଦର୍ଶିତ କରାଯିବ । ବାଲିଯାତ୍ରା କେବଳ ଏକ ବାଣିଜ୍ୟିକ ମେଳା ନୁହେଁ, ବରଂ ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସର ପ୍ରତୀକ । ଏକଦା କଳିଙ୍ଗର ସାଧବପୁଅମାନେ ବୋଇତରେ ବାଲି, ଜାଭା ଓ ସୁମାତ୍ରା ଭଳି ଦୂରଦେଶକୁ ବାଣିଜ୍ୟ କରିବାକୁ ଯାଉଥିଲେ । ସେହି ଐତିହାସିକ ପରମ୍ପରାକୁ ମନେ ପକାଇବା ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ କଟକରେ ବାଲିଯାତ୍ରା ଆୟୋଜନ କରାଯାଏ ।

ଏଥର ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ ଘାଟନ ହେବାକୁ ଥିବାରୁ କଟକ ବାଲିଯାତ୍ରାର ଗୁରୁତ୍ୱ ଆହୁରି ବଢ଼ିଛି । ରାଷ୍ଟ୍ୟପତିଙ୍କ ଗସ୍ତ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୪୦୦ ପୋଲିସ ଅଧିକାରୀଙ୍କୁ ନିୟୋଜନ କରାଯିବ । ୩୮ଟି ୱାଚ ଟାୱାର ନିର୍ମାଣ କରାଯାଇଛି। ୧୪ ଶହ ପାଖାପାଖି ସିସିଟିଭି ପୂରା ଅଞ୍ଚଳ ଉପରେ ନଜର ରଖିବେ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ, ରୁଟ୍ ଲାଇନରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି ।

Post Views: 30
Share198Tweet124Send
Voice of Victims

Voice of Victims

Recent Posts

  • ଏଣିକି UPI ଜରିଆରେ ଉଠାଇପାରିବେ PF ଟଙ୍କା, ଭିମ୍ ଆପ୍‌ରେ ମିଳିବ ଟଙ୍କା ଉଠାଣ ସୁବିଧା
  • ‘ୱେଷ୍ଟ ବେଙ୍ଗଲ’ର ନାମ ‘ପଶ୍ଚିମବଙ୍ଗ’ କରିବାକୁ ଡିସେମ୍ବର ୯ରେ ବିଧାନସଭାରେ ଆସିବ ପ୍ରସ୍ତାବ
  • ଡିସେମ୍ବର ୧୬ରେ ବାଂଲାଦେଶ ଫେରିବେ ଶେଖ୍ ହସିନା ! ସରକାରଙ୍କୁ ମାଗିଲେ ସ୍ୱତନ୍ତ୍ର ବିମାନ
  • ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୁର୍ଲଭ ରାଜରାଜେଶ୍ଵର ବେଶ ବା ସୁନାବେଶ
  • ନଭେମ୍ବର ଶେଷ ସପ୍ତାହରେ ପୁଣି ମାଡ଼ି ଆସିବ କି ବାତ୍ୟା? ଦକ୍ଷିଣ ବଙ୍ଗୋପସାଗର ଉପରେ ନଜର

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In