• About Us
  • Contact Us
Friday, February 6, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ସମସ୍ୟା ରାଜ୍ୟ

ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

by Voice of Victims
April 11, 2024
in ରାଜ୍ୟ
ଚତୁର୍ଥ ପର୍ଯ୍ୟାୟ ତାଲିକା ପ୍ରସ୍ତୁତିରେ ବିଜେଡି କରିଛି ବହୁ କସରତ, ନର୍ଲା ଆସନରେ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ବହୁ ବିବାଦୀୟ ଥିବା କେତେକ ଆସନକୁ ସମାଧାନ କରି ପ୍ରାର୍ଥୀ ଘୋଷଣା କରିଛି। ସେଥିମଧ୍ୟରୁ ଗୋଟିଏ ହେଲା ଭୁବନେଶ୍ବର ମଧ୍ୟ ବିଧାନସଭା ଆସନ। ଏହି ଆସନର ବର୍ତ୍ତମାନ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ନବୀନ ପୁଣି ଥରେ ଭରସା କରିଛନ୍ତି। ଏହି ଆସନରୁ କରର୍ପୋରେଟର ଅମରେଶ ଜେନା ପ୍ରାର୍ଥୀ ହେବା ପାଇଁ ଚାହିଁଥିଲେ ହେଲେ ତାହା ହେଲା ନାହିଁ। ଏବେ ସେ କଣ କରିବେ ତାହାକୁ ନେଇ ଅପେକ୍ଷା। ଅନ୍ୟପଟେ ପାରାଦ୍ବୀପ ଆସନକୁ ନେଇ ମଧ୍ୟ ବଡ ବିବାଦ ଉପୁଜିଥିଲା। ଏହି ଆସନ ଉପରେ ଆଖି ରଖିଥିଲେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିବା ବାପି ସର୍ଖେଲ। ବାପିଙ୍କ ଧର୍ମପତ୍ନୀ ମନୋଦୀପା ସର୍ଖେଲ ମଧ୍ୟ ବିଜେଡିରେ ଯୋଗ ଦେଇଥିଲେ। ସେ କିମ୍ବା ତାଙ୍କ ସ୍ବାମୀ ପାରଦ୍ବୀପରୁ ଟିକେଟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ତାହା ମଧ୍ୟ ହେଲେ ନାହିଁ। ଶେଷରେ ଦାମୋଦର ରାଉତରାୟଙ୍କ ବୋହୂ ତଥା ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟଙ୍କ ପତ୍ନୀ ଗୀତାଞ୍ଜଳୀ ରାଉତରାୟଙ୍କୁ ନବୀନ ପ୍ରାର୍ଥୀ କରିଛନ୍ତି।
                   ସେହିପରି ନର୍ଲା ଆସନରେ ନବୀନ ପଟ୍ଟନାୟକ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ତାହା ହେଲା ନର୍ଲା ବ୍ଲକର ଦୁଇଥର ଅଧ୍ୟକ୍ଷ ଥିବା ମନୋରମା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସେଠାରେ ବର୍ତ୍ତମାନ ବିଧାୟକ ଅଛନ୍ତି ବରିଷ୍ଠ ନେତା ଭୂପିନ୍ଦର ସିଂହ। ସେଠାରେ ବର୍ତ୍ତମାନ କଂଗ୍ରେସ ଯାହାକୁ ପ୍ରାର୍ଥୀ କରିଛି ସେ ହେଉଛନ୍ତି ଭକ୍ତ ଦାସ। ଭକ୍ତ ଏବଂ ଭୂପିନ୍ଦର ଉଭୟ କଂଗ୍ରେସରେ ଏକାଠି ଥିଲେ। ବୋଧହୁଏ ସେଥିପାଇଁ ନବୀନ ସେଠାରେ ବରିଷ୍ଠଙ୍କ ଉପରେ ଭରସା ନ କରି ନୂଆ ପ୍ରାର୍ଥୀଙ୍କ ଉପରେ ଭରସା କରିଛନ୍ତି। ସମ୍ବଲପୁର ବିଧାନସଭାକୁ ନେଇ ମଧ୍ୟ ନବୀନ ଏକ ନୂଆ ସମୀକରଣ କରିଛନ୍ତି। ତାହା ହେଲା ସେଠାରେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସମ୍ବଲପୁରରେ ରୋହିତ ପୂଜାରୀ ଏବଂ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ପ୍ରାର୍ଥୀ ହେବାକୁ ଆଗ୍ରହୀ ଥିଲେ। ଏହି ଆସନରେ ଉଭୟ ଏକ ପ୍ରକାରର ମୁହାଁମୁହିଁ ମଧ୍ୟ ହୋଇଥିଲେ। ଏପରି ପରିସ୍ଥିତିରେ ସମ୍ବଲପୁରରେ ବେଶ ଦବଦବା ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।