ବାଲେଶ୍ଵର ( ଭିଓଭି ) ୨୭/୬ : – ଆଜି ପବିତ୍ର ରଥଯାତ୍ରା । ଏହି ଅବସରରେ ବାଲେଶ୍ଵର ଜିଲ୍ଲାର ଗୁପ୍ତ ବୃନ୍ଦାବନ କ୍ଷୀରଚୋରା ଗୋପୀନାଥ ମନ୍ଦିର ରେ ଥିବା ଜଗନ୍ନାଥ ମହାପ୍ରଭୁଙ୍କ ସକାଳ ଧୂପ ସହିତ ଅନ୍ୟାନ୍ୟ ନିତି କାନ୍ତି ଦିନ ୧୧ ଟା ସମୟରେ ସରିଥିଲା । ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାପାତ୍ର ଛେରା ପହଁରା କରିବା ପରେ ପହଣ୍ଡି କାର୍ଯ୍ୟ ଆରମ୍ଭ ହେଲା ।
ଅପରାହ୍ନ ୪ଟା ସମୟରେ ଭକ୍ତମାନେ ରଥଟଣା ଆରମ୍ଭ କରିଥିଲେ । ସନ୍ଧ୍ୟା ୮ ଘଟିକା ସମୟରେ ମହାପ୍ରଭୁ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲେ । ଶହ ଶହ ଭକ୍ତଙ୍କର ଘଣ୍ଟା , ହରିବୋଲ , ହୁଳହୁଳି , ଏବଂ ଜୟଧ୍ୱନି ରେ ପରିବେଶ ଜଗନ୍ନାଥମୟ ହୋଇଥିଲା ।
