• About Us
  • Contact Us
Monday, November 23, 2026
  • Login
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା
No Result
View All Result
Home ଆଞ୍ଚଳିକ ଖବର

ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ “ଦି ପାୟନର ଅଫ୍ ଡିସ୍ କଭରୀ” ଉଦଘାଟିତ

by Voice of Victims
November 22, 2026
in ଆଞ୍ଚଳିକ ଖବର, ମୁଖ୍ୟ ଖବର, ରାଜ୍ୟ, ସମସ୍ୟା
ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସରରେ “ଦି ପାୟନର ଅଫ୍ ଡିସ୍ କଭରୀ” ଉଦଘାଟିତ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ସ୍ଥିତ ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସମୂହର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ଚନ୍ଦ୍ରଶେଖର ପତି ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଏକ ବିଜ୍ଞାନ ମେଳା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟ ସମୂହର ଚେୟାରମ୍ୟାନ ଡକ୍ଟର ସୂର୍ଯ୍ୟ ପ୍ରକାଶ ପତି ପ୍ରଦୀପ ପ୍ରଜ୍ୱଳନ କରି ପ୍ରଦର୍ଶନୀକୁ ଉଦଘାଟିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗଣେଶ ବନ୍ଦନା ପରିବେଶକୁ ମନ୍ତ୍ର ମୁଗ୍ଧ କରିଥିଲା । ଛାତ୍ରଛାତ୍ରୀମାନେ ନିଜ ନିଜର ଧୀଶକ୍ତି ବଳରେ ବିଜ୍ଞାନ, ସାହିତ୍ୟ, ଇଂରାଜୀ,ଗଣିତ, ସାମାଜିକ ବିଜ୍ଞାନ, ସଙ୍ଗୀତ ଓ ଶାରୀରିକ ବ୍ୟାୟାମ ଇତ୍ୟାଦି ବିଷୟର ସୂକ୍ଷ୍ମାତିସୂକ୍ଷ୍ମ ଅନୁଶୀଳନ କୁ ସମୀକ୍ଷା ପୂର୍ବକ କରିବା ଆବଶ୍ୟକ ଓ ପ୍ରୟୋଗାତ୍ମକ ଉଦ୍ଭାବନରେ ବ୍ରତୀ ହୁଅନ୍ତୁ । ବିଜ୍ଞାନର ପ୍ରୟୋଗ ମାନବର ଅସ୍ଥିମଜ୍ଜାଗତ ହୋଇଯାଇଛି । ପ୍ରତ୍ୟେକ କ୍ଷେତ୍ରରେ ବିଜ୍ଞାନ ଜନିତ ଉଦ୍ଭାବନ, ଆବିଷ୍କାର ଓ ପ୍ରଯୁକ୍ତି ବିଦ୍ୟା ର ନୂତନ କ୍ଷେତ୍ରକୁ ନେଇ ସମାଜ ଆଗକୁ ବଢ଼ିଥାଏ ।

ବିଜ୍ଞାନ, ସାହିତ୍ୟ ଓ ପରିବେଶ ଛାତ୍ରଛାତ୍ରୀମାନଙ୍କ ଭିତରେ ନୂତନ ଉଦ୍ଦୀପନା ସୃଷ୍ଟି କରିଥାଏ ବୋଲି ଅତିଥି ମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ ।ଏହି ପ୍ରଦର୍ଶନୀରେ ବିଦ୍ୟାଳୟର ଉଦୟ ଠାରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଭାଗ ନେଇ ବିଭିନ୍ନ ପ୍ରକଳ୍ପ ମାନ ପଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବୁଲି ଦେଖିବା ସହିିତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା କରିଥିଲେ । ଶ୍ରେଷ୍ଠ ବିବେଚିତ ହୋଇଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯିବ । କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ଅଧ୍ୟକ୍ଷମାନେ ରହି ପରିଚାଳନା କରିବା ସହିତ, ଏହାକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବାରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟ ର ସମସ୍ତ କୋ-ଅଡିନେଟର୍ ଶ୍ରୀମତୀ କଳ୍ପନା ସାହୁ, ଶ୍ରୀମତୀ ମିନତି କୁମାରୀ ରଥ, ଶ୍ରୀଯୁକ୍ତ ସଞ୍ଜ ସମୀର ମହାପାତ୍ର, ଶ୍ରୀମତୀ ବିନିତା ଦାସ, ଶ୍ରୀଯୁକ୍ତ ଶ୍ରୀମନ୍ତ ବାରିକ, ଶ୍ରୀମତୀ ଗିରିଜା ମେହେର, ଶ୍ରୀମତୀ ସ୍ୱାତୀ ମିଶ୍ର, ଶ୍ରୀମତୀ ଅନୁପମା ହୋତା, ପ୍ରଲୀପ୍ତା ତ୍ରିପାଠୀ ଙ୍କ ତତ୍ୱାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Post Views: 20
Share197Tweet123Send
Voice of Victims

Voice of Victims

Recent Posts

  • ଶିଶୁ ସମାଚାର ପକ୍ଷରୁ ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ
  • ଭାରତ ଏଆଇ ବିପ୍ଳବର ନେତୃତ୍ୱ ନେଇପାରିବ : ପ୍ରଫେସର ସିତାରାମ
  • ସୋଆ ଆଇଭିଏସ୍‌ଏଏଚ୍‌ର ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ କାର୍ଯ୍ୟକ୍ରମ ଆୟୋଜିତ
  • ପୂର୍ବାଂଚଳ ଆଂଚଳିକ କୃଷି ମେଳା-୨୦୨୬ରେ ସୋଆକୁ ଶ୍ରେଷ୍ଠ ପ୍ରଦର୍ଶନୀ ପୁରସ୍କାର
  • ବାଲିଯାତ୍ରା ବୁଲିବାକୁ ମାତ୍ର ୧୦ ଟଙ୍କା, ୫୦ଟି ଆମ ବସ୍ ଯୋଗାଇବ କ୍ରୁଟ୍

Recent Comments

  1. A WordPress Commenter on ଭାରତ ବିରୋଧୀ ବିମର୍ଶ
  • About Us
  • Contact Us

Copyright © 2023.

No Result
View All Result
  • ରାଜ୍ୟ
  • ଦେଶ ବିଦେଶ
  • ଆଧ୍ୟାତ୍ମିକ
  • ସ୍ୱାସ୍ଥ୍ୟ
  • ଆଇନ କାନୁନ
  • ସମସ୍ୟା
  • ବିଶେଷ ପୃଷ୍ଠା
  • ଇ ପେପର
  • କ୍ରୀଡା

Copyright © 2023.

Welcome Back!

Login to your account below

Forgotten Password?

Create New Account!

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In