ବାଲେଶ୍ବର ଲୋକସଭା ଆସନ ନେଇ ଯେଉଁ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା ତାହାର ମଧ୍ୟ ଅନ୍ତ ଘଟିଛି। ତାହା ହେଲା ବିଜେପିରୁ ଆସି ବିଜେଡିରେ ସାମିଲ ହୋଇଥିବା ଫାୟାର ବ୍ରାଣ୍ଡ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ନବୀନ ଭରସା କରିଛନ୍ତି। ସେ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ସହିତ ଲଢେଇ କରିବେ। ଏହି ଆସନ ପାଇଁ ପ୍ରାର୍ଥୀ ବାଛିବା ବିଜେଡି ପାଇଁ କଷ୍ଟକର ଥିଲା। କାରଣ ବାଲେଶ୍ବରର ପୂର୍ବତନ ସାଂସଦ ରବି ଜେନାଙ୍କ ଧର୍ମପତ୍ନୀ ଶୁଭାସିନୀ ଜେନାଙ୍କୁ ଦଳ ବସ୍ତାରେ ବିଧାନସଭା ପ୍ରାର୍ଥୀ କରିବା ପରେ ତାଙ୍କୁ ଆଉ ଦଳ ପ୍ରାର୍ଥୀ କରିବାର ସମ୍ଭାବନା ନ ଥିଲା। ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଖୋର୍ଦ୍ଧା ଜିଲ୍ଲାର ଖୋର୍ଦ୍ଧା, ବେଗୁନିଆ ଏବଂ ଚିଲିକା ପରି କେତେକ ବିବାଦୀୟ ଆସନରେ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ବର୍ତ୍ତମାନ ଆଜିର ଘୋଷଣା ପରେ ବିଜେଡି ମୋଟ 174 ଆସନରୁ 117 ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ସେହିପରି ବାକିଥିବା ଗୋଟିଏ ଲୋକସଭା ଆସନ ବାଲେଶ୍ବରରେ ମଧ୍ୟ ବିଜେଡି ପ୍ରାର୍ଥୀ ଘୋଷଣା କରିଛି।

Post Views: 20
Share201Tweet126Send
Voice of Victims

Voice of Victims

Recent Posts

  • ସଂସଦରେ କାଲି ମୋଦିଙ୍କ ଉପରକୁ ଆକ୍ରମଣ ହୋଇଥାନ୍ତା : ଲୋକସଭା ବାଚସ୍ପତି
  • ଅନୁରାଗ ଠାକୁରଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ବିସିସିଆଇ ସହିତ କରିପାରିବେ କାମ
  • ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ଅପବ୍ୟବହାର ନେଇ ଜନସ୍ବାର୍ଥ ମାମଲା, ରୋକିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ
  • ଆଇଏଏସ ସ୍ତରରେ ବଡ଼ ଅଦଳବଦଳ, ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ
  • ବିଶିଷ୍ଟ ସୀତାର ବାଦକ ଗୁରୁ ପଣ୍ଡିତ ରବି ଶଙ୍କର ପ୍ରଧାନଙ୍କୁ ଶ୍ରଦ୍ଧାସୁମନ

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In