• About Us
  • Contact Us
Wednesday, April 29, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଶଙ୍ଖ ଭବନରେ ନେତାଙ୍କ କଥା କଟାକଟି; ଦେବୀ ମିଶ୍ର- ଧ୍ରୁବ ସାହୁ ଉଚ୍ଚବାଚ!

by Voice of Victims
April 15, 2025
in ଆଞ୍ଚଳିକ ଖବର, ମୁଖ୍ୟ ଖବର
ବିଜେପିର ଅଭିଯୋଗ ପରେ ଚେତିଲା ବିଜେଡି; ଶଙ୍ଖ ଭବନରେ ନିର୍ମାଣ ହେବ ବିଜୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର: ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଭିତରେ ଆଜି ୧୮ ସାଙ୍ଗଠନିକ ଜିଲ୍ଲା ପାଇଁ ସଭାପତି ନାଁ ଘୋଷଣା କରିଛନ୍ତି ବିଜେଡିର ନିର୍ବାଚନ ଅଧିକାରୀ। ତାଲିକାରେ ସ୍ଥାନ ପାଇଛନ୍ତି ନୂଆ ଓ ପୁରୁଣା ମୁହଁ। ପୁରୀରେ ଦିବାକର ପାତ୍ରଙ୍କୁ ଆଉଟ୍ କରି ଉମା ସାମନ୍ତରାୟଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି କନ୍ଧମାଳର ସାଙ୍ଗଠନିକ ଦାୟିତ୍ବକୁ ଫେରିଛନ୍ତି ଭେଟେରାନ ପଦ୍ମନାଭ ବେହେରା। ସେପଟେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚୟନକୁ ନେଇ କେଁ, କଥା କଟାକଟି ହେଲେ ଧ୍ରୁବ ଓ ଦେବୀ।

ଓ୍ୱାକଫ ବିଲକୁ ନେଇ ବିଜେଡିରେ ମହାଭାରତ ପରେ ଏବେ ଦଳୀୟ ନିର୍ବାଚନ ଦଳ ପାଇଁ ବଡ ଆହ୍ୱାନ ସୃଷ୍ଚି କରିଛି । ଜିଲ୍ଲା ସଭାପତିଠାରୁ ଆରମ୍ଭ କରି ରାଜ୍ୟ ପଦାଧିକାରୀ ସବୁକୁ ନେଇ ଦଳ ଭିତରେ ଛକାପଞ୍ଝା ଜାରି ରହିଛି । କେନ୍ଦ୍ରାପଡା ଜିଲ୍ଲା ସଭାପତି କିଏ ହେବ ତାକୁ  ନେଇ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ମିଶ୍ର ଓ ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି ।

ସୂଚନା ଅନୁସାରେ ଶଙ୍ଖ ଭବନରେ ଜିଲ୍ଲା ସଭାପତି ଚୟନକୁ ନେଇ ବୈଠକ ବସିଥିଲା । ହେଲେ ସଭାପତି ପଦ ପାଇଁ ବିଧାୟକ ରଖିଥିବା ପ୍ରସ୍ତାବକୁ ଗ୍ରହଣ କରିନଥିଲେ ଦଳର ବରିଷ୍ଠ ନେତା । ଯାହାକୁ ନେଇ ନେତାଙ୍କ ଭିତରେ ତୁ ତୁ ମେଁ ମେଁ ହୋଇଥିଲା । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ବିଧାୟକ ମନୋହର ରନ୍ଧାରୀ କହିଛନ୍ତି , କୌଣସି କଥା କଟାକଟି ହୋଇନି। କେବଳ ଆଲୋଚନା ହୋଇଛି ।

ତେବେ କ୍ଷମତାରୁ ବିଜେଡି ହଟିବା ପରେ ଦଳୀୟ ପଦ ବଣ୍ଟନ ସୁପ୍ରିମୋଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି । ଅନେକ ଆଶାୟୀ ପଦ ଅପେକ୍ଷାରେ ଅଛନ୍ତି । ପ୍ରାୟ ୧୧ରୁ ୧୨ ସାଙ୍ଗଠନିକ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଛି ଅଡୁଆ । କଳାହାଣ୍ଡି, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ବରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବାଲେଶ୍ୱର, ମୟୂରଭଞ୍ଜ ସଦର, ଭୁବନେଶ୍ୱର, କନ୍ଧମାଳ, କୋରାପୁଟ ଅଙ୍କ ଛିଣ୍ଡି ପାରୁନି । ସେପଟେ ଖୁବଶୀଘ୍ର ୧୬ରୁ ଉର୍ଦ୍ଧ୍ୱ ଜିଲ୍ଲା ସଭାପତି ନା ଘୋଷଣା ହୋଇପାରେ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦର ୩୭୦ ସଦସ୍ୟ ଓ ରାଜ୍ୟ କାର୍ଯ୍ୟକାରିଣୀରେ ୮୧ ନିଯୁକ୍ତି ନେଇ ୧୭ ପୂର୍ବରୁ ପ୍ରକ୍ରିୟା ସରିବ । ତା’ପରେ ୧୯ରେ ରାଜ୍ୟ ସଭାପତି ଚୟନ ହେବେ।

Post Views: 72
Share199Tweet125Send
Voice of Victims

Voice of Victims

Recent Posts

  • ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ୭୦ ପ୍ଲାଟୁନ ଫୋର୍ସ ହେବେ ମୁତୟନ
  • ଇଭିଏମ୍ ଟ୍ୟାମ୍ପରିଂ ହୋଇଥିଲେ, ପୁଣିଥରେ ହେବ ମତଦାନ
  • କେନ୍ଦୁଝରରେ ଇ-ବସ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ଆଇପିଏସ ଅଜୟ ପାଲ ଶର୍ମାଙ୍କୁ କଲିକତା ହାଇକୋର୍ଟରୁ ଆଶ୍ବସ୍ତି, ସୁପ୍ରିମକୋର୍ଟରେ ପିଆଇଏଲ ଦାଖଲ
  • ବଦଳିଲା ପାନ୍ କାର୍ଡ ନିୟମ ; ନମାନିଲେ ଦେବେ ୧୦ ହଜାର ଜରିମାନା!

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In